Posted inଖେଳ

ଇଂଲଣ୍ଡ ୪୯, ଓ୍ବେଷ୍ଟଇଣ୍ଡିଜ ୫୭

ମାଞ୍ଚେଷ୍ଟର, ୬।୭: କରୋନା ଭାଇରସ ସଂକ୍ରମଣ ଜନିତ ୩ ମାସର ବ୍ରେକ୍‌ ପରେ ଇଂଲଣ୍ଡରେ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୮ ତାରିଖରୁ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଅନୁଷ୍ଠିତ ହେବ। ପ୍ରଥମ ଟେଷ୍ଟ ସାଉଥାମ୍ପଟନର ଏଜେସ ବାଉଲ ଷ୍ଟାଡିୟମରେ ଜୈବ-ସୁରକ୍ଷିତ ପରିବେଶରେ ଖେଳାଯିବ। ଏଥିପାଇଁ ଉଭୟ ଦଳର ଖେଳାଳି ତାଲିକା ପ୍ରକାଶ ପାଇସାରିଛି। ଦୀର୍ଘଦିନଧରି ବିଶ୍ୱବ୍ୟାପୀ କ୍ରିକେଟ ଠପ୍‌ ହୋଇଯାଇଥିବାରୁ ସମସ୍ତ କ୍ରିକେଟ ପ୍ରେମୀଙ୍କ ନଜର ଏବେ ସାଉଥାମ୍ପଟନ ଉପରେ ରହିଛି। ଗତବର୍ଷ ଇଂଲଣ୍ଡ ଦଳ ଜୋ ରୁଟ୍‌ଙ୍କ ନେତୃତ୍ୱରେ ଓ୍ବେଷ୍ଟଇଣ୍ଡିଜ ଗସ୍ତ କରି ୧-୨ରେ ସିରିଜ ହାରିଥିଲା। ଏଥର ଇଂଲଣ୍ଡ ମାଟିରେ ସେହି ପ୍ରଦର୍ଶନକୁ ଦୋହରାଇବା ଲକ୍ଷ୍ୟରେ ରହିଛି ଜାସନ ହୋଲ୍ଡରଙ୍କ ଦଳ। ଓଭରଅଲ୍‌ ରେକର୍ଡରେ ଓ୍ବେଷ୍ଟଇଣ୍ଡିଜ ପଲା ଭାରି ଥିଲେ ହେଁ ଘରୋଇ ପରିବେଶରେ ଏଥର ଇଂଲଣ୍ଡର ପଲା ଭାରି ରହିବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ରେକର୍ଡ ଦେଖିଲେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୧୯୨୮ରୁ ୨୦୧୮-୧୯ ପର୍ଯ୍ୟନ୍ତ ମୋଟ ୩୭ଟି ସିରିଜ ଅନୁଷ୍ଠିତ ହୋଇଛି। ଏଥିରେ ୧୫୭ଟି ମ୍ୟାଚ ଖେଳାଯାଇ ଥିବାବେଳେ ଇଂଲଣ୍ଡ ୪୯ଟି ମ୍ୟାଚ ଜିତିଛି ଏବଂ ଓ୍ବେଷ୍ଟଇଣ୍ଡିଜ ୫୭ଟି ଟେଷ୍ଟରେ ବିଜୟଲାଭ କରିଛି। ଅବଶିଷ୍ଟ ୫୧ଟି ଟେଷ୍ଟ ଡ୍ର ରହିଛି। ଏହା ପୂର୍ବରୁ ୨୦୧୭ରେ ଓ୍ବେଷ୍ଟଇଣ୍ଡିଜ ଦଳ ଶେଷଥରପାଇଁ ଇଂଲଣ୍ଡ ଗସ୍ତରେ ଆସି ୩ ମ୍ୟାଚବିଶିଷ୍ଟ ସିରିଜ ଖେଳିଥିଲା। ସେତେବେଳେ ଇଂଲଣ୍ଡ ୨-୧ରେ ସିରିଜ ଜିତିନେଇଥିଲା। କରୋନା ଭାଇରସ ସଂକ୍ରମଣଜନିତ କଟକଣା ଯୋଗୁ ଏଥର ଉଭୟ ଦଳ ପର୍ଯ୍ୟାପ୍ତ ଅଭ୍ୟାସ ସୁଯୋଗ ପାଇ ନାହାନ୍ତି। ତେଣୁ ଆଗାମୀ ଟେଷ୍ଟ ସିରିଜ ରୋମାଞ୍ଚକ ହେବା ଆଶା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri