Posted inଖେଳ

ପ୍ରଥମ ଟେଷ୍ଟ ଦଳରୁ ବେୟାରଷ୍ଟୋ, ମୋଇନ ବାଦ୍‌

ମାଞ୍ଚେଷ୍ଟର, ୫ା୭ (ପି.ଟି.)-ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ପାଇଁ ଶନିବାର ୧୩ ଜଣିଆ ଇଂଲଣ୍ଡ କ୍ରିକେଟ ଦଳ ଘୋଷଣା କରାଯାଇଛି। ଏଥିରେ ଉଇକେଟକିପର ଜନି ବେୟାରଷ୍ଟୋ ଏବଂ ସ୍ପିନ ବୋଲିଂ ଅଲ୍‌ରାଉଣ୍ଡର ମୋଇନ୍‌ ଅଲିଙ୍କୁ ସ୍ଥାନ ମିଳିନାହିଁ। ଏହି ପ୍ରଥମ ‘ଜୈବ ସୁରକ୍ଷିତ’ ଟେଷ୍ଟ ମ୍ୟାଚ ଜୁଲାଇ ୮ରୁ ଖେଳାଯିବ। ନିୟମିତ ଅଧିନାୟକ ଜୋ ରୁଟ୍‌ଙ୍କ ଅନୁପସ୍ଥିତିରେ ବେନ୍‌ ଷ୍ଟୋକ୍ସ ଇଂଲଣ୍ଡ ଦଳର ନେତୃତ୍ୱ ନେବେ। ରୁଟ୍‌ଙ୍କ ସ୍ତ୍ରୀ ଦ୍ୱିତୀୟ ସନ୍ତାନର ମା ହେବାକୁ ଯାଉଥିବାରୁ ସେ ଛୁଟିରେ ଅଛନ୍ତି। ଦଳରେ ଅଲ୍‌ରାଉଣ୍ଡର ଷ୍ଟୋକ୍ସ ଏବଂ କ୍ରିସ୍‌ ଓକ୍ସଙ୍କ ବ୍ୟତୀତ ପେସ୍‌ବୋଲର ଜେମ୍ସ ଆଣ୍ଡରସନ, ଷ୍ଟୁଆର୍ଟ ବ୍ରଡ୍‌, ଜୋଫ୍ରା ଆର୍ଚର ଏବଂ ମାର୍କ ଉଡ୍‌ଙ୍କୁ ନିଆଯାଇଛି। ସ୍ପିନ୍‌ ବିଭାଗରେ ଇଂଲଣ୍ଡ ଡୋମିନିକ୍‌ ବିସ୍‌ଙ୍କୁ ନେଇଛି। ଜ୍ୟାକ୍‌ ଲିଚ୍‌ ମୁଖ୍ୟ ଦଳରୁ ବାଦ୍‌ ପଡ଼ିଛନ୍ତି, ହେଲେ ସେ ରିଜର୍ସ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଟେଷ୍ଟ ଦଳରୁ ବେୟାରଷ୍ଟୋ ଏବଂ ମୋଇନ ବାଦ ପଡ଼ିବା। ଖରାପ ଫର୍ମ ଯୋଗୁ ବେୟାରଷ୍ଟୋ ଇଂଲଣ୍ଡ ଦଳର ନ୍ୟୁଜିଲାଣ୍ଡ ଟୁର୍‌ରୁ ପ୍ରଥମେ ବାଦ୍‌ ପଡ଼ିଥିଲେ। କିନ୍ତୁ ଜୋ ଡେନ୍‌ଲିଙ୍କ ଇଞ୍ଜୁରୀ ଯୋଗୁ ସେ ଦଳରେ ସ୍ଥାନ ପାଇବାରେ ସମର୍ଥ ହୋଇଥିଲେ। ପରେ ସେ ଦକ୍ଷିଣ ଆଫ୍ରିକା ଟୁର୍‌ ପାଇଁ ଦଳରେ ସ୍ଥାନ ପାଇଥିଲେ। ମାତ୍ର ସେ ଖେଳିଥିବା ଗୋଟିଏ ଟେଷ୍ଟ ମ୍ୟାଚର ଦୁଇଟି ଇନିଂସରେ ମାତ୍ର ୧୦ ରନ ସ୍କୋର କରିପାରିଥିଲେ। ୨୦୧୯ରେ ସେ ୧୮.୫୫ ଆଭରେଜରେ ମୋଟ ୩୩୪ ରନ ସଂଗ୍ରହ କରିଥିଲେ। ଅନ୍ୟପରେ ଆଶେସ ସିରିଜ ମଝିରୁ ବାଦ୍‌ ପଡ଼ିବା ପରେ ମୋଇନ ରେଡ୍‌ ବଲ୍‌ କ୍ରିକେଟରୁ ସାମୟିକ ଦୂରେଇ ରହିଥିଲେ। ଓ୍ବାର୍ମଅପ୍‌ ମ୍ୟାଚର ପ୍ରଥମ ବୋଲିଂ ଇନିଂସରେ ସେ ଗୋଟିଏ ହେଲେ ଉଇକେଟ ନେଇ ପାରି ନ ଥିଲେ। ଦ୍ୱିତୀୟ ଇନିଂସରେ ସେ ୨ଟି ଉଇକେଟ ଅକ୍ତିଆର କରିଥିଲେ। କିନ୍ତୁ ବିସ୍‌ ଓ ଲିଚ୍‌ ଉଭୟେ ଅଧିକ ସଂଖାରେ ଉଇକେଟ ହାସଲ କରିଥିଲେ।
ଇଂଲଣ୍ଡ ଦଳ: ବେନ୍‌ ଷ୍ଟୋକ୍ସ (ଅଧିନାୟକ), ଜେମ୍ସ ଆଣ୍ଡରସନ, ଜୋଫ୍ରା ଆର୍ଚର, ଡୋମିନିକ୍‌ ବିସ୍‌, ଟେୁଆର୍ଟ ବ୍ରଡ୍‌, ରୋରି ବର୍ନ୍ନସ, ଜୋସ୍‌ ବଟଲର (ଉଇକେଟକିପର), ଜାକ୍‌ କ୍ରଲି, ଜୋ ଡେନ୍‌ଲି, ଓଲି ପୋପ୍‌, ଡମ୍‌ ସିବ୍‌ଲି, ଖ୍ରିସ୍‌ ଓକ୍ସ ଓ ମାର୍କ ଉଡ୍‌।
ରିଜର୍ଭ ଖେଳାଳି: ଜେମ୍ସ ବ୍ରାସି, ସାମ୍‌ କୁରାନ୍‌, ବେନ୍‌ ଫୋକ୍ସ, ଡାନ୍‌ ଲରେନ୍ସ, ଜ୍ୟାକ୍‌ ଲିଚ୍‌, ସାକିବ୍‌ ମେହେମୁଦ, କ୍ରେଗ୍‌ ଓଭରଟନ୍‌, ଓଲି ରବିନ୍‌ସନ ଏବଂ ଓଲି ଷ୍ଟୋନ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

କୋହଲିଙ୍କ ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟ୍‌କା: ଆଉ ଦେଖିପାରିବେନି…

ବେଙ୍ଗାଲୁରୁ,୨୩।୧୨: ବିଜୟ ହଜାରେ ଟ୍ରଫି ପୂର୍ବରୁ ବେଙ୍ଗାଲୁରୁର କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାଜନକ ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏମ. ଚିନ୍ନାସ୍ବାମୀ...

ଶୁଭମନ ଗିଲ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ହୋଇଥିଲା ବଡ଼ ଚୁକ୍ତି, ଅଧିନାୟକ ଭାବରେ ଫେରିବେ ଓପନର, ହେଲେ କିଏ ଥିଲେ ଏହାର ମଧ୍ୟସ୍ଥି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ପାୱାର କରିଡରରେ ପୁଣି ଥରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଶୁବମନ ଗିଲଙ୍କ ନାମ ଅଧିନାୟକତ୍ୱ, ରାଜନୀତି ଏବଂ ବିଶ୍ୱସନୀୟତାର...

ଏହି କ୍ରିକେଟର୍‌ଙ୍କ ଜୀବନକୁ ବିପଦ: କିଣିଲେ ବୁଲେଟପ୍ରୁଫ କାର

ନୂଆଦିଲ୍ଲୀ,୨୨।୧୨: ତାଲିବାନ ଶାସିତ ଆଫଗାନିସ୍ତାନରେ ରଶିଦ ଖାନ ସୁରକ୍ଷିତ ଅନୁଭବ କରନ୍ତି ନାହିଁ। ସେ କେଭିନ ପିଟରସନଙ୍କ ସହିତ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri