Posted inଖେଳ

‘ଓଡ଼ିଶା ଏଫ୍‌ସି’ରେ ଓଡ଼ିଆଙ୍କୁ ଉପେକ୍ଷା

କଟକ ଅଫିସ,୨୫ା୬- ଦେଶର ଏକ ପ୍ରମୁଖ ଫୁଟବଲ କ୍ଲବ ଭାବେ ପରିଚୟ ପାଇଛି ‘ଓଡ଼ିଶା ଏଫ୍‌ସି’ । ପେସାଦାର ଲିଗ୍‌ ଆଇଏସ୍‌ଏଲ ଟୁର୍ନାମେଣ୍ଟରେ ଏହି କ୍ଲବର ସ୍ଥାନ ମଧ୍ୟ ସ୍ବତନ୍ତ୍ର । ହେଲେ ଓଡ଼ିଶାର ନାମକୁ ବ୍ୟବହାର ଓ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମକୁ ଘରୋଇ ଭେନ୍ୟୁ ଭାବେ ବ୍ୟବହାର କରୁଥିବା ଏହି କ୍ଲବରେ ରାଜ୍ୟ ପ୍ରତିଭାଙ୍କୁ ଦେଖିବାକୁ ମିଳୁନାହିଁ। ଲଗାତର ଭାବେ ଓଡ଼ିଶା ଖେଳାଳିଙ୍କୁ ଉପେକ୍ଷା କରାଯାଉଛି ବୋଲି ରାଜ୍ୟର ଅନେକ ଫୁଟବଲ ଖେଳାଳି ଅଭିଯୋଗ କରିଛନ୍ତି । ଆଗାମୀ ସଂସ୍କରଣ ନିମନ୍ତେ ଓଡ଼ିଶା ଏଫ୍‌ସି ପ୍ରସ୍ତୁତି ଆରମ୍ଭ କରି ସାରିଲାଣି । ତଥାପି, ରାଜ୍ୟର ପ୍ରତିଭାବାନ ଖେଳାଳିଙ୍କ ପ୍ରତି ଦୃଷ୍ଟି ଦିଆଯାଉ ନଥିବା ଅଭିଯୋଗରେ ଦର୍ଶାଯାଇଛି ।
ଭାରତର ପ୍ରମୁଖ ଫୁଟବଲ କ୍ଲବ ଗୁଡ଼ିକରେ ଓଡ଼ିଆ ଖେଳାଳିଙ୍କର ଦବ୍‌ଦବା ରହିଥିଲା। ଏହି ଉଦାହରଣର ତାଲିକା ମଧ୍ୟ ଖୁବ ଲମ୍ବା। ରାଜ୍ୟର ଅନେକ ଖେଳାଳି ପୂର୍ବରୁ ଦେଶର ପ୍ରମୁଖ ଫୁଟବଲ କ୍ଲବ ଗୁଡ଼ିକରୁ ପ୍ରତିନିଧିତ୍ୱ କରିଛନ୍ତି । ଆର୍‌.ପି ସିଂ, ଭବାନୀ ମହାନ୍ତି ମୋହନ ବାଗନରୁ, ଅକ୍ଷୟ ଦାସ, ଗୋପବନ୍ଧୁ ସାହୁ ଇଷ୍ଟ ବେଙ୍ଗଲରୁ, ସେଖ୍‌ ମନଜୁର, ଇମ୍ରାନ ମହମ୍ମଡାନ ସ୍ପୋର୍ଟିଂରୁ, ରାକେଶ ଓରାମ ମୁମ୍ବାଇ ସିଟି ଏଫସିରୁ, ସେହନବାଜ ଚେନ୍ନାଇ ସିଟି ଏଫ୍‌ସିରୁ, ସରୋଜ ପ୍ରଧାନ ରୟାଲ ୱିଙ୍ଗଡୋହ ଏଫ୍‌ସିରୁ, ଚନ୍ମୟ ଶେଖର ବେହେରା ସାଲଗାଓକାର ଏଫସିରୁ, ନିପେନ୍ଦ୍ର କୁମାର ଦାସ ଭାରତୀ ସଂଘରୁ, ପଙ୍କଜ ସୋନା ଚର୍ଚ୍ଚିଲ ଏଫ୍‌ସିରୁ, ବାଜି ହେମ୍ବ୍ରମ ମହମ୍ମଡାନ ସ୍ପୋର୍ଟିଂରୁ ପ୍ରତିନିଧିତ୍ୱ କରିଛନ୍ତି । ଆହୁରି ଅନ୍ୟ କିଛି ପ୍ରତିଭାବାନ ଖେଳାଳି ମଧ୍ୟ ବିଭିନ୍ନ କ୍ଲବରୁ ପେସାଦାର ଫୁଟବଲ ଟୁର୍ନାମେଣ୍ଟରେ ଭାଗ ନେଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଓଡ଼ିଶା ଏଫ୍‌ସି ଗଠନ ହେବା ପରେ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିଲା। ଇତି ମଧ୍ୟରେ ଗୋଟିଏ ବର୍ଷ ବିତି ସାରିଲାଣି । ହେଲେ ଓଡ଼ିଆ ପ୍ରତିଭାମାନଙ୍କ ପ୍ରତି ବିଶେଷ ଦୃଷ୍ଟି ଦିଆଯାଉନି ବୋଲି ଅଭିଯୋଗ ହେଉଛି। ୨୦୧୪ ମସିହା ଜୁଲାଇ ୧୬ରେ ଆରମ୍ଭ ହୋଇଥିବା ଏହି କ୍ଲବର ନାମ ଥିଲା ଦିଲ୍ଲୀ ଡାଇନାମସ୍‌। ଏବେ ଓଡ଼ିଶା ନାମରେ ନାମିତ ହୋଇଥିବା ଏହି କ୍ଲବରେ ଓଡ଼ିଶାର ପ୍ରତିଭାଙ୍କୁ ସୁଯୋଗ ଦେବାକୁ ଦାବି ହେଉଛି।
ଜଣେ ପୂର୍ବତନ ଫୁଟବଲ ଖେଳାଳି ନିଜ ନାମ ଗୋପନ ରଖି କହିଛନ୍ତି, ଏବେ ଓଡ଼ିଶା ଏଫ୍‌ସି କ୍ଲବରେ ଯେଉଁ ଦୁଇଜଣ ଓଡ଼ିଆ ଖେଳାଳି ଅଛନ୍ତି ବୋଲି ଆମେ ଗର୍ବ ଅନୁଭବ କରୁଛେ ସେମାନେ କେବେ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ନାହାନ୍ତି। ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାର ପ୍ରଦର୍ଶନ ଜାତୀୟ ଟୁର୍ନାମେଣ୍ଟ ଗୁଡ଼ିକରେ ପ୍ରଭାବଶାଳୀ ରହିଛି । ବିଶେଷକରି ଯୁବ ଖେଳାଳିମାନେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି । ତଥାପି ସେମାନଙ୍କୁ କାହିଁକି କ୍ଲବରେ ସାମିଲ କରାଯାଉନାହିଁ ତାହା ସମସ୍ତଙ୍କୁ ବିସ୍ମିତ କରୁଛି ବୋଲି ସେ ପ୍ରକାଶ କରିଛନ୍ତି।
ୟୁଥ୍‌ ଲିଗ୍‌ରେ ସୁଯୋଗ ରହିଛି
ଓଡ଼ିଶା ଏଫସି ପକ୍ଷରୁ ଯୁବ ପ୍ରତିଭା ବାଛିବା ପାଇଁ ରାଜ୍ୟରେ ୪ଥର ସ୍କାଉଟିଂ କ୍ୟାମ୍ପ ଆୟୋଜିତ ହୋଇଛି। କଟକ ଓ ରାଉରକେଲାରେ ଥରେ ଲେଖାଏ ଓ ଭୁବନେଶ୍ୱରରେ ୨ଥର ଏହି କ୍ୟାମ୍ପ କରାଯାଇଛି । ତେଣୁ ଆଗାମୀ ଦିନରେ ହେବାକୁ ଥିବା ୟୁଥ ଲିଗ୍‌ରେ କିଛି ଓଡ଼ିଆ ମୁହଁ ଓଡ଼ିଶା ଏଫ୍‌ସିରୁ ଦେଖିବାକୁ ମିଳିବେ ବୋଲି ଆଶା କରାଯାଉଛି।
ସାମିଲ ହେଲେ ଆଇଜାକ୍‌, ପଲ
ଓଡ଼ିଶା ଏଫ୍‌ସିରେ ଦୁଇ ଯୁବ ତାରକାଙ୍କୁ ଚୁକ୍ତି ଭିତ୍ତିରେ ବୁଧବାର ସାମିଲ କରାଯାଇଛି। ଏମାନେ ହେଲେ ଭି.ଆଇଜାକ୍‌ ଓ ଆର୍‌. ପଲ୍‌। ଉଭୟ ଆଇଜାକ୍‌ ଓ ପଲ ଗତ ଆଇଏସ୍‌ଏଲ୍‌ ସଂସ୍କରଣରେ ଆଇଜଲ୍‌ ଏଫ୍‌ସି ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ। ୨୧ବର୍ଷୀୟ ପଲ ମିଜୋରାମରେ ଜନ୍ମ ଗ୍ରହଣ କରିଛନ୍ତି । ଏହି ଦକ୍ଷ ମିଡ଼ଫିଲ୍ଡର ଜଣଙ୍କ ଆଇଜଲ ଏଫ୍‌ସି ସିନିୟର ଓ ୧୮ବର୍ଷରୁ କମ୍‌ ଦଳରୁ ଖେଳିଛନ୍ତି । ତାଙ୍କୁ ୩ ବର୍ଷ ନିମନ୍ତେ ଚୁକ୍ତିରେ ଅଣାଯାଇଛି। ୧୯ବର୍ଷୀୟ ଆଇଜାକ ଆଗାମୀ ୪ବର୍ଷ ଧରି ଓଡ଼ିଶା ଏଫ୍‌ସି କ୍ଲବରୁ ଦେଖିବାକୁ ମିଳିବେ । ବେଙ୍ଗାଲୁରୁରେ ଜନ୍ମିତ ଏହି ୱିଙ୍ଗର ଜଣଙ୍କ ବେଙ୍ଗାଲୁରୁ ଏଫ୍‌ସି ୧୮ବର୍ଷରୁ କମ୍‌ ଦଳରୁ ମଧ୍ୟ ଖେଳିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସିଖବର

ନୂଆଦିଲ୍ଲୀ,୭।୫: ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ଟି-୨୦ ବିଶ୍ୱକପ ଘୋଷଣା ପରେ ଫ୍ଲପ ହୋଇଥିବାର ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ ଦଳ ପାଇଁ ଏକ...

ପ୍ଲେ ଅଫ୍‌ ଯାଇପାରିବ କି ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ କ’ଣ କହୁଛି ସମୀକରଣ

ମୁମ୍ବାଇ,୭।୫: ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆଇପିଏଲ ୨୦୨୪ର ଚତୁର୍ଥ ବିଜୟ ପଞ୍ଜିକରଣ କରିଛି। ସିଜିନର ୫୫ତମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ ମୁମ୍ବାଇ...

ଟି-୨୦ ବିଶ୍ୱକପ୍‌ ପାଇଁ ଲଞ୍ଚ୍‌ ହେଲା ଟିମ୍‌ ଇଣ୍ଡିଆର ଜର୍ସି: ଏହି ଲୁକ୍‌ରେ ନଜର ଆସିବେ ଖେଳାଳି

ନୂଆଦିଲ୍ଲୀ,୭।୫: ଟି-୨୦ ବିଶ୍ୱକପକୁ ମାତ୍ର କିଛି ସପ୍ତାହ ବାକି ଅଛି ଏବଂ କିଛି ଘଣ୍ଟା ପୂର୍ବରୁ ଭାରତୀୟ ଦଳର ଜର୍ସି ଲଞ୍ଚ୍‌ ହୋଇଛି॥ ଭାରତୀୟ ଦଳର...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଟିମ୍‌ ଇଣ୍ଡିଆ? ବିସିସିଆଇ ନେଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ,୭।୫: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହେବ ଏବଂ ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବା ଉପରେ ସନ୍ଦେହ ରହିଛି।...

ଜୁନିୟର ମହିଳା ହକି ଦଳରେ ଓଡ଼ିଶାର ୪

ନୂଆଦିଲ୍ଲୀ,୭ା୫ (ପି.ଟି.): ମେ ୨୧ରୁ ୨୯ ପର୍ଯ୍ୟନ୍ତ ୟୁରୋପ ଟୁର୍‌ ପାଇଁ ହକି ଇଣ୍ଡିଆ ସୋମବାର ୨୨ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ଏଥିରେ...

ଧର୍ମଶାଳାରେ ଭାରତର ପ୍ରଥମ ହାଇବ୍ରିଡ ପିଚ୍‌

ଧର୍ମଶାଳା,୭।୫(ପି.ଟି.): ଭାରତର ସର୍ବପ୍ରଥମ ହାଇବ୍ରିଡ ପିଚ୍‌ ଧର୍ମଶାଳା କ୍ରିକେଟ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍‌ପିସିଏ) ପକ୍ଷରୁ ସୋମବାର ଏହି କାର୍ଯ୍ୟକ୍ରମ...

କ୍ୱାର୍ଟର ଫାଇନାଲରେ ସହିଦ ସ୍ପୋର୍ଟିଂ

ଭୁବନେଶ୍ୱର, ୭।୫ (ତପନ ସ୍ବାଇଁ): ପାରାମାଉଣ୍ଟ ସ୍ପୋର୍ଟିଂ ଆନୁକୂଲ୍ୟରେ ଏହାର ପଡ଼ିଆରେ ଚାଲିଥିବା ୬ଷ୍ଠ ଅରବିନ୍ଦ ସ୍ମାରକୀ ୧୬ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର...

ନୋରିସଙ୍କୁ ପ୍ରଥମ ଫର୍ମୁଲା ଓ୍ବାନ ସଫଳତା

ମାୟାମି ଗାର୍ଡେନ୍ସ, ୭ା୫: ବିଶ୍ୱ ଚାମ୍ପିୟନ ତଥା ରେଡ୍‌ବୁଲର ମାକ୍ସ ଭର୍ଷ୍ଟାପେନ୍‌ଙ୍କୁ ୭ ସେକେଣ୍ଡ ପଛରେ ପକାଇ ଲାଣ୍ଡୋ ନୋରିସ ଏଠାରେ ମାୟାମି ଗ୍ରଁା ପ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri