ଏଇ ଭାରତରେ

ଅନେକ ଦୋକାନୀ ସେମାନଙ୍କ ଦୋକାନ ସମ୍ମୁଖରେ ‘ଗରାଖ ଈଶ୍ୱର’ ବୋଲି ଲେଖୁଥିବାବେଳେ ସେଭଳି ଭାବର ବିଶ୍ୱାସ ପ୍ରକଟ କରିବା ଲକ୍ଷ୍ୟ କରାଯାଏନି। କିନ୍ତୁ ମିଜୋରାମ ରାଜଧାନୀଠାରୁ ୬୫ କିି.ମି ଦୂର ଶେଲିଂ ରାଜପଥ କଡ଼ରେ ଥିବା ଦୋକାନୀମାନେ ସେମାନଙ୍କ ଗରାଖମାନଙ୍କୁ ଈଶ୍ୱର ମଣିଥାନ୍ତି। ସେମାନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ପ୍ରକଟ କରି ଦୋକାନରେ କେହି ଦୋକାନୀ ରହନ୍ତିନି। ମୁଖ୍ୟତଃ କୃଷକମାନେ ହିଁ ଏହି ଦୋକାନଗୁଡ଼ିକର ମାଲିକ। ଏହାକୁ ‘ନଘା ଲାଉ ଦ୍ୱାର କଲଚର ଅଫ୍‌ ମିଜୋରାମ’ ଅର୍ଥାତ୍‌ ବିନା ଦୋକାନୀରେ ଦୋକାନ’ ବୋଲି କୁହାଯାଏ। ରାଜପଥ କଡ଼ ଆଦିବାସୀ ଗାଁଗୁଡ଼ିକରେ ଏହି ପରମ୍ପରା ବହୁ ଦିନରୁ ଚଳିଆସୁଛି। କୃଷକମାନେ ବାଉଁଶରେ ଦୋକାନ କରିଥାନ୍ତି। ପ୍ରତିଦିନ ସକାଳେ ସେମାନେ ପରିବା, ଫଳ, ଶୁଖୁଆ, ସ୍ବାଦିଷ୍ଠ ଗେଣ୍ଡା ଓ ଫଳରସ ବୋତଲ ଏଥିରେ ରଖନ୍ତି। ଏକ ସାଇନ୍‌ବୋର୍ଡରେ ପ୍ରତ୍ୟେକ ଜିନିଷର ନାମ ଓ ତା’ ମୂଲ୍ୟ ଚକ୍‌ରେ ଲେଖି ଦୋକାନରେ ଝୁଲାଇଦେଇ ଚାଷ ଖେତକୁ ଚାଲିଯାଆନ୍ତି। ଲୋକମାନେ ଦୋକାନକୁ ଆସନ୍ତି ଓ ଆବଶ୍ୟକ ଜନିଷ ନିଅନ୍ତି। ଦୋକାନରୁ ଜିନିଷ ନେବା ପରେ ମୂଲ୍ୟସୂଚୀରୁ ମୂଲ୍ୟ ଦେଖି ଦେୟ ଦେକାନରେ ଥିବା ଜମା ବାକ୍ସରେ ରଖିଦିଅନ୍ତି। ସେଥିରେ ବି କିଛି ଖୁଚୁରା ଥାଏ ଓ ଲୋକମାନଙ୍କର ଯାହା ଫେରିପାଇବାର ଥିବ ତାହାକୁ ସେଥିରୁ ନେଇଥାନ୍ତି। ସେମାନେ ସାଧୁତାର ପରିଚୟ ପ୍ରଦାନ କରିଥାନ୍ତି। କେବେ ବି କୃଷକମାନଙ୍କୁ ଠକନ୍ତିନି।


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri