ମେଶିନ ଦ୍ୱାରା ରଥଟଣା ପ୍ରସ୍ତାବକୁ ବିରୋଧ: ‘ସେବାୟତ ଟାଣିଲେ ହାତୀ ଆବଶ୍ୟକ ପଡ଼ିବ ନାହିଁ’

ପୁରୀ ଅଫିସ,୧୫ା୬:  କରୋନା ଯୋଗୁ ରଥଯାତ୍ରା ହେବ କି ନାହିଁ ତାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି। କେନ୍ଦ୍ର ସରକାର ଏବଂ ହାଇକୋର୍ଟ ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଛନ୍ତି। କିନ୍ତୁ ସରକାର ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହାନ୍ତି। ଅପରପକ୍ଷେ ରଥଯାତ୍ରା ଯେତେ ପାଖେଇ ଆସୁଛି ଶ୍ରଦ୍ଧାଳୁଙ୍କ ମଧ୍ୟରେ ସେତେ ଉତ୍କଣ୍ଠା ବଢିବାରେ ଲାଗିଛି। ଏପଟେ ରଥଖଳାରେ ତିନିରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ଏବଂ ବିଭିନ୍ନ ନିଯୋଗ ସହ ହୋଇଥିବା ଆଲୋଚନାରୁ ରଥଯାତ୍ରାକୁ ନେଇ ସେବାୟତମାନେ ଦୃଢ ଆଶାବାଦୀ ଅଛନ୍ତି। ଏସବୁ ଭିତରେ ରଥଯାତ୍ରାକୁ ନେଇ ରୁଜୁ ଜନସ୍ବାର୍ଥ ମାମଲାର ଶୁଣାଣି କରି ରଥଟଣାରେ ମେଶିନ କିମ୍ବା ହାତୀ ନିୟୋଜନ ଭଳି ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ସରକାର ବିଚାର କରନ୍ତୁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମେଶିନ ଦ୍ୱାରା ରଥଟଣା ପ୍ରସ୍ତାବକୁ ବିରୋଧ କରିଛି ଶୁଦ୍ଧସୁଆର ନିଯୋଗ।
ରବିବାର ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସମହାପାତ୍ର ଏହାକୁ ବିରୋଧ କରି ଗଣମାଧ୍ୟମକୁ କହିଛନ୍ତି, ଦଇତାପତି ଓ ଶୁଦ୍ଧସୁଆର ମିଶି ୧୭୦ ଜଣ ସେବକ। ଏମାନଙ୍କ ମଧ୍ୟରୁ ୬୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ୧୮ ବର୍ଷରୁ କମ୍‌ ପ୍ରାୟ ୩୦ ଜଣ ସେବକ ରଥ ଉପରେ ରହିବେ ଏବଂ ଅନ୍ୟମାନେ ରଥ ଟାଣିବା ଲାଗି ଆମେ ଶ୍ରୀମନ୍ଦିର ପ୍ରଶାସନକୁ ତାଲିକା ଦେଇଛୁ। ସେହିପରି ହାତୀ ରଥ ଟାଣିବା ନେଇ ହେଉଥିବା ଚର୍ଚ୍ଚା ସମ୍ପର୍କରେ ସେ କହିଥିଲେ, ପୂର୍ବରୁ ବାଲିରେ ରଥ ଦବିଗଲେ ହାତୀ ଟାଣୁଥିଲେ। ଏବେ ହାତୀ ଟାଣିଲେ କିଛି ଅସୁବିଧା ନାହିଁ, କିନ୍ତୁ ମେଶିନ ଦ୍ୱାରା ରଥ ଟଣାଯିବା ଠିକ୍‌ ନୁହେଁ। ପୋଲିସ, ସେବାୟତ ଏବେ ରଥ ଟାଣିବାର ବ୍ୟବସ୍ଥା କରାଯାଉ। ବର୍ତ୍ତମାନ ଯଦି ସବୁ ସେବାୟତ ରଥ ଟାଣନ୍ତି ତେବେ ହାତୀର କୌଣସି ଆବଶ୍ୟକ ପଡ଼ିବ ନାହିଁ। କାରଣ ଏବେ ଆଗ ଭଳି ଆଉ ବାଲି ନାହିଁ ବୋଲି ପ୍ରେମାନନ୍ଦ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ମାଈ ହାତୀର ଜୀବନ ଗଲା

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମ ନିକଟରେ ଗୁରୁବାର ଏକ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ପ୍ରସବ ବେଦନା ଯୋଗୁ...

ନାମାଙ୍କନପତ୍ର ଦାଖଲ କଲେ ନବକୁମାର, ସରୋଜ

ବୌଦ୍ଧ,୨ା୫(ଅଜିତ କୁମାର ବାରିକ): ବୌଦ୍ଧ କଂଗ୍ରେସ ପକ୍ଷରୁ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସରୋଜ ପ୍ରଧାନ ଏବଂ ବୌଦ୍ଧ କଂଗ୍ରେସ ପ୍ରାର୍ଥୀ ନବକୁମାର...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କଲେ ନବୀନ

ଭୁବନେଶ୍ୱର,୨ା୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଟିଟିଲାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ତାଙ୍କର ନାମାଙ୍କନପତ୍ର...

ସ୍ବାମୀଙ୍କ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

କଟକ,୨।୫(କାର୍ତ୍ତିକ ସାହୁ): ଚାଉଳିଆଗଞ୍ଜ ଦୁର୍ଗାମଣ୍ଡପ ନିକଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି,...

ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ଅଳ୍ପକେ ବର୍ତ୍ତିଲେ ୬୦ରୁ ଉଦ୍ଧର୍‌ବ ଯାତ୍ରୀ

ଜଳେଶ୍ୱର,୨।୫: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର କୁଣ୍ଡାପୁର ଛକ ନିକଟରେ ହୋଇଛି ଏକ ବଡ଼ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ...

ତାଣ୍ଡବ ରଚିଲା କାଳ ବୈଶାଖୀ: ଉପୁଡିଲା ଗଛ, ଘର କାନ୍ଥ ପଡି ୩ ଗୁରୁତର

ପାଟଣା,୨।୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଏବଂ ଏହାର ଆଖପାଖ ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ ରଚିଛି। କାଳ ବୈଶାଖୀ ପ୍ରଭାବରେ ପ୍ରବଳ...

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ, ଅନେକେ ଆହତ

ଜଳେଶ୍ୱର,୨।୫: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଗୁରୁବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri