Posted inଖେଳ

ପିତାଙ୍କ ବାଓପିକ୍‌ରେ ନଜର ଆସିବେ ଏହି କ୍ରିକେଟରଙ୍କ ଝିଅ

୧୯୮୩ରେ ଭାରତୀୟ କ୍ରିକେଟ ଟିମ୍‌ର ବିଶ୍ୱକପ ବିଜୟକୁ ନେଇ ତିଆରି ହୋଇଛି। ଫିଲ୍ମ ’୮୩’। ଏହି ଫିଲ୍ମରେ ରଣବୀର ଭାରତୀୟ କ୍ରିକେଟ ଟିମ୍‌ କ୍ୟାପଟେନ୍‌ କପିଲ ଦେବଙ୍କ ଭୂମିକାରେ ଅଭିନୟ କରୁଥିଲା ବେଳେ ଦୀପିକା ତାଙ୍କ ପତ୍ନୀ ରୋମି ଦେବଙ୍କୁ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ମାଧ୍ୟମରେ କପିଲ ଦେବଙ୍କ ଏକମାତ୍ର ଝିଅ ଆମିଆ ଦେବ ବଲିଉଡ୍‌ରେ ଡେବ୍ୟୁ କରୁଛନ୍ତି। ଜାନୁୟାରୀ,୧୬ ୧୯୯୬ରେ ଜନ୍ମ ହୋଇଥିବା ଆମିୟା ଆମେରିକାରେ ପଢୁଥିଲେ। ପରେ ଭାରତ ଫେରି ଏହି ଫିଲ୍ମ ପାଇଁ ଶୁଟିଂ କରିଥିଲେ। ଏହି ଫିଲ୍ମରେ ପ୍ରସିଦ୍ଧ କ୍ରିକେଟରଙ୍କ ପିତାଙ୍କ ଭୂମିକାରେ ନଜର ଆସିବେ ତାଙ୍କ ପୁଅ। ୧୯୮୩ ବିଶ୍ୱକପ୍‌ରେ ଭାରତୀୟ ଦଳରେ ଥିବା ସନ୍ଦୀପ ପାଟିଲଙ୍କ ଭୂମିକାରେ ନଜର ଆସିବେ ତାଙ୍କ ପୁଅ ଚିରାଗ ପାଟିଲ। ଚିରାଗ ପୂବ;ରୁ ଅନେକ ମରାଠୀ ଫିଲ୍ମରେ ଅଭିନୟ କରିଛନ୍ତି। ସେହିପରି ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍‌ର ପ୍ରସିଦ୍ଧ ପେସ୍‌ ବୋଲର୍‌ ମାଲକମ୍‌ ମାର୍ଶଲଙ୍କ ଭୂମିକାରେ ପୁଅ ମିଚେଶ ମାର୍ଶଲ ଅଭିନୟ କରିବେ। ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ୍‌ ଗର୍ଡନ ଗ୍ରିନଜ୍‌ଙ୍କ ଭୂମିକାରେ କାର୍ଲ ଗ୍ରିନିଜ୍‌ ନଜର ଆସିବେ। ଭାରତୀୟ କ୍ରିକେଟ ଟିମ୍‌ର ବିଶ୍ୱକପ ବିଜୟକୁ ନେଇ ତିଆରି ହୋଇଛି। ଫିଲ୍ମର ନିର୍ଦ୍ଦେଶନା କବୀର ଖାନ ଦେଉଛନ୍ତି। ପୂର୍ବରୁ ରଣବୀର ଦୀପିକା ରାମଲୀଳା, ବାଜିରାଓ ମସ୍ତାନୀ, ପଦ୍ମାବତରେ ଭଳି ଫିଲ୍ମରେ ଏକାଠି ନଜର ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri