ମହାନଦୀ ଗର୍ଭରେ ମନ୍ଦିର ଦଧିନଉତି

ନୟାଗଡ଼ ଅଫିସ,୧୧ା୬: ନୟାଗଡ଼ ଜିଲା ଭାପୁର ବ୍ଲକ ପଦ୍ମାବତୀ ଗ୍ରାମ ଗୋପୀନାଥ ମନ୍ଦିର ଦଧିନଉତି ମହାନଦୀ ଗର୍ଭରେ ଠାବ ହୋଇଛି। ଭାରତୀୟ କଳା ଓ ସାଂସ୍କୃତିକ ଐତିହ୍ୟ ନ୍ୟାସ (ଇନ୍‌ଟାକ୍‌) ପକ୍ଷରୁ ମହାନଦୀ ଅବବାହିକା ଐତିହ୍ୟ ସ୍ଥଳ ପ୍ରଲେଖନ କାର୍ଯ୍ୟ ବେଳେ ଏହା ଦୃଷ୍ଟିକୁ ଆସିଛି। ପ୍ରକଳ୍ପ ମୁଖ୍ୟ ଐତିହାସିକ ଅନୀଲ ଧରଙ୍କ ନେତୃତ୍ୱରେ କାର୍ଯ୍ୟ ଚାଲିଛି। ସହଯୋଗୀ ଦୀପକ କୁମାର ରଣା କୁହନ୍ତି, ଏହା ପୁରୁଣା ଗୋପୀନାଥ ମନ୍ଦିର, ଯାହା ୧୧ବର୍ଷ ତଳେ ମହାନଦୀରୁ ବାହାରିଥିଲା। ପୂର୍ବରୁ ପଦ୍ମାବତୀ ଗ୍ରାମ ଯେଉଁ ସ୍ଥାନରେ ଥିଲା ତାହା ଏବେ ମହାନଦୀ ଗର୍ଭରେ। ମହାନଦୀ ଗତିପଥ ପରିବର୍ତ୍ତନରୁ ପଦ୍ମାବତୀ ସମେତ ୭ ଗ୍ରାମ ଓ ୨୨ ମନ୍ଦିର ଲୀନ ହୋଇଗଲା। ତେବେ ନଦୀ ଭିତରେ ଠାବ ଚଳନ୍ତି ପ୍ରତିମା ନୂଆ ଗୋପୀନାଥ ମନ୍ଦିରରେ ରହିଛି। ଐତିହାସିକ ଧର କୁହନ୍ତି, ଗ୍ରାମବାସୀଙ୍କ ସୂଚନା ଅନୁସାରେ ମନ୍ଦିରଟି ୧୪୦୧ରୁ ୧୬୦୦ ଶତାବ୍ଦୀ ମଧ୍ୟରେ ବୋଲି ଜଣାପଡିଛି। ମନ୍ଦିରର ଉଚ୍ଚତା ୬୦ ଫୁଟ ହେବ। ମୁଖଶାଳା ପିଢ଼ା ଓ ଦେଉଳ ବିମାନ ରେଖା ଶୈଳୀର। ଖନନ କାର୍ଯ୍ୟ ଜାରି ରହିଥିବାରୁ ଅଧିକ ତଥ୍ୟ ମିଳିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ଦୁଇ ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଖୋଲିବା ପହୁଡ଼

ପୁରୀ,୨୯।୧୨: ଇଂରାଜୀ ନବ ବର୍ଷରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି।

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ: ଦେଲା ଚେତାବନୀ, ଦାବି ପୂରଣ ନ ହେଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ସୋମବାର ଭଞ୍ଜନଗର ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରାଯାଇଛି। ଦାବି ଗୁଡ଼ିକ ହେଲା ଅତିରିକ୍ତ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri