ଏଇ ଭାରତରେ

ବର୍ଜ୍ୟବସ୍ତୁର ପୁନଃବିନିଯୋଗ କରି ପରିବେଶ ପ୍ରଦୂଷଣ କମାଇବାରେ ଅଙ୍କିତ ରାୟଙ୍କ ଚିନ୍ତାଧାରା ଏକ ନୂଆ ଦିଗ ଦେଖାଇଛି। ରୋଷେଇଘରୁ ବାହାରୁଥିବା ବର୍ଜ୍ୟରୁ ବାୟୋଗ୍ୟାସ ପାଇବା ପାଇଁ ସେ ‘ଶକ୍ତିଷ୍ଟିଲର’ ଷ୍ଟାର୍ଟଅପ ମାଧ୍ୟମରେ ବାୟୋଗ୍ୟାସ ଡାଇଜେଷ୍ଟର ନିର୍ମାଣ କରୁଛନ୍ତି। ଏହାଦ୍ୱାରା ଏଲ୍‌ପିିଜି ଗ୍ୟାସ ଖର୍ଚ୍ଚ ୬୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଉଛି। ଅଙ୍କିତ ନ୍ୟାଶ୍‌ନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି (ଏନ୍‌ଆଇଟି)ରୁ ୨୦୧୨ରେ ଶିକ୍ଷା ଶେଷ କରିବା ପରେ ମୁମ୍ବାଇର ଏକ ପାଓ୍ବାର ସେକ୍ଟରରେ କାମ କରିବାବେଳେ ତାଙ୍କ ମୁଣ୍ଡକୁ ଏଭଳି ଚିନ୍ତାଧାରା ଢୁକିଥିଲା। ପରେ ସେ ଚାକିରି ଛାଡି ଭୋପାଳ ଫେରିଆସି ପ୍ରଥମେ ତାଙ୍କ ଘରେ ସୋଲାର ପ୍ୟାନେଲ ବସାଇ ବିଦ୍ୟୁତ୍‌ ଉପତ୍ାଦନ କରିଥିଲେ। ଏହି ସିଷ୍ଟମ୍‌କୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଇବା ପାଇଁ ସେ ମଧ୍ୟପ୍ରଦେଶ ସରକାରଙ୍କୁ ପତ୍ର ଲେଖି ନୂଆ ନିୟମ ଆଣିବାରେ ସକ୍ଷମ ହୋଇପାରିଥିଲେ। ପରେ ୨୦୧୭ରେ ଶକ୍ତିଷ୍ଟିଲର ଷ୍ଟାର୍ଟଅପ୍‌ ଆରମ୍ଭ କରି ବାୟୋଗ୍ୟାସ ଡାଇଜେଷ୍ଟର ନିର୍ମାଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହାସହ ସେ ସୋଲାର ଇନ୍‌ଷ୍ଟାଲେଶନ, ଇ-ଭେହିକିଲ କନଭର୍ସନ ଏବଂ ରେନ୍‌ଓ୍ବାଟର ହାର୍ଭେଷ୍ଟିଙ୍ଗ ସିଷ୍ଟମ୍‌ ବି ନିର୍ମାଣ କରୁଛନ୍ତି। ବାୟୋଗ୍ୟାସ୍‌ ଡାଇଜେଷ୍ଟର୍‌କୁ ୧.୨ ବର୍ଗମିଟର ଜାଗାରେ କରାଯାଇପାରୁଥିବାରୁ ଏହାକୁ ଯେକୌଣସି ଜାଗାରେ ବସାଯାଇପାରୁଛି। ୩ ଲିଟର ଓ ୫ ଲିଟର କ୍ଷମତା ବିଶିଷ୍ଟ ଟାଙ୍କି ନିର୍ମାଣ କରାଯାଉଛି ଓ ଏଥିପାଇଁ ବେଶି ଖର୍ଚ୍ଚ ପଡୁନିି। ବର୍ଜ୍ୟବସ୍ତୁ ୧୦ରୁ ୧୫ ଦିନ ମଧ୍ୟରେ ଶଢିଗଲେ ସେଥିରୁ ଜାଳେଣି ଗ୍ୟାସ ନିର୍ଗତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri