‘ଦାବି ପୂରଣ ନ ହେଲେ ବସ୍‌ ଚଳାଚଳରେ ସହଯୋଗ କରିବୁନି’

ରତ୍ନଗିରି, ୩୧।୫ (ଡି.ଏନ୍‌.ଏ.) -କରୋନା ପାଇଁ ଲକ୍‌ଡାଉନ୍‌ ଯୋଗୁ ଦୁଇ ମାସ ଧରି ବସ୍‌ ଚଳାଚଳ ବନ୍ଦ ରହିଥିଲା। ମାତ୍ର ଜୁନ୍‌ ୧ରୁ ବସ୍‌ ଚଳାଚଳ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ହେଲେ ଦାବି ପୂରଣ ନ ହେଲା ଯାଏ ବସ୍‌ ଚଳାଚଳରେ ସହଯୋଗ କରିବୁ ନାହିଁ ବୋଲି କହିଛି ବରୀ ବସ୍‌ ଚାଳକ ସଂଘ। ଏ ନେଇ ସଂଘ ପକ୍ଷରୁ ରବିବାର ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ ଓ ଯାଜପୁର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବରୀ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ରବିବାର ବରୀ କୃପାସିନ୍ଧୁ ବିଦ୍ୟାଭବନ ଖେଳ ପଡିଆଠାରେ ବସ୍‌ ଡ୍ରାଇଭର, କଣ୍ଡକ୍ଟର ଓ ହେଲ୍‌ପରମାନଙ୍କ ଏକ ବୈଠକ ବସିଥିଲା। ଆଲୋଚନା ଅନୁଯାୟୀ ସଂଘ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବସ୍‌ରେ ଯାତ୍ରା କରିବା ସମୟରେ ଡ୍ରାଇଭର, କଣ୍ଡକ୍ଟର ଓ ହେଲପରମାନେ କରୋନା ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି। ତେଣୁ ସମସ୍ତ ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କ ବୀମା କରାଯିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ବୋଲି ବସ୍‌ ଚାଳକ ସଂଘ ସଭାପତି ପ୍ରଣବ କୁମାର ଦାସ, ଉପସଭାପତି ଅମର ଚରଣ ଜେନା, ସମ୍ପାଦକ ରମାକାନ୍ତ ବେହେରା, ସହ ସମ୍ପାଦକ ଅମର ପଣ୍ଡା ଓ ଉପାଧ୍ୟକ୍ଷ ଶୁଭକାନ୍ତ ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...

ଗଡ଼ମଧୁପୁରରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ, ରାଜବାଟି ବୁଲି ଫ୍ୟାନ୍ସଙ୍କ ସହ ଫଟୋ ଉଠାଇଲେ

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଗଡ଼ମଧୁପୁର ରାଜବାଟିରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ ପହଞ୍ଚିବା ପରେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ...

ଟାଟା ପାୱାରର ଶୋଷଣ ବିରୋଧରେ ତାତିଲା କଂଗ୍ରେସ

ଧର୍ମଶାଳା,୨୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ...

ବରୁଣେଶ୍ୱର ମକର ମେଳା: ୫ରୁ ମିଳିବ ବ୍ୟବସାୟୀଙ୍କୁ ଷ୍ଟଲ ରସିଦ

ବିଞ୍ଝାରପୁର,୨୮ା୧୨(ରାମକୃଷ୍ଣ ଦାସ): ଆସନ୍ତା ଜାନୁଆରୀ ୧୪ ମକର ସଂକ୍ରାନ୍ତିଠାରୁ ବିଞ୍ଝାରପୁର ବ୍ଲକ୍‌ ଅଧୀନ ଅରେଇ ପଞ୍ଚାୟତର ବରୁଣେଶ୍ୱର ମକର ମେଳା ପଡ଼ିଆରେ ରାଜ୍ୟସ୍ତରୀୟ ମେଳା ଅନୁଷ୍ଠିତ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ଡାକ୍ତରଙ୍କ ଆନ୍ଦୋଳନ: ଲାଇନ୍‌ରେ ଛିଡ଼ା ହୋଇଛନ୍ତି ରୋଗୀ

ଧର୍ମଶାଳା,୨୭।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନେ ବିଭିନ୍ନ ଦାବି ନେଇ ୧ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri