୩ ବ୍ୟବସାୟୀଙ୍କ ଠାରୁ ୧୬ ଲକ୍ଷ ୮୦ ହଜାର ଲୁଟ୍‌: * ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ

ଧରାକୋଟ,୨୮ା୫(ଡି.ଏନ.ଏ.)- ଧରାକୋଟ ଥାନା ବାଦଗଡ଼ ଗ୍ରାମ ଛକ ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ବଡ ଧରଣର ଲୁଟ୍‌ ହୋଇଛି। ୩ ବ୍ୟବସାୟୀଙ୍କ ଠାରୁ ଖଣ୍ଡା ଓ ମାଉଜର ଦେଖାଇ ନଗଦ ୧୬ ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଧରାକୋଟ ପୋଲିସ ନଂ.୮୩/୨୦ରେ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଶହଦେବ ମହାପାତ୍ର କହିଛନ୍ତି।
ଧରାକୋଟ ଥାନା କେନ୍ଦୁପଲ୍ଲୀର ବ୍ୟବସାୟୀ ବି.ବାୟା ପାତ୍ର ଦେଇଥିବା ଏତଲା ଅନୁଯାୟୀ, ସୋରଡାର ଏ.ଗଣେଷ ପାତ୍ର ଓ ଏସ୍‌. ତ୍ରିପତି ପାତ୍ରଙ୍କ ସହ ସେ ମଙ୍ଗଳବାର ୩୦୦ ଛେଳି ଧରି ଆନ୍ଧ୍ରପ୍ରଦେଶକୁ ବିକ୍ରି କରିବାକୁ ଯାଇଥିଲେ। ବିକ୍ରି କରିଥିବା ୧୬ ଲକ୍ଷ ୮୦ ହଜାର ଟଙ୍କା ଧରି ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗିରିସୋଲାରେ ବୁଧବାର ସନ୍ଧ୍ୟାରେ ପହଞ୍ଚତ୍ଥିଲେ। ତାଙ୍କର ଜଣେ ଚିହ୍ନା ପରିଚିତ ବ୍ୟକ୍ତି ଡ଼ାକିବଦା ଗ୍ରାମର କବି ଗୌଡ଼ଙ୍କୁ ଅଟୋ ଧରି ଗିରିସୋଲାରେ ପହଞ୍ଚତ୍ବାକୁ କହିଥିଲେ। କବି ତାଙ୍କ ଡାଲାଅଟୋ (ନଂ. ଓଡି୦୭ଟି-୫୨୪୯) ଧରି ହେଲ୍‌ପର ଭାଲିଆଗୋଚ୍ଛା ଗ୍ରାମର ବସନ୍ତ ବିଷୋୟୀଙ୍କ ସହ ରାତି ପ୍ରାୟ ୯ଟାରେ ଗିରିସୋଲାରେ ପହଞ୍ଚତ୍ଥିଲେ। ସେଠାରେ ଖାଇ ସାରିବା ପରେ ସମସ୍ତେ ଧରାକୋଟ ଅଭିମୁଖେ ବାହାରିଥିଲେ। କବି ଓ ବସନ୍ତ ଚାଳକ କ୍ୟାବିନ୍‌ରେ ବସିଥିବାବେଳେ ବାୟା, ଗଣେଶ ଓ ତ୍ରିପତି ଅଟୋ ଡ଼ାଲାରେ ବସିଥିଲେ। ବିଳମ୍ବିତ ରାତିରେ ବାଦଗଡ ଛକ ବୁଲାଣିରେ ୩ ଖଣ୍ଡାଧାରୀ ଯୁବକ ଅଟୋକୁ ଅଟକାଇଥିଲେ। ଅଟୋଟି ରହିବା ପରେ ସେଠାରେ ଲୁଚିଥିବା ୬ ଜଣ ଦୁର୍ବୃତ୍ତ ବାହାରି ଡ଼ାଲାରେ ବସିଥିବା ବାୟା, ଗଣେଶ ଓ ତ୍ରିପତିଙ୍କୁ ମାଡ ମାରି ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିଲେ।
ଏତେଟଙ୍କା ଧରି ଜାତୀୟ ରାଜପଥରେ ନ ଆସି ଅଟୋଯୋଗେ ନିଛାଟିଆ ରାସ୍ତାଦେଇ କାହିଁକି ବ୍ୟବସାୟୀମାନେ ଆସୁଥିଲେ ଓ ଟଙ୍କା ନେଇ ଆସୁଥିବା ଦୁର୍ବୃତ୍ତ କିପରି ଖବର ପାଇଲେ ସେ ନେଇ ପୋଲିସ ତଦନ୍ତ କରୁଛି। ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ସହ ଆସିକା, ଧରାକୋଟ, ଶେରଗଡ ଓ ବଡଗଡ ଥାନା ଅଧିକାରୀ ବିଭିନ୍ନ ସ୍ଥାନରେ ଛାନ୍‌ବିନ୍‌ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri