ରେପୋ ରେଟ୍‌ କମାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୨୩।୫: ଭାରତୀୟ ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ କରୋନା ଭୂତାଣୁ ନିୟନ୍ତ୍ରଣ ଲାଗି ସରକାର ଘୋଷଣା କରିଥିବା ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ କ୍ଷତିଗ୍ରସ୍ତ ହୋଇଛି। ଏଭଳି କାରଣ ଲାଗି ଦେଶର ଅଭିବୃଦ୍ଧି ହାର ନକାରାତ୍ମକ ରହିବ। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଶୁକ୍ରବାର ସ୍ପଷ୍ଟ କରିଛି। କରୋନା ପ୍ରଭାବିତ ଅର୍ଥ ବ୍ୟବସ୍ଥା ଉପରେ ରହିଥିବା ପ୍ରଭାବକୁ କମ୍‌ କରିବା ଲାଗି ରିଜର୍ଭ ବ୍ୟାଙ୍କ ଲଗାତର ପ୍ରୟାସ ଜାରି ରଖିଛି। ଏଭଳି ସ୍ଥିତିରେ ଆର୍ଥତ୍କ କାର୍ଯ୍ୟକଳାପକୁ ଗତି ପ୍ରଦାନ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ଅତିରିକ୍ତ ୯ଟି ପଦକ୍ଷେପ ଗ୍ରହଣ କରିଛି। ଶନିବାର ଏହାର ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଠାରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ରେପୋ (ଯେଉଁ ହାରରେ ବ୍ୟାଙ୍କଗୁଡ଼ିକ ଆର୍‌ବିଆଇଠାରୁ ଋଣ ନେଇଥାନ୍ତି) ରେଟ୍‌ରେ ୪୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ପୂର୍ବରୁ ରେପୋ ରେଟ୍‌ ୪.୪% ରହିଥିବା ବେଳେ ଏହା ବର୍ତ୍ତମାନ ୪%କୁ ହ୍ରାସ ଘଟିଛି। ଏହାବାଦ କେନ୍ଦ୍ରୀୟ ବ୍ୟାଙ୍କ ରିଭର୍ସ ରେପୋକୁ ୩.୩୫%କୁ ଖସାଇଛି। ଋଣ ପଇଠ ଉପରେ ମୋରାଟୋରିୟମକୁ ଆଉ ୩ ମାସ ବଢ଼ାଯାଇଛି।
ଏହି ଅବସରରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, କରୋନା ପ୍ରଭାବକୁ କମ୍‌ କରିବା ଏବଂ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ସେହିଭଳି ମୁଦ୍ରାସ୍ଫୀତିକୁ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରଖାଯିବା ନେଇ ବିଭିନ୍ନ ପ୍ରୟାସ ଜାରି ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ୨୦୨୦-୨୧ରେ ଅଭିବୃଦ୍ଧି ନକାରାତ୍ମକ ସ୍ଥିତିରେ ରହିବା ନେଇ ଆକଳନ କରାଯାଇଛି। ଭାରତରେ ବର୍ତ୍ତମାନ ଚାହିଦା ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। କରୋନା ଯୋଗୁ ଘରୋଇ ଚାହିଦାକୁ ଝଟକା ଲାଗିଛି। ନିବେଶ ଚାହିଦା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଆର୍ଥତ୍କ କାର୍ଯ୍ୟକଳାପ କମ୍‌ ରହିଥିବାରୁ ସରକାରଙ୍କ ରାଜସ୍ବ ସଂଗ୍ରହକୁ ଏହା କ୍ଷତି ପହଞ୍ଚାଉଛି ବୋଲି ଶକ୍ତିକାନ୍ତ ମତବ୍ୟକ୍ତ କରିଛନ୍ତି। ଏହାବାଦ ବର୍ତ୍ତମାନ ଗ୍ରହଣ କରାଯାଉଥିବା ବିତ୍ତୀୟ, ମୁଦ୍ରାନୀତିଗତ ଏବଂ ଅନ୍ୟାନ୍ୟ ପ୍ରଶାସନିକ ସଂସ୍କାରଗତ କାର୍ଯ୍ୟକ୍ରମ ଯୋଗୁ ଦେଶର ଅଭିବୃଦ୍ଧି ଧାରା ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ଭାଗରେ ସୁଧାର ଆସିବା ନେଇ ସେ ଆଶାବାଦୀ ଥିବା କହିଛନ୍ତି।
ଋଣ ପଇଠ କ୍ଷେତ୍ରରେ ମୋରାଟୋରିୟମକୁ କେନ୍ଦ୍ରୀୟ ବ୍ୟାଙ୍କ ଅଗଷ୍ଟ ମାସ ଯାଏ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ଲୋକମାନେ ଆଶ୍ୱସ୍ତି ଲାଭ କରିପାରିବେ। ମାର୍ଚ୍ଚରେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ୩ ମାସର ମୋରାଟୋରିୟମ ପ୍ରଦାନ କରିଥିଲା। ଓ୍ବାର୍କିଂ କ୍ୟାପିଟାଲ କ୍ଷେତ୍ରରେ ମୋରାଟୋରିୟମକୁ ମଧ୍ୟ ୩ ମାସ ବଢ଼ାଯାଇଛି। କୌଣସି ବାଣିଜି୍ୟକ ଗ୍ରୁପ୍‌ର ନେଟ୍‌ଓର୍ଥ ବା ସମ୍ପତ୍ତିକୁ ବିଚାରକରି ପ୍ରଦାନ କରାଯାଉଥିବା ଋଣ ଉପରେ ସୀମାକୁ ୨୫ରୁ ୩୦% ବଢ଼ାଯାଇଛି। ସେହିଭଳି କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରାସ୍ଫୀତିକୁ ନେଇ କରିଥିବା ଆକଳନରେ ଅନିଶ୍ଚିତତା ରହିଥିବା ଜଣାପଡ଼ିଛି। କରୋନା ଯୋଗୁ ବର୍ତ୍ତମାନ ବଜାରରେ ଡାଲି ଜାତୀୟ ସାମଗ୍ରୀ ମୂଲ୍ୟ ବଢୁଥିବାରୁ ଆମଦାନୀ ଶୁଳ୍କ ଏବଂ ମୂଲ୍ୟ ନିୟନ୍ତ୍ରଣ ଉପରେ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ଶକ୍ତିକାନ୍ତ ମତ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ମୁଦ୍ରାସ୍ଫୀତି ସ୍ଥିର ରହିପାରେ। ଏହା ଦ୍ୱିତୀୟାର୍ଦ୍ଧରେ ସୁଧାର ନେଇ ଆଶା କରାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଗ୍ରହଣ କରିଥିବା ଅନ୍ୟ ପଦକ୍ଷେପ ମଧ୍ୟରେ ସିଡ୍‌ବୀକୁ ୯୦ ଦିନ ଲାଗି ୧୫ ହଜାର କୋଟି ଟଙ୍କାର ପୁନଃ ପୁଞ୍ଜି ପ୍ରଦାନ ସୁବିଧା ଦିଆଯାଇଛି। ରପ୍ତାନି ଋଣ ସୀମାକୁ ୧ ବର୍ଷରୁ ୧୫ ମାସକୁ ବଢ଼ାଯାଇଛି। ଏକ୍ସିମ ବ୍ୟାଙ୍କକୁ ୧୫ ହଜାର କୋଟି ଟଙ୍କାର କ୍ରେଡିଟ ଲାଇନ ମିଳିଛି। ଡାଟା ସଂଗ୍ରହରେ ବାଧା ଉପୁଜିବା ଯୋଗୁ ମୁଦ୍ରାସ୍ଫୀତି ଆକଳନରେ ପ୍ରଭାବ ଦେଖାଯାଇଛି। ମାର୍ଚ୍ଚରେ ଔଦ୍ୟୋଗିକ ଉତ୍ପାଦନ ୧୭% ଖସିଛି। ମାନୁଫାକ୍‌ଚରିଂ କାର୍ଯ୍ୟକଳାପ ୨୧% ହ୍ରାସ ଘଟିଛି। ସେହିଭଳି କୋର୍‌ ସେକ୍ଟର ଇଣ୍ଡଷ୍ଟ୍ରି ଉତ୍ପାଦନ ୬.୫% ଖସିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଅଟକି ରହିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri