ଫଲମୂଲ ବିକ୍‌ରି ଲାଗି ବଜାର ବେବସ୍‌ତାର ଅଭାବ: ଶୋଷନ୍‌ର ଶିକାର ହେଉଛନ୍‌ ଆଦିବାସୀ

ଭବାନୀପାଟଣା,୧୪।୬ (ଡି.ଏନ୍‌.ଏ.):  କଳାହାଣ୍ଡି ଆର ରାୟଗଡ଼ା ସୀମାନାରେ ଥିବାର ନିୟମଗିରି ପରବତ ସିଘେ ୨ଶହରୁ ଅଧ୍‌କା ଆଦିବାସୀ ଡଙ୍ଗରିଆ ଆର ଝରଣିଆ କଁଧ୍‌ ପରିବାର ବାସ କରୁଛନ୍‌। ଭିନେ ଭିନେ ରୁତୁ ସମିଆରେ ଇମାନେ ସପୁରୀ, ଆମ୍‌, ପଣସ, କଦ୍‌ଲି, କମଲା, ଅମୁତଭଁଡ଼ା, କରଡ଼ି, ମାଡ଼ିଆ, ଆମ୍‌ଟଁାକୁଆ, ମକା ଜଂଗଲରେ ଉତ୍‌ପାଦନ କରବାର ସଂଗେ ବିକାଭଂଗା କରି କୁଟୁମ ପୁଷୁଛନ୍‌। ସେନ୍‌ତା ନିୟମଗିରି ପରବତ ସିଘେ ଶୀତଲ ପାଏନ୍‌ ପବନ ଲାଗି ସପୁରୀ ଚାଷ୍‌ ଭଲ ହେସି। ଇ ପରବତ୍‌ ସିଘେ କୁର୍ଲି, ଖମ୍ବେସି, ଖକ୍ରିରୀ, ଭାତ୍ରାଗୁମା, ଗଡ଼ଝଲି, ଆମବୁଣି, କୁଚେଲି, ହଟାସା ଲେଖେଁ ଗଁାର ଆଦିବାସୀମାନେ ମାସ ମାସ ଡେରା ପକେଇ ଇ ଚାଷ୍‌ କରସନ୍‌। ବଡ଼ଭାରି ହିସାବେ ନିୟମଗିରି ସିଘେ ଥିବାର ନାଚନୀଗୁଡ଼ା, ଲେପଟାଗୁଡ଼ା, ଲଡ଼ାଙ୍ଗ, ଅମଠାପଦର, ତାଡ଼ିଝୁଲା, ପାଲବେରୀ, କୁନାକାଡୁ, ଫୁଲଡୁମେର, ହରଡ଼ାପଦର, ଖମ୍ବେସି, ଜର୍ପା ଲେଖେଁ ବହୁତଟେ ଗଁାମାନକେ ବଡ଼ଭାରି ହିସାବେ ସପୁରୀ, ଆମ୍‌, ପଣସ, ଅମୁତଭଁଡ଼ା ଆର କଦ୍‌ଲି ଉତ୍‌ପାଦନ ହେସି। ସପୁରୀ, ପଣସ, ଆମ୍‌ ଆର ଦେଶୀ କଦ୍‌ଲିକେ ବିକ୍‌ବାର ଲାଗି ରାୟଗଡ଼ା ଜିଲାର ଚାଟିକନା, ବିଷମକଟକ, ମୁନିଗୁଡ଼ା, ଆମ୍ବାଦୋଲା ଆର କଳାହାଣ୍ଡି ଜିଲାର ଲାଞ୍ଜିଗଡ଼, ଲାଞ୍ଜିଗଡ଼ ରୋଡ଼ ହେଇ ଭବାନୀପାଟଣାକେ ଆନସନ୍‌। ହେଲେ ନିୟମଗିରି ଅଂଚଲରେ ଶୀତଲଭଣ୍ଡାର ଅଭାବୁ ଇମାନେ ଫଲମୂଲକେ ବେଶୀଦିନ୍‌ ବେଉଁତ କରି ରଖି ନାଇଁପାରବାର। ଶେଷେ ଉପେ ଶୂଇନ୍‌ ହେଇ ଇମାନେ ସସ୍‌ତାରେ ଫଲମୂଲ ବିକୁଛନ୍‌। ବାହାର ରାଏଜ୍‌ ସରକାରକଁର ଆଦିବାସୀ ଉନ୍ନୟନ ବିଭାଗ ତରଫୁ ଇ ଅଂଚଲରେ ଗୁଟେ ଆଦିବାସୀ ଜନଜାତି ବଜାର କରାଯାଇଛେ। ହେଲେ ପୋରଛାହନ୍‌ ଆର ଦେଖ୍‌ଭାଲ ଅଭାବୁ ଏହେଦ୍‌କା ସେଟା ଅସାମାଜିକ ଲୁକ୍‌କର ପାଏନ୍‌ଘାଟ ପାଲଟିଛେ। ଏନ୍‌ତାଥି ଛତିଶଗଡ଼ ଆର ଆନ୍ଧ୍ରପ୍ରଦେଶର ବେପାରୀମାନେ ଡଙ୍ଗରିଆ କଁଧ୍‌କର ସରଲତାର ସୁଯୋଗ ନେଇ ସପୁରୀ ଗୁଟାକ ୨ରୁ ୩ ଟଁକା ଦେଇ ଘିନି ନେଉଛନ୍‌। ସେମାନେ ତାକର ରାଏଜେ ଗୁଟାକ ୫୦ରୁ ୭୦ ଟଁକାରେ ବିକି ମାଲେମାଲ ହେଉଛନ୍‌। ସପୁରୀରୁ ମଦ, ଜେଲି, କେକ୍‌, ଆଚାର ଲେଖେଁ ଭିନେ ଭିନେ କିସମର ଖାଏଲା ଜିନିଷ ତିଆର କରି ଦଲାଲମାନେ ମୁଟା ଟଁକା କମଉଛନ୍‌। ଗଲା ୫ ବଛର ତଲେ ରାଏଜ୍‌ ସରକାରକଁର ଆଦିବାସୀ ଉନ୍ନୟନ ବିଭାଗ ନିୟମଗିରି ଅଂଚଲରେ ଉତ୍‌ପାଦିତ ସପୁରୀ ଆଦି ଫଲମୂଲରୁ ଆଦିବାସୀମାନେ କେନ୍‌ଥେଇ ଅଧ୍‌କା ଲାଭ ପାଇପାରବେ ସେ ଦିଗେ ଚିନ୍‌ତା କରିଥିଲେ। ସେଥିରଲାଗି ଅଂଚଲରେ ୨ କୋଟି ଟଁକା ଖରଚ୍‌ରେ ଗୁଟେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ଆର ଶୀତଲଭଣ୍ଡାର ଥାପନ କରବାର ଯୋଜନା କରିଥିଲେ। ହେଲେ ଦୁଖର କଥା ସେଟା ଆଏଜ୍‌ତକ କାଯ୍‌କାରୀ ନାଇଁ ହେଇପାରି। ଯେନ୍‌ଥିରଲାଗି ଆଦିବାସୀମାନେ ବଛରକୁତା ହାଡ଼ଭଂଗା ପରିଶ୍‌ରମ କରି ଉତ୍‌ପାଦନ କରୁଥିବାର ଫଲମୂଲ ସସ୍‌ତାରେ ବିକି ଶୋଷନ୍‌ର ଶିକାର ହେଉଛନ୍‌। ଇ ଦିଗେ କେନ୍ଦ୍ର ଆରା ରାଏଜ୍‌ ସରକାର ଦୁରୁଷ୍‌ଟି ଦେବାକେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

‘୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବିଜେଡି’: ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୬।୧୨: ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବିଜୁ ଜନତା ଦଳ(ବିଜେଡି)। ଶୁକ୍ରବାର ଦଳ ଭିତରେ ବିଭାଜନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri