ଘର ଛାଡ଼ିଲେ ୨ହଜାରରୁ ଊର୍ଦ୍ଧ୍ୱ ଲୋକ : ୩ ଏନ୍‌ଡିଆର୍‌ଏଫ୍‌, ୨ ଓଡ୍ରାଫ୍‌ ଟିମ୍‌ ମୁତୟନ

ଭଦ୍ରକ ଅଫିସ, ୧୯।୫- ସମ୍ଭାବ୍ୟ ବାତ୍ୟା ଅମ୍ଫନ ମୁକାବିଲା ପାଇଁ ଭଦ୍ରକ ଜିଲା ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ କରିଛି। ଜିଲାରେ ମୋଟ ୩ଟି ଏନ୍‌ଡିଆର୍‌ଏଫ୍‌ ଓ ୨ଟି ଓଡ୍ରାଫ୍‌ ଟିମ୍‌ ମୁତୟନ ହୋଇଛନ୍ତି। ଏହା ବ୍ୟତୀତ ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ରହିଛି। ସମୁଦ୍ରକୂଳିଆ ଅଞ୍ଚଳ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକର ୭୨ଟି ଗାଁକୁ ହାଇଆଲର୍ଟ ଜାରି କରାଯାଇଛି। ଆବଶ୍ୟକ ପଡ଼ିଲେ ପ୍ରାୟ ୧ ଲକ୍ଷ ୬୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ରିପୋର୍ଟ ଲେଖା ହେବା ସୁଦ୍ଧା ଧାମରା ଅଞ୍ଚଳର ପ୍ରାୟ ୨ହଜାର ମହିଳା ଓ ପୁରୁଷ ଘର ଛାଡ଼ି ବାତ୍ୟାଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ହୋଇଛନ୍ତି। ୧୦୪ଟି ବାତ୍ୟାଶ୍ରୟସ୍ଥଳୀ ମଧ୍ୟରୁ ୩୦ଟି ବାତ୍ୟାଶ୍ରୟସ୍ଥଳୀକୁ କ୍ୱାରାଣ୍ଟାଇନ୍‌ ସେଣ୍ଟର ଭାବେ ବ୍ୟବହାର କରାଯାଉଛି। ଅନ୍ୟ ୭୪ଟି ବାଦ୍‌ ପଡ଼ିଥିବା ବାତ୍ୟାଶ୍ରୟସ୍ଥଳୀ ଓ ୫୫୮ଟି ସ୍କୁଲ ଗୃହକୁ ପ୍ରଶାସନ ପକ୍ଷରୁ ଅସ୍ଥାୟୀ କ୍ୟାମ୍ପ ଭାବେ ପ୍ରସ୍ତୁତ କରାଯାଇଛି। ମଙ୍ଗଳବାର ଅପରାହ୍ନରେ ଝିପିଝିପି ବର୍ଷା ଓ କୋହଲା ପବନ ଆରମ୍ଭ ହୋଇଛି। ସମୁଦ୍ର ଅଶାନ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ପ୍ରାୟ ୩ଶହ ଜଣ ଗର୍ଭବତୀଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର କରାଯିବ ବୋଲି ଚିହ୍ନଟ କରାଯାଇଛି। ବାତ୍ୟା ମୁକାବିଲା ପାଇଁ ୯୨ଟି ପାଣି ଟାଙ୍କି, ୫୦ଟି ଜେସିବି ମେସିନ, ୩ଶହ ଜଣ ଇଲେକ୍ଟ୍ରିସିଆନ ପ୍ରସ୍ତୁତ ହୋଇ ରହିଥିବା ପ୍ରଶାସନ ସୂଚନା ଦେଇଛି। ୨୦୧୯ ‘ଫନୀ’ ବାତ୍ୟା ମୁକାବିଲାରେ ପ୍ରଶାସନ ସଫଳତା ହାସଲ କରିଥିବାରୁ ଚଳିତ ବାତ୍ୟା ଅମ୍ଫନ୍‌କୁ ମଧ୍ୟ ସଫଳତାର ସହ ମୁକାବିଲା କରିପାରିବ ବୋଲି ଜିଲା ପ୍ରଶାସନ ଆଶା ରଖିଛି। କରୋନା ମହାମାରୀ ଆତଙ୍କ ଥମି ନ ଥିବା ବେଳେ ଏବେ ଅମ୍ଫନ୍‌ର କମ୍ପନକୁ ନେଇ ସମୁଦ୍ରକୂଳିଆ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକସେବା ଭବନରେ ରିଲ୍ସ ନେଇ ଆସିବ ଗାଇଡ୍‌ଲାଇନ୍‌, ମନ୍ତ୍ରୀ କହିଲେ ସତ ଜଣାପଡ଼ିଲେ…

ଭୁବନେଶ୍ୱର,୨ା୧: ଲୋକସେବା ଭବନରେ ରିଲ୍ସ କରିବାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ...

ରାଜ୍ୟସ୍ତରୀୟ ଧନୁଯାତ୍ରା କୁଇଜ୍‌ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ…

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଐତିହ୍ୟ ଓ ପରମ୍ପରାକୁ ବର୍ତ୍ତମାନର ଛାତ୍ରୀଛାତ୍ରମାନଙ୍କୁ ଅବଗତ କରାଇବା ପାଇଁ ସ୍ଥାନୀୟ ଲେଙ୍ଗୁମିଶ୍ର ଷ୍ଟାଡିୟମରେ ଆୟୋଜିତ ହସ୍ତତନ୍ତ ମେଳା...

‘ବିହାରରେ ୨୫ ହଜାରରେ ମିଳିଯିବେ ଝିଅ’, ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ମନ୍ତ୍ରୀ ରେଖା ଆର୍ଯ୍ୟାଙ୍କ ସ୍ବାମୀ

ଡେରାଡୁନ,୨।୧: ଉତ୍ତରାଖଣ୍ଡର ମହିଳା ସଶକ୍ତିକରଣ ମନ୍ତ୍ରୀ ରେଖା ଆର୍ଯ୍ୟଙ୍କ ସ୍ବାମୀ ଗିରଧାରୀ ଲାଲ ସାହୁଙ୍କ ଏକ ବୟାନ ବର୍ତ୍ତମାନ ଉତ୍ତରାଖଣ୍ଡରେ ରାଜନୈତିକ ଝଡ଼ ସୃଷ୍ଟି କରୁଛି।...

୧୪ ଦିନ ପରେ ପଡ଼ିଥାନ୍ତା ହାତଗଣ୍ଠି, ସୁନିତାଙ୍କ ସହ ଫେରାର ହୋଇଗଲେ କନ୍ୟା: ପଛର କାରଣ ଜାଣିଲେ ଉଡ଼ିଯିବ ହୋଶ୍‌

ଚଣ୍ଡିଗଡ,୨।୧: ସମଲିଙ୍ଗୀ ବିବାହକୁ ଆଇନଗତ ଭାବରେ ସ୍ବୀକୃତି ମିଳିଥିଲେ ମଧ୍ୟ ସମାଜର ଧାରଣା ସମ୍ପୂର୍ଣ୍ଣ ବଦଳି ନାହିଁ। ପଞ୍ଜାବର ତରନତାରଣରୁ ଏକ ମାମଲା ଚର୍ଚ୍ଚାରେ ରହିଛି।...

ପୁରୀ ବଳଗଣ୍ଡି ଛକରେ ସ୍କୁଟିକୁ ଧକ୍କା ଦେଲା ବୋଲେରୋ, ନାବାଳକ ମୃତ

ପୁରୀ, ୨/୧( ଅଜିତ୍ କୁମାର ମହାନ୍ତି ): ସକାଳୁ ସକାଳୁ ବଡ଼ଦାଣ୍ଡରେ ଦୁର୍ଘଟଣା । ଶୁକ୍ରବାର ପୂର୍ବାହ୍ନରେ ପୁରୀ ବଡ଼ଦାଣ୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ...

୨୦୨୬ରେ ୩ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିବେ ବିରାଟ! ନ୍ୟୁଜିଲାଣ୍ଡ ସିରିଜର ପ୍ରଥମ ମ୍ୟାଚରୁ ହେବ ଆରମ୍ଭ!

ନୂଆଦିଲ୍ଲୀ,୨।୧: ୨୦୨୫ ମସିହାରେ ବିରାଟ କୋହଲିଙ୍କ ପାଇଁ ବହୁତ କିଛି ଘଟିଥିଲା। ସେ ଏପରି କିଛି ସଫଳତା ହାସଲ କରିଥିଲେ ଯାହା ସେ ଏପର୍ଯ୍ୟନ୍ତ ପାଇ...

ପର୍ଯ୍ୟଟନସ୍ଥଳୀରେ ଜମୁଛି ଲୋକଙ୍କ ଭିଡ଼, ୧୧୦ ଫୁଟ ଉଚ୍ଚର ବତିଘର ଉପରୁ ସେଲ୍‌ଫି ନେଇ…

ମହାକାଳପଡ଼ା,୨ା୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ନୂଆବର୍ଷରେ ବିଭିନ୍ନ ଧାର୍ମିକ ପୀଠ ଓ ପର୍ଯ୍ୟଟନ ସ୍ଥଳରେ  ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ...

ଏସବୁ ଦେଶ ସବୁଠୁ ଅଧିକ କିଣନ୍ତି ଅସ୍ତ୍ରଶସ୍ତ୍ର, ଜାଣନ୍ତୁ କେତେ ନମ୍ବରରେ ରହିଛି ଭାରତ

ନୂଆଦିଲ୍ଲୀ,୨ା୧: ଷ୍ଟକ୍‌ହୋମ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ (SIPRI)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ବିଶ୍ୱ ଅସ୍ତ୍ରଶସ୍ତ୍ର ବାଣିଜ୍ୟ ଉପରେ ଆଲୋକପାତ କରିଛି। ରିପୋର୍ଟ ଅନୁଯାୟୀ, ୨୦୨୦ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri