ହୋମ୍‌ କ୍ୱାରାଣ୍ଟାଇନ୍‌ରେ ବୃଦ୍ଧାଙ୍କ ମୃତ୍ୟୁ, ସ୍ବାବ୍‌ ନମୁନା ପରୀକ୍ଷା ହୋଇ ନ ଥିବାରୁ ମୃତଦେହ ନିକଟକୁ ଗଲେନି ଗ୍ରାମବାସୀ

ଦେବଗଡ଼,୧୮।୫:  ଦେବଗଡ଼ ଥାନା ତଥା ବାରକୋଟ ବ୍ଲକ ଅନ୍ତର୍ଗତ ଘୁରୁଡୁଖମଣ ଗ୍ରାମରେ ହୋମ କ୍ୱାରାଣ୍ଟାଇନ୍‌ରେ ଥିବା ଜଣେ ବୃଦ୍ଧାଙ୍କର ରବିବାର ମୃତ୍ୟୁ ଘଟିଛି। ବୃଦ୍ଧାଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ତେବେ କିଛିଦିନ ତଳେ ଗୋଡ ଭାଙ୍ଗିଥିବାରୁ ସଂକ୍ରମଣଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ଖବର ମୁତାବକ ଘୁରୁଡୁଖମଣ ଗ୍ରାମର ସ୍ବର୍ଗତ ସୁଦାମ ଚରଣ ପ୍ରଧାନଙ୍କ ସ୍ତ୍ରୀ ସୂର୍ଯ୍ୟମଣି(୬୫)ଗତ ୧୨ତାରିଖ ରାତିରେ ଝାଡ଼ଖଣ୍ଡ ଚାଇଁବସା ଅଞ୍ଚଳରୁ ନିଜ ଗ୍ରାମ ଘୁରୁଡୁଖମଣ ଫେରିଥିଲେ। ଏହାର ପରଦିନ ସକାଳେ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ ତାଙ୍କ ଘରକୁ ଯାଇ ସମ୍ପୃକ୍ତ ବୃଦ୍ଧା ଓ ତାଙ୍କ ପରିବାର ଲୋକଙ୍କୁ ଡାକ୍ତରଖାନା ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ପରାମର୍ଶ ଦେବାସହ ବିଜୟନଗର ସରପଞ୍ଚ ଦେବକାନ୍ତ ନାୟକଙ୍କୁ ଜଣାଇଥିଲେ। ସରପଞ୍ଚ ନାୟକ ଏ ସମ୍ପର୍କରେ ଜିଲା ପ୍ରଶାସନକୁ ସୂଚନା ଦେବାସହ ସୂର୍ଯ୍ୟମଣିଙ୍କୁ ହୋମ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଥିଲେ ହେଁ ତାଙ୍କ ଘରେ ବିଧିବଦ୍ଧଭାବେ ନୋଟିସ ଲଗାଇ ନ ଥିଲେ। ତେବେ ପରୀକ୍ଷା ନିମନ୍ତେ ସୂର୍ଯ୍ୟମଣିଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯିବା ପୂର୍ବରୁ ରବିବାର ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ଅସୁସ୍ଥ ହୋଇପଡିଥିଲେ। ସୂଚନା ପାଇ ଅଙ୍ଗନୱାଡି କର୍ମୀ ତାଙ୍କ ଘରକୁ ଆସିବାର କିଛି ସମୟ ପୂର୍ବରୁ ସୂର୍ଯ୍ୟମଣିଙ୍କର ମୃତ୍ୟୁ ଘଟିଥିଲା। ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀ ଭୟଭୀତ ହୋଇପଡିଥିଲେ। ଏପରି କି ସାହି ପଡ଼ିଶା ଓ ଜାତି ସମାଜ ଲୋକେ ତାଙ୍କ ପାଖକୁ ଆସିବାକୁ ମନା କରିଥିଲେ। ଅନ୍ୟପକ୍ଷରେ ବୃଦ୍ଧା ଜଣକ ରାଜ୍ୟ ବାହାରୁ ଫେରିଥିଲେ ହେଁ ତାଙ୍କୁ ବିଧିବଦ୍ଧ ଭାବେ ସରକାରୀ କ୍ୱାରାଣ୍ଟାଇନରେ ରଖା ନ ଯିବା ଏବଂ ଫେରିବାର ୪/୫ ଦିନ ବିତିଯାଇଥିଲେ ହେଁ ତାଙ୍କର ସ୍ବାବ୍‌ ନମୁନା ପରୀକ୍ଷା କରାଯାଇ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ବାରକୋଟ ବିଡିଓ ଟୁନୁ ମେହେରଙ୍କଠାରୁ ଖବର ପାଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଡାକ୍ତରୀ ଦଳ ସେଠାକୁ ଯାଇ ଫେରି ଆସିଥିବା ଜଣାପଡିଛି। ଗ୍ରାମବାସୀ ଓ ସମ୍ପର୍କୀୟମାନେ ମୃତଦେହ ଛୁଇଁବାକୁ ମନା କରୁଥିବା ଏବଂ ବ୍ୟବଚ୍ଛେଦ କରିବାକୁ ଅଡି ବସିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ମୃତଦେହ ସେଠାରେ ପଡିରହିଛି। ସୂଚନା ପାଇ ଦେବଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟଙ୍କୁ ପଚାରିବାରୁ ଗୋଡ଼ ଭାଙ୍ଗି ଯାଇଥିବା କାରଣରୁ ବୃଦ୍ଧାଙ୍କ ଶରୀର ସଂକ୍ରମିତ ହୋଇଯିବା ଫଳରେ ମୃତ୍ୟୁ ଘଟିଛି। ତେଣୁ ମୃତଦେହ ବ୍ୟବଚ୍ଛେଦର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri