Posted inଖେଳ

ଖେଳରତ୍ନ, ଦ୍ରୋଣାଚାର୍ଯ୍ୟ ପାଇଁ ଅଞ୍ଜୁମ, ଜଶପାଲଙ୍କ ନାମ ସୁପାରିସ

ନୂଆଦିଲ୍ଲୀ,୧୪।୫(ପି.ଟି.): ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆର୍‌ଏଆଇ) ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ମହିଳା ଶୁଟର ଅଞ୍ଜୁମ ମୋଦ୍‌ଗିଲ୍‌ଙ୍କ ନାମ ସୁପାରିସ କରିଛି। ସେହିପରି ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ କ୍ରମାଗତ ଦ୍ୱିତୀୟ ବର୍ଷ ଲାଗି ଜସ୍‌ପାଲ ରାଣାଙ୍କ ନାମ ସୁପାରିସ କରାଯାଇଛି।
ଅନ୍ୟପଟରେ ଅର୍ଜୁନ ପୁରସ୍କାର ପାଇଁ ଚାମ୍ପିୟନ ପିସ୍ତଲ ଶୁଟର ସୌରଭ ଚୌଧୁରୀ ଓ ଅଭିଷେକ ବର୍ମାଙ୍କ ନାମ ମଧ୍ୟ ଏନଆରଏଆଇ ସୁପାରିସ କରିଛି। ପରେ ମହିଳା ଶୁଟର ମନୁ ଭାକର ଓ ଯୁବ ଉଦୀୟମାନ ଶୁଟର ଏଲାଭେନିଲ ଭାଲାରିଭାନଙ୍କ ନାମ ମଧ୍ୟ ଏହି ପୁରସ୍କାର ପାଇଁ ସୁପାରିସ କରାଯାଇଛି। ଅଞ୍ଜୁମ ଓ ଜଶପାଲ ଯଥାକ୍ରମେ ଖେଳରତ୍ନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବୋଲି ଏନ୍‌ଆରଏଆଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
୨୦୦୮ରୁ ୨୬ ବର୍ଷୀୟ ଅଞ୍ଜୁମ୍‌ ଶୁଟିଂରେ ପଦାର୍ପଣ କଲେଣି। ସେ ମଧ୍ୟ ଅନ୍ୟଜଣେ ଶୁଟରଙ୍କ ସହ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ପ୍ଲେସ ହାସଲ କରିଥିଲେ। ଚଣ୍ଡିଗଡର ଏହି ମହିଳା ଶୁଟର ୧୦ମି. ଏୟାର ରାଇଫଲ ଇଭେଣ୍ଟରେ କୋଟା ପ୍ଲେସ୍‌ ହାସଲ କରିଥିଲେ। ଗତବର୍ଷ ସେ ଓ ଦିବ୍ୟାଂଶ ସିଂ ପାନଓ୍ବାର ମ୍ୟୁନିକ୍‌ ଓ ବେଜିଂରେ ଅନୁଷ୍ଠିତ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ ୧୦ ମି. ଏୟାର ରାଇଫଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ମଧ୍ୟ ରିଓ ଡି ଜେନିରୋରେ ଅନୁଷ୍ଠିତ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ୧୦ମି. ଏୟାର ରାଇଫଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ। ସେହିପରି ଗତ ଡିସେମ୍ବରରେ ଭୋପାଳରେ ଅନୁଷ୍ଠିତ ୬୩ତମ ଜାତୀୟ ଶୁଟିଂ ଚାମ୍ପିୟନଶିପ୍‌ରେ ସେ ମହିଳା ୫୦ ମି. ୩ପି ଇଭେଣ୍ଟରେ ଟାଇଟଲ ଜିତିଥିଲେ। ଖେଳରତ୍ନ ପୁରସ୍କାର ବାବଦରେ ଏକ ପଦକ, ପ୍ରମାଣପତ୍ର ଓ ୭.୫ ଲକ୍ଷ ଟଙ୍କା ନଗଦ ଅର୍ଥରାଶି ପ୍ରଦାନ କରାଯାଇଥାଏ।
ଗତବର୍ଷ ରାଣାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଦିଆ ନ ଯିବାରୁ ବିବାଦ ସୃଷ୍ଟି ହୋଇଥିଲା। ୪୩ ବର୍ଷୀୟ ରାଣା ଏସିଆନ୍‌ ଗେମ୍ସରେ ଏକାଧିକ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେ ମନୁ ଭାକର, ସୌରଭ ଓ ଅନିଶ ଭାନଓ୍ବାଲାଙ୍କ ଭଳି ବିଶ୍ୱସ୍ତରୀୟ ଶୁଟର ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏଥର ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇବେ ବୋଲି ରାଣା ବେଶ୍‌ ଆଶାବାଦୀ ଅଛନ୍ତି। ଅଭିଜ୍ଞ, ସଫଳ ତଥା ଜଣାଶୁଣା କୋଚ୍‌ମାନଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ। ସେହିପରି ଅଭିଷେକ ଓ ସୌରଭ ମଧ୍ୟ ଦମ୍‌ଦାର ପ୍ରଦର୍ଶନ କରି ଅର୍ଜୁନ ପୁରସ୍କାର ପାଇଁ ଦୃଢ ଦାବିଦାର ଭାବେ ଉଭା ହୋଇଛନ୍ତି। ୩୦ ବର୍ଷୀୟ ଅଭିଷେକ ଗତ ଏପ୍ରିଲରେ ବେଜିଂରେ ଅନୁଷ୍ଠିତ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ସ୍ବର୍ଣ୍ଣ ପଦକ ଜିତି ଭାରତ ପାଇଁ ପଞ୍ଚମ ଅଲିମ୍ପିକ୍‌ କୋଟା ପ୍ଲେସ୍‌ ହାସଲ କରିଥିଲେ। ସେହିପରି ସୌରଭ ଭୋପାଳ ଜାତୀୟ କ୍ରୀଡ଼ାରେ ୧୦ ମି. ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ବର୍ମା ଏହି ପ୍ରତିଯୋଗିତାରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri