Posted inରାଜ୍ୟ

୪ ଜିଲା ଲାଗି ୧୫ ଓଏଏସ୍‌ଙ୍କୁ ଦାୟିତ୍ୱ

ଭୁବନେଶ୍ୱର, ୧୩।୫(ବ୍ୟୁରୋ): ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ବଢ଼ି ଚାଲଛି। ଏହାକୁ ଲକ୍ଷ୍ୟକରି ରାଜ୍ୟ ସରକାର ମଙ୍ଗଳବାର ୪ ଜିଲାରେ କରୋନା ପରିଚାଳନା ଦାୟିତ୍ୱରେ ୧୫ ଜଣ ବରିଷ୍ଠ ଓଏଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି। ଯୁଗ୍ମ ସଚିବ ଓ ଉପସଚିବ ପାହ୍ୟାର ଅଫିସରଙ୍କୁ ତୁରନ୍ତ ନିଜ କାର୍ଯ୍ୟରୁ ରିଲିଭ୍‌ ହୋଇ ଆବଣ୍ଟିତ ଜିଲାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମଙ୍ଗଳବାର ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲାର କୋଭିଡ୍‌ ପରିଚାଳନା ଦାୟିତ୍ୱରେ ଏହି ଅଫିସରଙ୍କୁ ନିୟୋଜିତ କରାଯାଇଛି। ଭଦ୍ରକ ଜିଲା ଦାୟିତ୍ୱରେ ସର୍ବାଧିକ ୫ ଜଣ ଅଫିସର ତଥା, ନିଗମାନନ୍ଦ ପଣ୍ଡା, ଅଶୋକ କୁମାର ବେହୁରିଆ, ସୁରେନ୍ଦ୍ର କୁମାର ପଣ୍ଡା, ବିକାଶ ଚନ୍ଦ୍ର ବାଇନ ଓ ଅଶ୍ୱିନୀ କୁମାର ମେହେରଙ୍କୁ ଦାୟିତ୍ୱ ମିଳିଛି। ସେହିପରି କେନ୍ଦ୍ରାପଡ଼ା ଜିଲା ପାଇଁ ମନୋରଞ୍ଜନ ମଲିିକ, ସନ୍ତୋଷ କୁମାର ଦାଶ, ଦୀପକ ରାଉତରାଏ ଓ ଶୈଳେନ୍ଦ୍ର କୁମାର ଜେନାଙ୍କୁ ଦାୟିତ୍ୱ ଦିଆଯାଇଛି। ଯାଜପୁର ଜିଲା ଲାଗି ରାଜସ୍ବ ଓ ବିପର୍ଯ୍ୟ ପରିଚାଳନା ବିଭାଗ ଯୁଗ୍ମ ସଚିବ ଦିଲୀପ କୁମାର ସାହୁ, ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ବିରେନ୍ଦ୍ର କୋରକୋରା, କେବିକେ ଯୁଗ୍ମ ପ୍ରଶାସନିକ ଅଧିକାରୀ ନୃପରାଜ ସାହୁ, ପୁରୀ-କୋଣାର୍କ ଡେଭଲପମେଣ୍ଟ ଅଥରିଟି ସଚିବ ଲଲାଟେନ୍ଦୁ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି। ବାଲେଶ୍ୱର ଜିଲା ପାଇଁ ଇଡ୍‌କୋ ଲ୍ୟାଣ୍ଡ ଅଫିସର ଲକ୍ଷ୍ମଣ ମଲିକ, ଷ୍ଟାଫ ସିଲେକ୍ସନ କମିଶନର ଯୁଗ୍ମ ସଚିବ ମନୋରଞ୍ଜନ ମଲିକଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ଅଫିସରମାନେ ସମ୍ପୃକ୍ତ ଜିଲାଗୁଡ଼ିକର ଜିଲାପାଳଙ୍କ ଅଧୀନରେ କାର୍ଯ୍ୟ କରିବେ ଓ ସିଧାସଳଖ ତାଙ୍କୁ ରିପୋର୍ଟ କରିବେ। ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତ ସପ୍ତାହରେ ଗଞ୍ଜାମ ଜିଲା ପାଇଁ ୫ଜଣ ବରିଷ୍ଠ ଓଏଏସ୍‌ ଅଫିସରଙ୍କୁ ନିୟୋଜିତ କରିଛନ୍ତି। ଏହି ଅଫିସରମାନେ ସମ୍ପୃକ୍ତ ଜିଲାଗୁଡ଼ିକରେ କରୋନା ପରିଚାଳନା କାର୍ଯ୍ୟରେ ଜିଲା ପ୍ରଶାସନ ଓ ସେଠାରେ ନିଯୁକ୍ତ ପର୍ଯ୍ୟବେକ୍ଷକ (ଆଇଏଏସ୍‌ ଅଫିସର)ଙ୍କ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri