ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ଆଇସିଏମ୍‌ଆର୍‌, ଡବ୍ଲ୍ୟୁଏଚ୍‌ଓ ପ୍ରତିନିଧି ଦଳ

ଗୋପାଳପୁର,୧୧ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଦ୍ରୁତ ଗତିରେ କରୋନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି। ରବିବାର ଡବ୍ଲ୍ୟୁଏଚ୍‌ଓ, ଆଇସିଏମ୍‌ଆର ପ୍ରତିନିଧି ଦଳ ରବିବାର ଦୁଇଟି ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଛନ୍ତି।
ମଧ୍ୟାହ୍ନରେ ଆଇସିଏମ୍‌ଆର ବୈଜ୍ଞାନିକ ଡାକ୍ତର ଜୟପ୍ରକାଶ କ୍ଷତ୍ରୀ ଓ ଡବ୍ଲୁଏଚ୍‌ଓ ଷ୍ଟେଟ୍‌ ପ୍ରୋଗ୍ରାମ ଅଫିସର ଡାକ୍ତର ନିହାର ରାୟ ରଙ୍ଗେଇଲୁଣ୍ଡା ବ୍ଲକ କରାପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ଓ ନାରାୟଣପୁର ପଞ୍ଚାୟତ ହାଇସ୍କୁଲ ସଙ୍ଗରୋଧ ଗୃହ ପରିଦର୍ଶନ କରିଥିଲେ। କେନ୍ଦ୍ର ଅଧିକାରୀ, ଏଏନ୍‌ଏମ ଓ ଅନ୍ୟ କର୍ମଚାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଖାଦ୍ୟପେୟ, ଲକ୍ଷଣ ଦେଖାଗଲେ ସଠିକ ଚିକିତ୍ସା ହେଉଛି କି ନାହିଁ ପଚାରି ବୁଝିଥିଲେ। ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ ନାମ ପ୍ରତିଦିନ ତାଲିକା କରି ପ୍ରକାଶ କରିବାକୁ ପ୍ରତିନିଧି ଦଳ କହିଥିଲେ। ଜିଲାର ଅଧିକାରୀ ଓ କେଲୁଆପଲ୍ଲୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚଙ୍କ ପରିବାରରେ ୩ ଶ୍ରମିକ

ନାଉଗାଁ,୪ା୫(ସୁଧା ବେହୁରା) ଶ୍ରମିକମାନଙ୍କୁ ଦାଦନ ଖଟିବାରେ ରୋକ ଲଗାଇବା ସହ ନିଜ ଅଞ୍ଚଳରେ କାର୍ଯ୍ୟ ଯୋଗାଇ ଦେବାର ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌...

କୋରାପୁଟରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ: ବିରୋଧୀଙ୍କୁ ଟାର୍ଗେଟ୍‌

କୋରାପୁଟ,୪।୫(ଅମିତାଭ ବେହେରା)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କୋରାପୁଟରେ ପହଞ୍ଚି ନିର୍ବାଚନ ପ୍ରଚାର କରିଛନ୍ତି। କୋରାପୁଟ ଓଏମ୍‌ପି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଓଡ଼ିଶାର...

୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ: ସଭାକୁ ଆସୁଥିବା ଲୋକଙ୍କ ଉପରେ ରହିବ କଡା ନଜର

ବ୍ରହ୍ମପୁର,୪ା୫(ସ୍ମୃତି ରଞ୍ଜନ ମହାଲିକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୬ ତାରିଖରେ ବ୍ରହ୍ମପୁର ଆସି ଜାତୀୟ ରାଜପଥ ପାର୍ଶ୍ୱସ୍ଥ କନିିଷିଠାରେ ସାଧାରଣ ସଭାରେ ଯୋଗ ଦେବେ।...

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଖାଇବା ଦେବାରେ ବିଳମ୍ବ ହେବାରୁ ମା’ଙ୍କୁ ପିଟି ପିଟି ହତ୍ୟା କଲା ପୁଅ

ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରୀ ପଞ୍ଚାୟତ ଖିରେଇ ଟାଙ୍ଗିରି ଗାଁ ଭାଲୁପାହାଡ଼ି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଖାଇବା...

ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା

ପାଟଣା:୪।୫(ବୀର କିଶୋର ଦାଶ): ପାନୀୟ ଜଳ ଯୋଗାଣ ଦାବିରେ କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡ଼ା ଛକରେ ଶନିବାର ଶତାଧିକ ମହିଳା ରାସ୍ତା ଉପରେ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୪।୫(ନବୀନ ସାହୁ): ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri