Posted inଖେଳ

‘କୋଚ୍‌ ନୁହେଁ ଖେଳାଳିଙ୍କ ପରାମର୍ଶଦାତା ପାଲଟିଛିି’

ନୂଆଦିଲ୍ଲୀ, ୧୦ା୫ (ପି.ଟି.): ଲକ୍‌ଡାଉନ୍‌ ଯୋଗୁ ଭାରତର ଜୁନିୟର ବ୍ୟାଡ୍‌ମିଣ୍ଟନ ଖେଳାଳିମାନଙ୍କୁ ଘରେ ରହିବାକୁ ପଡ଼ୁଛି। ଏହି କାରଣରୁ ସେମାନଙ୍କ ମନରେ ବିରକ୍ତି ଓ ନୈରାଶ୍ୟ ଭାବ ପ୍ରକାଶ ପାଉଛି। ଏକଥା କହିଛନ୍ତି ଜାତୀୟ ଜୁନିୟର ବ୍ୟାଡ୍‌ମିଣ୍ଟନ ମୁଖ୍ୟ କୋଚ୍‌ ସଞ୍ଜୟ ମିଶ୍ର। କୋଭିଡ୍‌-୧୯ ମହାମାରୀ ଯୋଗୁ ଯୁବ ଖେଳାଳିମାନେ ପାଖାପାଖି ଦୁଇମାସ ଧରି ଘରେ ରହିଲେଣି। ବର୍ତ୍ତମାନ କୋଚ୍‌ ନୁହେଁ ବରଂ ସେମାନଙ୍କର ଜଣେ ପରାମର୍ଶଦାତା ଭାବେ କାର୍ଯ୍ୟ କରିବାକୁ ହେଉଛି। କରୋନା ମହାମାରୀ କେବଳ ଆମ ଦେଶ ନୁହେଁ ସମଗ୍ର ବିଶ୍ୱରେ ସମସ୍ୟା ସୃଷ୍ଟି କରିଛି। ଆମ ମାନସିକସ୍ଥିତିକୁ ଦୃଢ଼ କରିବାକୁ ପଡ଼ିବ। ନିଜର ନକାରାତ୍ମକ ଚିନ୍ତାଧାରା ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ, ଯାହାକି ଏକ ମ୍ୟାଚ୍‌ର କଠିନ ପରିସ୍ଥିତିରେ ସେମାନଙ୍କୁ ସହାୟକ ହୋଇଥାଏ ବୋଲି ମୋତେ ଖେଳାଳିମାନଙ୍କୁ ବୁଝାଇବାକୁ ପଡ଼ୁଛି। ମ୍ୟାଚ୍‌ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହରାଇବା ସମୟରେ କେତେଜଣ ଖେଳାଳିଙ୍କ ମନରେ ବିରକ୍ତି ଓ ଚିଡ଼ିଚିଡ଼ା ଭାବ ସୃଷ୍ଟି ହୋଇଥାଏ। ମାନସିକ ଦୁର୍ବଳତା ଓ ନକାରାତ୍ମକ ଚିନ୍ତାଧାରା ଯୋଗୁ ଏହା ଦେଖା ଦେଇଥାଏ ବୋଲି ମିଶ୍ର କହିଛନ୍ତି। ଏହି ଗୁଣକୁ କିପରି ଦୂର କରିହେବ ସେ ଦିଗରେ ଧ୍ୟାନଦେବାକୁ ମୁଁ ଖେଳାଳିମାନଙ୍କୁ ପରାମର୍ଶ ଦେଉଛି। ଲକ୍‌ଡାଉନ୍‌ ପାଇଁ ନୁହେଁ ଏହି ଦୁଇଟି ବିଷୟକୁ ଜଣେ ଖେଳାଳି ଯେତେପରିମାଣରେ ନିୟନ୍ତ୍ରଣ କରିପାରିବ ମ୍ୟାଚରେ ତାହାର ପ୍ରଦର୍ଶନ ସେତେ ଭଲ ରହିବ। ଘରେ ଯେତିକି ଜାଗା ମିଳୁଛି ସେଥିରେ ହୋମ୍‌ଓ୍ବାର୍କ କରିବାକୁ ପଡ଼ିବ। ଘରେ ଅଭ୍ୟାସ ପାଇଁ ୬ରୁ ୭ ଫୁଟ୍‌ ସ୍ଥାନ ମିଳିବ। ବହୁ ଦିନ ବ୍ୟବଧାନରେ ଯେତେବେଳେ ୨୦ଫୁଟ୍‌ ଲମ୍ବ ବିଶିଷ୍ଟ କୋର୍ଟକୁ ଫେରିବ ସେତେବେଳେ ଏହା ଖୁବ୍‌ ବଡ଼ ଲାଗିବ। ଏଥିସହିତ ଖାପ ଖୁଆଇବା ଲାଗି ଅବଶ୍ୟ କିଛି ସମୟ ଲାଗିବ। ମିଶ୍ର କହିଛନ୍ତି, ବର୍ତ୍ତମାନ ପିଲାମାନଙ୍କୁ ପ୍ରେରଣା ଦେବା ମୋ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି। କୋର୍‌ ଏକ୍ସରସାଇଜ୍‌, ଆଗିଲିଟି ଟ୍ରେନିଂ ଏବଂ ଓ୍ବାଲ୍‌୍‌ ପ୍ରାକ୍ଟିସ୍‌ ଭଳି ନିୟମିତ ଫିଟ୍‌ନେସ୍‌ ଡ୍ରିଲ୍‌ ବ୍ୟତୀତ ଅନ୍‌ଲାଇନ୍‌ରେ କେତେକ ପୁସ୍ତକ ପଠନ କରିବା ଲାଗି ଲିଙ୍କ୍‌ ମଧ୍ୟ ସେମାନଙ୍କୁ ଦେଉଛି। ଯେଉଁମାନଙ୍କର ପେଣ୍ଟିଂ, ଗାର୍ଡନିଂ ଅବା କୁକିଂ ଭଳି କିଛି ହବି ରହିଛି, ସେଦିଗରେ କିଛି ସମୟ ଦେବା ସହ ଭିଡିଓ ଶେୟାର କରିବା ଲାଗି ପରାମର୍ଶ ଦେଉଛି। ଏହା ସେମାନଙ୍କ ପାଇଁ ପ୍ରେରଣାଦାୟକ ସାବ୍ୟସ୍ତ ହେବ ବୋଲି ମୋର ଆଶା। ବ୍ୟାଡ୍‌ମିଣ୍ଟନ କେବେ ଆରମ୍ଭ ହେବ ବୋଲି ତାଙ୍କୁ ପଚରାଯିବାରେ ମିଶ୍ର କହିଥିଲେ, ଏହି ପ୍ରଶ୍ନର କେହି ଦେଇପାରିବେ ନାହିଁ। ବର୍ତ୍ତମାନ ପରିସ୍ଥିତିରେ ସରକାର ଖେଳ ନୁହେଁ ଜୀବନ ରକ୍ଷାକୁ ଅଗ୍ରାଧିକାର ଦେବା ସ୍ବାଭାବିକ। ଏହି ଆଭିମୁଖ୍ୟକୁ ଆମେ ସମସ୍ତେ ଗ୍ରହଣ କରିବା ଉଚିତ୍‌। ଆମେ ସକାରାତ୍ମକ ମନୋଭାବ ନେଇ ସମୟକୁ ଅପେକ୍ଷା କରିବା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri