ଅସ୍ଥାୟୀ କ୍ୟାମ୍ପ ପାଇଁ ଗାଇଡ୍‌ଲାଇନ ଜାରି

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟ ବାହାରୁ ଫେରୁଥିବା ଲୋକମାନଙ୍କ ଲାଗି ପଞ୍ଚାୟତ ଓ ପୌରାଞ୍ଚଳରେ ନିର୍ମାଣ ହୋଇଥିବା ଅସ୍ଥାୟୀ ଚିକିତ୍ସା ଶିବିର ବା କ୍ୱାରାଣ୍ଟାଇନ୍‌ ସେଣ୍ଟର ପରିଚାଳନା ନେଇ ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗାଇଡ୍‌ଲାଇନ ଜାରି କରାଯାଇଛି। ବାହାର ରାଜ୍ୟରୁ ଫେରୁଥିବା କୌଣସି ବ୍ୟକ୍ତିଙ୍କୁ ୧୪ଦିନିଆ କ୍ୱାରାଣ୍ଟାଇନ୍‌ ଶେଷ ନ ହେବା ଯାଏ ଘରକୁ ଛଡାଯିବ ନାହିଁ। ଏହି ସମୟରେ ମହିଳା, ପୁରୁଷ, ପିଲା, ବୃଦ୍ଧ, ରୋଗୀ, ଶାରୀରିକ ଓ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ଯେପରି କୌଣସି ଅସୁବିଧାରେ ନ ପଡନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଗର୍ଭବତୀ, କିଶୋରୀ, ସ୍ତନ୍ୟପାନ କରାଉଥିବା ମା’ଙ୍କ ପାଇଁ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ୩ ବିଷୟକୁ ଗାଇଡ୍‌ଲାଇନ୍‌ରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ସେଗୁଡିକ ହେଲା, ବ୍ୟକ୍ତି ସ୍ବାଧୀନତା, ସୁରକ୍ଷା ଏବଂ ଆତ୍ମସମ୍ମାନ। ପ୍ରଥମତଃ ମହିଳା ଓ ପୁରୁଷଙ୍କ ପାଇଁ ଅଲଗା ପାଇଖାନା ଓ ଗାଧୁଆ ଘର ବ୍ୟବସ୍ଥା କରିବା। ସମସ୍ତଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଏବଂ ତୃତୀୟତଃ ଜାତି, ଧର୍ମ ବର୍ଣ୍ଣ ନିର୍ବିିଶେଷରେ ସମସ୍ତଙ୍କୁ ସମ୍ମାନ ମିଳିବା ଦରକାର। କୌଣସି ପ୍ରକାର ଭେଦଭାବ ଯେପରି ନ ହେବ ସେଥିପ୍ରତି କଡା ଦୃଷ୍ଟି ରଖିବାକୁ ଉଲ୍ଲେଖ କରାଯାଇଛି। କ୍ୟାମ୍ପର ସମସ୍ତଙ୍କ ସମ୍ପୂର୍ଣ୍ଣ ବିରଣୀ ରେଜିଷ୍ଟ୍ରରରେ ଉଲ୍ଲେଖ କରାଯିବ। ପ୍ରତ୍ୟେକ କ୍ୟାମ୍ପରେ ସରପଞ୍ଚ, ନୋଡଲ ଅଫିସର, ସ୍ବାସ୍ଥ୍ୟ ଅଧିତ୍କାରୀ, ଆଶା, ଅଙ୍ଗନଓ୍ବାଡି କର୍ମୀ ଏବଂ ଏଏନ୍‌ଏମ୍‌ଙ୍କୁ ଯୋଗାଯୋଗ କରିବା ଲାଗି ସୂଚନା ବୋର୍ଡ ରହିବ। କ୍ୟାମ୍ପରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗଣାରେ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯିବ। କ୍ୟାମ୍ପଗୁଡିକୁ ଦିନକୁ ୩ ଥର ସଫା କରାଯିବ। ଛେପ ପକାଇବା, ଧୂମପାନକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ସକାଳ ଜଳଖିଆ, ଦ୍ୱି ପ୍ରହରରେ ଭୋଜନ, ସନ୍ଧ୍ୟାରେ ଚା’ ଓ ସ୍ନାକ୍ସ ଏବଂ ରାତ୍ରିି ଭୋଜନ ପ୍ରଦାନ କରିବାକୁ କୁହାଯାଇଛି।

କ୍ୱାରାଣ୍ଟାଇନ୍‌ ସେଣ୍ଟର ଖର୍ଚ୍ଚ ଚୂଡ଼ାନ୍ତ: ଲକ୍‌ଡାଉନ ଯୋଗୁ ରାଜ୍ୟ ବାହାରେ ବହୁ ଶ୍ରମିକ ଫସି ରହିଛନ୍ତି। ଏହା ଉଠିବା ପରେ ଶ୍ରମିକମାନେ ଘରବାହୁଡା ଆରମ୍ଭ କରିବେ। ସେମାନଙ୍କ କରୋନା ପରୀକ୍ଷା ପାଇଁ ରାଜ୍ୟ ସରକାର ସବୁ ପଞ୍ଚାୟତ ଓ ପୌରାଞ୍ଚଳଗୁଡିକରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ(ଟିଏମ୍‌ସି), କ୍ୱାରାଣ୍ଟାଇନ୍‌ ସେଣ୍ଟର ନିର୍ମାଣ କରିଛନ୍ତିି। ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନେ ପହଞ୍ଚିବା ପରେ ସେଠାରେ ସେମାନଙ୍କୁ ରଖାଯାଇ ମାଗଣାରେ ଖାଇବା ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ରାଜ୍ୟ ସରକାର ଏହାର ସମସ୍ତ ଖର୍ଚ୍ଚ ବହନ କରିବେ। ଖାଦ୍ୟ, ପରିମଳ ଓ ଶୋଇବା ଆଦି ପାଇଁ ସରକାର ବ୍ୟୟ ବରାଦ କରିଛନ୍ତିି। ଏ ନେଇ ମଙ୍ଗଳବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତିଙ୍କର ଦିନକୁ ଖାଇବା ଖର୍ଚ୍ଚ ବାବଦରେ ୧୨୦ ଟଙ୍କା, ୧୪ ବର୍ଷରୁ କମ୍‌ ପିଲାଙ୍କ ପାଇଁ ୧୦୦ ଟଙ୍କା ପ୍ରତ୍ୟେକ ପଞ୍ଚାୟତ ଓ ପୌରସଂସ୍ଥାରେ ଥିବା କ୍ୱାରାଣ୍ଟାଇଇନ୍‌ ସେଣ୍ଟରକୁ ୧୪ ଦିନ ଲାଗି ଯୋଗାଇ ଦିଆଯିବ। ସେହିପରି ଜଣେ ବ୍ୟକ୍ତିଙ୍କୁ ଟୁଥ୍‌ ବ୍ରସ୍‌, ପେଷ୍ଟ, ଜିଭ ଛେଲା, ସାବୁନ, ତେଲ, ରେଜର, ସାନିଟାରି ପ୍ୟାଡ୍‌, ମଗ୍‌, ବଟଲ ଏବଂ ବାଲ୍‌ଟି ବାବଦରେ ୩୦୦ ଟଙ୍କା, ଅସ୍ଥାୟୀ କ୍ୟାମ୍ପ ପରିମଳ ଓ ସୁରକ୍ଷା ପାଇଁ ଦୈନିକ ୨ ହଜାର ଟଙ୍କା ପ୍ରଦାନ କରାଯିବ। ଏଥିସହିତ ପ୍ରତ୍ୟେକ ବେଡ୍‌ ପାଇଁ ଦୁଇଟି ବେଡ୍‌ସିଟ୍‌ ଓ ତକିଆ ବ୍ୟବସ୍ଥା କରିବାକୁ କୁହାଯାଇଛି। ବେଡ୍‌, ତକିଆ, ବେଡ୍‌ସିଟ୍‌ ଆଦି ଭଡାରେ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହି ଅର୍ଥ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏସ୍‌ଡିଆରଏଫ)ରୁ ଭରଣା କରାଯିବ ବୋଲି କୁହାଯାଇଛି। ଯଦି କିଣିବାକୁ ପଡିବ ତେବେ ଅନ୍ୟ ଯୋଜନାରୁ ଅର୍ଥ ବିନିଯୋଗ କରିବାକୁ କୁହାଯାଇଛି। ଏବାବଦରେ ହେଉଥିବା ସମସ୍ତ ଖର୍ଚ୍ଚ ହିସାବ ପ୍ରତ୍ୟେକ ଦିନ ରେଜିଷ୍ଟରରେ ଲେଖିବାକୁ ପରାମର୍ଶ ଦିଆଯାଇଛି। ଅସ୍ଥାୟୀ ଚିକିତ୍ସା ଶିବିରରେ କେତେଜଣ ରହୁଛନ୍ତି ସେମାନଙ୍କର ସମ୍ପୂର୍ଣ୍ଣ ବିବରଣୀ ସମ୍ପୃକ୍ତ ଜିଲା ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯିବ। ଏଥିସହିତ କେତେ ଲୋକ ସଫେଇ ବା ପରିମଳ କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେମାନଙ୍କର ରେକର୍ଡ ରଖାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri