୩୮ ମତ୍ସ୍ୟଜୀବୀ ଚେନ୍ନାଇରୁ ସମୁଦ୍ର ପଥରେ ଫେରିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୨୭।୪(ବ୍ୟୁରୋ): କରୋନା(କୋଭିଡ-୧୯) ଲକ୍‌ଡାଉନ ଯୋଗୁ ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ଅତିଷ୍ଠ ହୋଇପଡ଼ିଲେଣି। ରିଲିଫ କ୍ୟାମ୍ପରେ ସେମାନଙ୍କୁ ଉପଯୁକ୍ତ ଖାଦ୍ୟ ଓ ଚିକିତ୍ସା ସୁବିଧା ମିଳୁ ନାହିଁ। ମାନସିକସ୍ତରରେ ମଧ୍ୟ ଅନେକେ ଭାଙ୍ଗି ପଡ଼ିଛନ୍ତି। ଲକ୍‌ଡାଉନ କେବେ ଖୋଲିବ, କାମଧନ୍ଦା ମିଳିବ କି ନାହିଁ, ଏହି ଚିନ୍ତାରେ ଘାରି ହୋଇ ଶ୍ରମିକମାନେ ଘର ମୁହାଁ ହେଉଛନ୍ତି। ସେମାନଙ୍କୁ ରୋକିବା ରାଜ୍ୟ ସରକାରଙ୍କ ପକ୍ଷେ କଷ୍ଟକର ହୋଇ ପଡୁଛି। ଏହି କ୍ରମରେ ୩୮ଜଣ ମତ୍ସ୍ୟଜୀବୀ ଏକ ଡଙ୍ଗାରେ ଚେନ୍ନାଇରୁ ୫ଦିନ ସମୁଦ୍ର ପଥ ଦେଇ ଶନିବାର ଗଞ୍ଜାମ ଜିଲାରେ ପହଞ୍ଚତ୍ଛନ୍ତି। ଲକ୍‌ଡାଉନ ଥିବାବେଳେ କେଉଁ ପରିସ୍ଥିତିରେ ଶ୍ରମିକମାନେ ଏତେଦୂର ସମୁଦ୍ର ବାଟଦେଇ ଆସିଲେ ସେ ନେଇ ତଦନ୍ତ କରିବାକୁ ରବିବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଡଙ୍ଗାକୁ ଜବତ କରାଯିବା ସହ ଜଳ ପଥରେ ଆଉ କିଏ ଆସୁଛନ୍ତି କି ନାହିଁ ତାହା ଉପରେ ନଜର ରଖାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ଏଠରେ ସୂଚନା ଯୋଗ୍ୟ ଯେ, ୩୮ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୨୯ଜଣ ଓଡ଼ିଶାର ହୋଇଥିବାବେଳେ ୯ଜଣ ଆନ୍ଧ୍ରପ୍ରଦେଶର ବୋଲି ଜଣାପଡ଼ିଛି। ସେମାନେ ଚେନ୍ନାଇରେ ମାଛ ବ୍ୟବସାୟୀ ଭାବେ କାର୍ଯ୍ୟ କରୁଥିଲେ। ୫ଦିନ ଜଳପଥରେ ଯାତ୍ରା କରିବା ପରେ ସେମାନେ ଶନିବାର ଗଞ୍ଜାମ ଜିଲାର ଚିକିଟି ନିକଟରେ ପହଞ୍ଚତ୍ଥିଲେ। ସେହି ମତ୍ସ୍ୟଜୀବୀଙ୍କୁ ଏବେ କ୍ୱାରାଣ୍ଟାଇନରେ ରଖାଯାଇଛି। ସେମାନଙ୍କଠାରେ କରୋନା ଲକ୍ଷଣ ରହିଛି କି ନାହିଁ ସେ ନେଇ ସ୍ବାବ ନମୁନା ପରୀକ୍ଷା କରିବାକୁ ଜିଲା ପ୍ରଶାସନକୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri