ହବଲ୍‌ ଟେଲିସ୍କୋପର ୧.୪ ମିଲିୟନ ଅବଜରଭେଶନ

ଓ୍ବାଶିଂଟନ, ୨୬।୪: ହବଲ୍‌ ସ୍ପେସ ଟେଲିସ୍କୋପ୍‌ ମହାକାଶରେ ଚିତ୍ତାକର୍ଷକ ଅବିଷ୍କାର କରିବାର ୩ ଦଶନ୍ଧି ୨୪ ଏପ୍ରିଲରେ ଶେଷ କରିଛି। ଏହି ସମୟରେ ୧.୪ ମିଲିୟନ ଅବଜରଭେଶନ ବା ଅବଲୋକନ କରି ଏହା ଏକ ରେକର୍ଡ ସୃଷ୍ଟି କରିପାରିଛି। ଉକ୍ତ ଅବଜରଭେଶନରୁ ତଥ୍ୟ ଆହରଣ କରି ବିଶ୍ୱର ଜ୍ୟୋତିର୍ବିଜ୍ଞାନ ବିଶାରଦମାନେ ୧୭ ହଜାରରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ଗବେଷଣାତ୍ମକ ପ୍ରବନ୍ଧ ମଧ୍ୟ ପ୍ରକାଶ କରିସାରିଲେଣି। ହବଲ୍‌ ବହୁପ୍ରସୂ ମହାକାଶ ପର୍ଯ୍ୟବେକ୍ଷଣାଗାର ସୃଷ୍ଟି କରିବାରେ ଇତିହାସ ସୃଷ୍ଟି କରିଛି ବୋଲି ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ପକ୍ଷରୁ କୁହାଯାଇଛି।
୩୦ ବର୍ଷ ତଳେ ଅର୍ଥାତ୍‌ ୨୪ ଏପ୍ରିଲ ୧୯୯୦ରେ ହବଲ୍‌କୁ ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେଶ୍‌ ସେଣ୍ଟରରୁ ମହାକାଶକୁ ଛଡ଼ା ଯାଇଥିଲା। ସ୍ପେସ୍‌ ଶଟଲ୍‌ ଡିସ୍‌କଭରିରେ ୫ ମହାକାଶଚାରୀ ମଧ୍ୟ ଯାତ୍ରା କରିଥିଲେ। ପୃଥିବୀ କକ୍ଷପଥରେ ଅବସ୍ଥାପିତ ହେବା ପରେ ହବଲ୍‌ ଟେଲିସ୍କୋପ୍‌ କାର୍ଯ୍ୟ ଆରମ୍ଭ କରିଥିଲା। ନାସା ଓ ଇସା (ଦି ୟୁରୋପିଆନ୍‌ ସ୍ପେଶ୍‌ ଏଜେନ୍ସି) ସହଯୋଗରେ ପ୍ରସ୍ତୁତ କରାଯାଇଥିବା ଏହି ଅନ୍ତର୍ଜାତୀୟ ପ୍ରକଳ୍ପର ବିଶେଷ ଲକ୍ଷ୍ୟ ଥିଲା ବିଶ୍ୱର ପ୍ରସାରଣ (ଏକ୍ସପାନ୍‌ଶନ) ଓ ତ୍ୱରଣ (ଆକ୍ସିଲେରେଶନ) ହାର ମାପିବା ଏବଂ ଛାୟାପଥରେ କୃଷ୍ଣଗର୍ତ୍ତ (ବ୍ଲାକ୍‌ ହୋଲ୍‌) ସନ୍ଧାନ କରିବା। ଏଥିସହିତ ଅନ୍ୟାନ୍ୟ ତାରକା ଚାରିପାଖେ ଗ୍ରହଗୁଡ଼ିକର ବାୟୁମଣ୍ଡଳକୁ ନିରୀକ୍ଷଣ, ଆମ ସୌରଜଗତ ଚାରିକଡ଼େ ଗ୍ରହଗୁଡ଼ିକର ପାଣିପାଗରେ କି ପ୍ରକାର ପରିବର୍ତ୍ତନ ଘଟୁଛି, ତାରକା ଓ ଛାୟାପଥର ଉନ୍ମେଷ ଦିଗରେ ଅତୀତ ଘଟଣାକ୍ରମର ପ୍ରାୟ ୯୭ ପ୍ରତିଶତ ଅବଲୋକନ କରିବା ଲାଗି ଉକ୍ତ ଟେଲିସ୍କୋପରେ ବ୍ୟବସ୍ଥା କରାଯାଇଥିଲା। କହିବାକୁ ଗଲେ ଅନ୍ୟାନ୍ୟ ଟେଲିସ୍ପେପ୍‌ ଅପେକ୍ଷା ହବଲ୍‌ ଅଦ୍ୟାବଧି ଜ୍ୟୋତିର୍ବିଜ୍ଞାନକୁ ପ୍ରାସଙ୍ଗିକ ତଥ୍ୟ ପ୍ରଦାନ କରିବା ସହ ପ୍ରତ୍ୟେକ ବୟସର ଲୋକଙ୍କ ପାଇଁ ଏହା ବିଷୟରେ ଜାଣିବା ଲାଗି ପଥ ସୁଗମ କରିପାରିଛି। ହବଲ୍‌ ପଠାଇଥିବା ଅନନ୍ୟ ଛବି ସମୟ ଓ ମହାକାଶ ମଧ୍ୟରେ ଆମର ସ୍ଥିତିର ପୁନଃ ସଂଜ୍ଞା ନିରୂପିତ କରିବାରେ ସହାୟକ ହୋଇଛି। ଆମର ନିକଟତର ଗ୍ରହଗୁଡ଼ିକଠାରୁ ବହୁଦୂରରେ ଥିବା ଛାୟାପଥ ବିଷୟରେ ବିଶ୍ୱର ଚିତ୍ତାକର୍ଷକ ଅନ୍ତର୍ଦୃଷ୍ଟିକୁ ଅବଲୋକନ କରିବା ସକାଶେ ହବଲ୍‌ ଅନେକ ତଥ୍ୟ ଦେଇଛି ବୋଲି ଓ୍ବାଶିଂଟନ ଡିସିସ୍ଥିତ ନାସା ମୁଖ୍ୟାଳୟରେ ଥିବା ଆସୋସିଏଟ୍‌ ଆଡ୍‌ମିନିଷ୍ଟ୍ରେଟର ଫର୍‌ ସାଇନ୍ସ ଟମାସ ଜୁର୍ବୁଚେନ୍‌ କହିଛନ୍ତି। ୩୦ ବର୍ଷ ତଳେ ଏଭଳି ଏକ ବୃହତ୍‌ କ୍ରାନ୍ତିକାରୀ ଟେଲିସ୍କୋପ୍‌ ପ୍ରେରଣ କରାଯାଇଥିଲା, ଯାହା ନିରନ୍ତର ବୈଜ୍ଞାନିକ ସୂଚନା ଦେଇଚାଲିଛି। ଏହା ଦୀର୍ଘ ବର୍ଷ ଧରି ମଣିଷର ଅନୁସନ୍ଧିତ୍ସୁ ମନକୁ ପ୍ରେରଣା ଯୋଗାଇ ଚାଲିଥିବ ବୋଲି ନାସା ପକ୍ଷରୁ କୁହାଯାଇଛି।
ଏହି ପର୍ଯ୍ୟବେକ୍ଷଣାଗାର (ଅବଜରଭେଟୋରି)ରେ କ୍ୟାମେରା ଓ ଅନ୍ୟାନ୍ୟ ଯନ୍ତ୍ରପାତି ଯେଭଳି ଖଞ୍ଜାଯାଇଛି, ତାହା ୨୦୨୦ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିବ। ହବଲ୍‌କୁ ବଳ ଦେବା ଲାଗି ଜେମ୍ସ ଓ୍ବେବ୍‌ ସ୍ପେଶ୍‌ ଟେଲିସ୍କୋପ ଆସୁଛି ବୋଲି ନାସା କହିଛି। କକ୍ଷପଥରେ ୩୦ ବର୍ଷ ରହି ରେକର୍ଡ କରିଥିବା ହବଲ୍‌ ପ୍ରଥମ ଥର ପାଇଁ ଦୁଇ ସୁନ୍ଦର ନୀହାରିକା (ନେବୁଲା) ଏନ୍‌ଜିସି ୨୦୨୦ ଏବଂ ଏନ୍‌ଜିସି ୨୦୧୪ର ଛବି ପ୍ରେରଣ କରିବାରେ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି। ଉଲ୍ଲେଖଯୋଗ୍ୟ ଯେ, ବୃହତ୍‌ ଲାଲ୍‌ ନେବୁଲା (ଏନ୍‌ଜିସି ୨୦୧୪) ଏବଂ ଏହାର ପାଖରେ ଥିବା କ୍ଷୁଦ୍ର ନୀଳ ରଙ୍ଗର ନେବୁଲା (ଏନ୍‌ଜିସି ୨୦୨୦) ତାରକାଭର୍ତ୍ତି ଲାର୍ଜ ମାଗେଲାନିକ୍‌ କ୍ଲାଉଡ୍‌ର ଏକ ଅଂଶବିଶେଷ। ଲାଜ୍‌ ମାଗେଲାନିକ୍‌ କ୍ଲାଉଡ୍‌ ଛାୟାପଥର ଏକ ଉପଗ୍ରହାଣୁପୁଞ୍ଜ, ଯାହା ୧, ୬୩,୦୦୦ ଆଲୋକବର୍ଷ ଦୂରତାରେ ଅବସ୍ଥିତ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri