ବାରିପଦା, ବଲାଙ୍ଗୀରରେ କୋଭିଡ୍‌-୧୯ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ଦାବିକଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୨୩ା୪: ସମଗ୍ର ବିଶ୍ବରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଏହାର ପ୍ରଭାବରେ ସାରା ବିଶ୍ବରେ ଆତଙ୍କ ଖେଳିଯାଇଛି। ତେବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଗୁରୁବାର ରାଜ୍ୟ ସରକାରଙ୍କ ଉଚ୍ଚ କ୍ଷମତା ସମ୍ପନ ମନ୍ତ୍ରୀସ୍ତରୀୟ କମିଟିରେ କୋଭିଡ୍‌-୧୯ ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଯାଇଛି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ଆଲୋଚନା ହୋଇଛି। ଝାରସୁଗୁଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଏନ୍‌ଆଇସି ପ୍ରକୋଷ୍ଠରେ ରାଜ୍ୟ ସାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଏଥିରେ ସେ ବାରିପଦା ଓ ବଲାଙ୍ଗୀରରେ କୋଭିଡ-୧୯ ରକ୍ତ ନମୁନା ପରୀକ୍ଷା କେନ୍ଦ୍ର ପାଇଁ କେନ୍ଦ୍ର ସରକାରଙ୍କଠାରେ ଦାବି କରିଛନ୍ତି। ଏଥିସହିତ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ଥିବା ବେଳେ ଦାଦନ ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ। ସେମାନଙ୍କ କୋଭିଡ୍‌-୧୯ ପରୀକ୍ଷା କରାଯାଇ ରାଜ୍ୟକୁ ଫେରାଇ ଅଣାଯିବା ନେଇ ପ୍ରସ୍ତାବ ଦେବେ ବୋଲି କହିଥିଲେ। ସେହିପରି ଲକ୍‌ଡାଉନ୍‌ ପାଇଁ ଶହ ଶହ ଓଡ଼ିଆ ଛାତ୍ରୀଛାତ୍ର ବାହାର ରାଜ୍ୟରେ ଫସି ରହିଥିବାରୁ ସେମାନଙ୍କୁ ଓଡ଼ିଶାକୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ଚାଲିଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୀରମିତ୍ରପୁରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ଭଉଣୀ

କୁଆଁରମୁଣ୍ଡା,୨।୫(ମହେନ୍ଦ୍ର କୁମାର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମ୍‌ଏମ ନେତ୍ରୀ ଅଞ୍ଜନୀ ସୋରେନ ଗୁରୁବାର ରାତିରେ ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ଏହି...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ବଢୁଛି ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଖଡ଼ିଆଳ,୨ା୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ତିଖାଲି ଡ୍ୟାମଠାରୁ ପ୍ରାୟ ୩ କି.ମି. ଦୂରରେ ଥିବା ଚାଷଜମିକୁ ପାଣି ଦିଆଯାଉ ନ ଥିବାରୁ ସାନମହେଶ୍ୱର ଗ୍ରାମବାସୀ...

ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ ପାଣ୍ଡିଆନ

ଜି.ଉଦୟଗିରି,୨।୫(ଶିଶିର ପଟ୍ଟନାୟକ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ହେଲିକପ୍ଟର ଯୋଗେ ଜି.ଉଦୟଗିରି ଷ୍ଟାଡିୟମ ପଡ଼ିିଆରେ ଅବତରଣ କରି ସେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ...

ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀର ଆକାଉଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ମୂଲ୍ୟବାନ ସାମଗ୍ରୀ, ଗୁରତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଛାରଖାର

ବଡବିଲ,୨।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ଥିବା ଆରିୟା ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀ ପ୍ରାଇଭେଟ ଲିମିଟେଡ କମ୍ପାନୀର ପ୍ଲାଣ୍ଟ ସ୍ଥିତ ଆକାଉଣ୍ଟ...

ତେଲକୋଇ ଆସନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ଫକୀର ନାଏକ

କେନ୍ଦୁଝର,୨।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ଗୋଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri