ଖବରଦାତାଙ୍କୁ ଦୁର୍ବ୍ୟବହାର, ହତ୍ୟା ଧମକ

ଝାରସୁଗୁଡା ଅଫିସ,୨୦।୪: ଝାରସୁଗୁଡା ଜିଲାରେ କାର୍ଯ୍ୟରତ ଜଣେ ଖବରଦାତାଙ୍କୁ ବେଆଇନ ଭାବେ ବ୍ୟବସାୟ କରୁଥିବା କିଛି ଇଟା ଭାଟି ମାଲିକ ଦୁର୍ବ୍ୟବହାର ଓ ହତ୍ୟା ଧମକ ଦେଇଥିବା ବ୍ରଜରାଜନଗର ଥାନାରେ ଅଭିଯୋଗ ହୋଇଛି। ଖବରଦାତା ଜଣକ ବ୍ରଜରାଜନଗର ଥାନା ଅଧୀନ ବୁନ୍ଦିଆ ଗ୍ରାମରେ ଥିବା କିଛି ବେଆଇନ ଇଟାଭାଟି ସମ୍ପର୍କରେ ଖବର ସଂଗ୍ରହ କରିବାକୁ ଯାଇଥିଲେ। ହେଲେ ସେଠାରେ ଥିବା ୪ ଜଣ ବ୍ୟକ୍ତି ତାଙ୍କ ମୋବାଇଲ ଛଡାଇ ନେଇଥିଲେ। ଠେଲାପେଲା କରିବା ସହ ଗାଳିଗୁଲଜ କରିଥିଲେ। ଏ ନେଇ ଖବର ପରିବେଷଣ କରିଲେ ହତ୍ୟାର ଶିକାର ହେବେ ବୋଲି ଧମକ ଦେଇଥିଲେ । ଅନ୍ୟପକ୍ଷରେ ଅନ୍ୟଜଣେ ବ୍ୟକ୍ତି ଖବରଦାତାଙ୍କ ବାପାଙ୍କୁ ଫୋନ କରି ଧମକ ମଧ୍ୟ ଦେଇଛନ୍ତି । ତେବେ ଏହାକୁ ବିରୋଧ କରି ଝାରସୁଗୁଡାର ଖବରଦାତାମାନଙ୍କ ଏକ ପ୍ରତିନିଧି ଦଳ ସୋମବାର ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତିଙ୍କୁ ଦେଖା କରିଛନ୍ତି। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବ୍ରଜରାଜନଗର ଥାନା ଅଧିକାରୀଙ୍କୁ ଏସ୍‌ପି ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ସଂସଦରେ କିଏ ପିଇଲା ସିଗାରେଟ? ଅନୁରାଗ ଠାକୁରଙ୍କ ବୟାନକୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୧୧|୧୨: ଇ-ସିଗାରେଟକୁ ଭାରତ ସରକାର ବ୍ୟାନ କରିଛନ୍ତି । କିନ୍ତୁ ଆଜି ପୁଣିଥରେ ସଂସଦରେ ଏହି ପ୍ରସଙ୍ଗ ଉଠିଛି । ସଦନରେ ଇ-ସିଗାରେଟ ପିଇବା ନେଇ...

ଅସହ୍ୟ ଶୀତ: ପଡୁଛି ବରଫ..

ଫୁଲବାଣୀ,୧୧।୧୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଏବେ ଶୀତର ଲହରୀ ଜାରି ରହିଛି। ପର୍ଯ୍ୟଟକଙ୍କ ଆଗମନ ଧୀରେଧୀରେ ବଢୁଛି। ଗୁରୁବାର ଭୋର ସମୟରେ ଫୁଲବାଣୀରେ ବରଫର...

ଆଦିବାସୀ ମହିଳା ଶ୍ରମିକଙ୍କୁ ବଳାତ୍କାର କଲେ ଗାଁ ସାଥୀ, କାହା ଆଗରେ କହିଲେ ଜୀବନରୁ ମାରିଦେବି,ଏମିତି ଅଭିଯୋଗ ଆଣି ପୀଡ଼ିତା…

ଲାଞ୍ଜିଗଡ଼,୧୧ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ମହିଳା (୩୭)ଙ୍କୁ ବଳାତ୍କାର ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ...

ଖେଳିଗଲା ଆତଙ୍କ: ଏହି ଜିଲାରେ ୭୦୦୦ରୁ ଅଧିକ HIV ରୋଗୀ ଚିହ୍ନଟ: ୪୦୦ ଶିଶୁ ପଜିଟିଭ୍‌

ପାଟନା,୧୧।୧୨: ବିହାରର ସୀତାମାଢ଼ି ଜିଲାରୁ ଏକ ଚିନ୍ତାଜନକ ଖବର ଆସିଛି। ଏଚଆଇଭି ପଜିଟିଭ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହା ସ୍ବାସ୍ଥ୍ୟ ବିଭାଗ...

ବୈଜ୍ଞାନିକ କୌଶଳ ବ୍ୟବହାର କରି ଶିମିଳିପାଳ ଅଭୟାରଣ୍ୟରୁ କରୁଥିଲେ ଶିକାର: ୫ କୁଖ୍ୟାତ ଶିକାରୀଙ୍କୁ…. 

ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ୫ଜଣ କୁଖ୍ୟାତ ଶିକାରୀ ଧରା ପଡିଛନ୍ତି । ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri