Posted inଖେଳ

ରିଚର୍ସ ଆର୍ଟିକିଲ ପଢିବା ସହ ପରିବାରକୁ ସମୟ ଦେଉଛନ୍ତି ଶୁଭକାନ୍ତ

କଟକ ଅଫିସ,୧୫ା୪- ରାଜ୍ୟ ସିନିୟର କ୍ରିକେଟ ଦଳର ଫିଜିଓ ହେଲେ ଶୁଭକାନ୍ତ ସାହୁ। ୨୦୧୧ ମସିହାରୁ ରାଜ୍ୟ ସିନିୟର ଖେଳାଳିଙ୍କ ଫିଟ୍‌ନେସ ଭାର ଶୁଭକାନ୍ତଙ୍କ କାନ୍ଧରେ। ଏପରିକି ସେ ହେଉଛନ୍ତି ରାଜ୍ୟର ଏକମାତ୍ର ଲେଭଲ-୧ ଫିଜିଓ। ସମ୍ପ୍ରତି ଲକ୍‌ଡାଉନ୍‌ ସମୟରେ ଘରେ ରହି ଫିଜିଓ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ରିସର୍ଚ ଆର୍ଟିକିଲ୍‌ ପଢ଼ିବା ସହ ଝିଅ ଜିୟାନ୍ସି ଓ ଝିଆରୀ ଖୁସି ସହିତ ସମୟ ଅତିବାହିତ କରୁଛନ୍ତି ବୋଲି କୁହନ୍ତି।
ଶୁଭକାନ୍ତଙ୍କ କହିବା ଅନୁଯାୟୀ, ଏକ ଲମ୍ବା ଛୁଟି ମିଳିଛି। ବ୍ୟସ୍ତବହୁଳ ଜୀବନ, କ୍ରିକେଟ ସିଜିନ ଓ ଟୁର୍‌ ଯୋଗୁଁ ପରିବାର ପାଇଁ କେବେ ସମୟ କାଢ଼ି ପାରୁ ନଥିଲି। ଏବେ ଦିନରାତି ପରିବାର ସହ କଟୁଛି। ବୋଧହୁଏ , ଏହି ସବୁ ମୁହୂର୍ତ୍ତ ଆଗାମୀ ଦିନରେ ମୋ ପାଇଁ ସ୍ମୃତି ପାଲଟିଯିବ। ପରିବାର ଲୋକଙ୍କୁ ସମୟ ଦେବା ସହଜ କଥା ନୁହେଁ। ବାପା ଓ ବଡ଼ଭାଇ ଘରର ସଉଦା କିଣାକିଣି କରନ୍ତି। ଏବେ ମଧ୍ୟ ବାପା ଓ ବଡ଼ଭାଇ ଏହି ସମସ୍ତ କାର୍ଯ୍ୟ କରୁଛନ୍ତି। ବଜାର କାର୍ଯ୍ୟରୁ ମୋତେ ମୁକ୍ତି ମିଳିଛି। ହେଲେ ଘରର ଅନ୍ୟ ଛୋଟଛୋଟ କାର୍ଯ୍ୟ ମୋତେ କରିବାକୁ ପଡ଼ୁଛି ବୋଲି ସେ କୁହନ୍ତି। ଝିଅ ଜିୟାନ୍ସିକୁ ନିକଟ ଅତୀତରେ ଗୋଟିଏ ବର୍ଷ ପୂରିଲା। ତା’ ସହ ଏବଂ ଝିଆରୀ ସାଇ ସୌମ୍ୟା(ଖୁସି) ସହ ଖେଳିବାରେ ଦିନର ଅଧିକ ସମୟ କଟୁଛି। ଗତ ମାର୍ଚ୍ଚ ୧୮ ଓ ୧୯ ତାରିଖରେ ଜାତୀୟ କ୍ରିକେଟ ଏକାଡେମୀ(ଏନସିଏ) ପକ୍ଷରୁ ଦେଶର ସମସ୍ତ ରାଜ୍ୟ ଦଳର ଫିଜିଓମାନଙ୍କୁ ନେଇ ଏକ ସ୍ବତନ୍ତ୍ର କର୍ମଶାଳା ଆୟୋଜନ ହୋଇଥାନ୍ତା। ଏହାକୁ ବାତିଲ କରାଯିବା ପରେ ଏନସିଏ ପକ୍ଷରୁ କିଛି ରିସର୍ଚ୍ଚ ଆଟିକିଲ ପଠାଯାଇଛି। ଯେଉଁଥିରେ ଚିକିତ୍ସାର ଅତ୍ୟାଧୁନିକ ପଦ୍ଧତି ସବୁ ଉଲ୍ଲେଖ ରହିଛି । ଏହାକୁ ପଢ଼ିବା ସହ କିପରି କାର୍ଯ୍ୟକାରୀ କରାଯାଇ ପାରିବ ସେ ସମ୍ପର୍କରେ ଅବଗତ ହେଉଛି । ଇଂଲଣ୍ଡ, ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ କ୍ରିକେଟ ଦେଶରେ ଫିଜିଓମାନେ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଆପଣାଇଛନ୍ତି । ସେ ସମସ୍ତ ମଧ୍ୟ ଏବେ ଶିକ୍ଷା ହାସଲ କରିବାର ସୁଯୋଗ ମିଳିଛି ବୋଲି ଶୁଭକାନ୍ତ କୁହନ୍ତି ।
ଏନସିଏର ନିର୍ଦ୍ଦେଶ ମୁତାବକ, ରାଜ୍ୟ ସିନିୟର କ୍ରିକେଟ ଦଳର ସମସ୍ତ ଖେଳାଳିଙ୍କୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲି। ଯେଉଁଥିରେ ରାଜ୍ୟର ପ୍ରତ୍ୟେକ ସିନିୟର ଖେଳାଳିଙ୍କ ଫିଟ୍‌ନେସ୍‌ ଓ ଶାରୀରିକ ଦକ୍ଷତାକୁ ସ୍ଥାନ ଦିଆଯାଇଛି। ବାତିଲ ହୋଇ ସାରିଥିବା କର୍ମଶାଳାରେ ଏହି ରିପୋର୍ଟ ନେଇ ଆଲୋଚନା ହୋଇଥାନ୍ତା। ଖେଳାଳିମାନେ କିପରି ଆଘାତ ନପାଇବେ ସେ ଦିଗରେ ଗୁରୁତ୍ୱାରୋପ କରାଯାଇଥାନ୍ତା। ଆଘାତ ପାଇଲେ, ତୁରନ୍ତ ଆରୋଗ୍ୟ କରିବାର କୌଶଳ ସହିତ ଆଘାତଜନିତ ସମସ୍ୟା ସୃଷ୍ଟି କିପରି ନହେବ ସେ ଦିଗରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଛି। ରିସର୍ଚ ଆଟିକିଲ୍‌ରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି ବୋଲି ଶୁଭକାନ୍ତ କହିଛନ୍ତି। ଏହାଛଡ଼ା ଏବେ ଘରେ ରହି ଶାରୀରିକ ଅଭ୍ୟାସ ଚଳାଇଥିବା ରାଜ୍ୟ କ୍ରିକେଟରମାନଙ୍କ ସହିତ ନିୟମିତ ଆଲୋଚନା ଚାଲିଛି। ହଠାତ୍‌ ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ଘରେ ରହି ଫିଟନେସକୁ କିପରି ସନ୍ତୁଳନ କରିବେ ସେଥିପାଇଁ ରାଜ୍ୟ ସିନିୟର ଖେଳାଳିଙ୍କୁ ଟିପ୍ସ ଦେଉଛନ୍ତି ଶୁଭକାନ୍ତ।
ମୁଁ ବି ଭଲ ରୋଷେଇ କରିପାରେ..
ରୋଷେଇ ଘରକୁ କେବେ ପଶେନି। ଭଲଭଲ ଖାଦ୍ୟ ଖାଇବାକୁ ଭଲ ପାଏ, ହେଲେ ରାନ୍ଧିବା ମୋତେ ଜଣାନାହିଁ। ମୁଁ ଜଣେ ଭଲ କୁକ୍‌(ରୋଷେୟା) ବୋଲି ଏବେ ବିଶ୍ୱାସ ହୋଇଥିବା ଶୁଭକାନ୍ତ କୁହନ୍ତି। ଘରେ ରହିବା ଫଳରେ ଭଲ ସୁସ୍ବାଦୁ ଖାଦ୍ୟ ଖାଇବା ପ୍ରତି ଆଗ୍ରହ ବଢ଼ୁଛି । ଗତ ସପ୍ତାହରେ ଏକ ଚକୋଲେଟ୍‌ କେକ୍‌ କରିଥିଲି। ଯାହା ପରିବାରର ସମସ୍ତଙ୍କୁ ଭଲ ଲାଗିଲା ବୋଲି ରାଜ୍ୟର ଏହି ଫିଜିଓ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri