ଆମେରିକାରେ ୪ ଲକ୍ଷ ଉପରେ ଆକ୍ରାନ୍ତ

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୯।୪: ବିଶ୍ୱ ଏବେ କରୋନା କବଳିତ। ଚାରିଆଡ଼େ ତ୍ରାହି ତ୍ରାହି ଡାକ। ମୁଣ୍ଡ ପରେ ମୁଣ୍ଡ ଗଡ଼ିଚାଲିଥିଲେ ବି ଏଭଳି ଯମଯନ୍ତ୍ରଣାରୁ ମୁକୁଳିବା ଲାଗି ଅଣ୍ଟା ସଳଖ କରିପାରୁନି କୌଣସି ଦେଶ। ସବୁଠାରୁ ବିତ୍ତଶାଳୀ ଦେଶ ଆମେରିକା ଅଣନିଃଶ୍ୱାସୀ ହୋଇପଡ଼ିଲାଣି। ପ୍ରାଣଘାତୀ କରୋନା ଉପରେ ବିଜୟ ଲାଗି ପ୍ରୟାସ ଜାରି ରହିଥିବା ବେଳେ ମୃତ୍ୟୁକୁ ରୋକାଯାଇ ପାରୁନାହିଁ। ଏବେ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪ ହଜାର ଟପିଛି। ଏଠାରେ ୧୨,୯୩୩ ଜୀବନ ଗଲାଣି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭୂତାଣୁର ଏଭଳି ସ୍ଥିତିକୁ ଦେଖି ଅସହାୟ ହୋଇପଡ଼ିଛନ୍ତିି। ଗୋଟିଏ ଦିନରେ ୪ ହଜାର ମାମଲା ସାମ୍ନାକୁ ଆସିଥିବା ବେଳେ ୧୫୦ ମୁଣ୍ଡ ଏଠାରେ ଗଡ଼ିଛି। ଫଳରେ ଟ୍ରମ୍ପଙ୍କ ମୁଣ୍ଡ ବ୍ୟଥା ବଢ଼ିଯାଇଛି। ବିଶ୍ୱର ୨୦୯ ଦେଶ କରୋନା କବଳିତ ହୋଇଥିବା ବେଳେ ୮୩,୬୭୦ ଲୋକଙ୍କ ଏପର୍ଯ୍ୟନ୍ତ ପ୍ରାଣହାନି ଘଟିଲାଣି। ସଂକ୍ରମିତଙ୍କ ସଂଖ୍ୟା ୧୪.୫୬ ଲକ୍ଷକୁ ବୃଦ୍ଧିପାଇଛି। ପରିସ୍ଥିତି ଏକ୍‌ଦମ୍‌ ଅଣାୟତ୍ତ ହୋଇପଡ଼ିଛି।
ସ୍ପେନ୍‌ରେ ମଧ୍ୟ ଅନୁରୂପ ସ୍ଥିତି। ଏଠାରେ ମୃତ୍ୟୁସଂଖ୍ୟା ୧୪,୫୬୦ରେ ପହଞ୍ଚି ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୧ ଲକ୍ଷ ୪୭ ହଜାର ହେଲାଣି। ଗୋଟିଏ ଦିନରେ ଏଠାରେ ୪,୭୫୬ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ବେଳେ ୫୧୫ ଜୀବନ ଯାଇଛି। ଇଟାଲୀରେ ୧୭,୧୭୬ ଜୀବନ ଯାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧.୩୬ ଲକ୍ଷରେ ପହଞ୍ଚିଛି। ଜର୍ମାନୀରେ ମଧ୍ୟ ୧.୧୦ ଲକ୍ଷ ଭୂତାଣୁ ସଂକ୍ରମିତ। ଏଠାରେ ଗଲାଣି ୨,୦୯୬ ଜୀବନ। ଫ୍ରାନ୍ସରେ ଦ୍ରୁତ ଗତିରେ ବ୍ୟାପୁଛି ଏହି ମହାମାରୀ ଭୂତାଣୁ। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧.୧୦ ଲକ୍ଷ ଛୁଇଁଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ି ୧୦,୩୩୦ରେ ପହଞ୍ଚିଛି। ସଂକ୍ରମଣର କେନ୍ଦ୍ରସ୍ଥଳ ଚାଇନାରେ ସଂକ୍ରମିତଙ୍କ ସଂଖ୍ୟା ୮୧ ହଜାର ଉପରେ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୩,୩୩୩ ରହିଛି। ଇରାନ ଓ ବ୍ରିଟେନରେ ଉତ୍କଟ ପରିସ୍ଥିତି ଦେଖାଦେଇଛି। ଇରାନରେ ୩,୯୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬୫ ହଜାର ଆକ୍ରାନ୍ତ ଅଛନ୍ତି। ବ୍ରିଟେନରେ ୫୫ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ଥିବା ଜଣାପଡ଼ିଛି। ଏଠାରେ ଅଦ୍ୟାବଧି ୬,୧୬୦ ମୁଣ୍ଡ ଗଡ଼ିଲାଣି। ଏହାବାଦ୍‌ ବେଲଜିୟମରେ ୨,୨୪୦, ନେଦରଲାଣ୍ଡ୍ସରେ ୨,୨୪୮, ତୁର୍କୀରେ ୭୨୫, ସୁଇଜରଲାଣ୍ଡରେ ୮୫୮, ବ୍ରାଜିଲରେ ୬୯୯, ସ୍ବିଡେନରେ ୬୮୯, ଇଣ୍ଡୋନେସିଆରେ ୨୪୦, ଫିଲିପାଇନ୍ସରେ ୨୮୭ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ହଜାର ହଜାର ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇ ପାରୁନାହିଁ। ଚିକିତ୍ସା ଉପକରଣ, ହସ୍ପିଟାଲର ଅଭାବ ସହ ଲକ୍‌ଡାଉନ୍‌ ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପରିସ୍ଥିତିକୁ ଅଧିକ ବିଷମୟ କରିପକାଇଛି। କରୋନା ଭୂତାଣୁରୁ ରକ୍ଷାପାଇବା ଲାଗି କୌଣସି ଔଷଧ ବାହାରି ନ ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧିପାଇବା ସମସ୍ୟାକୁ ଦ୍ୱିଗୁଣିତ କରିପକାଇଛି। ବିଶ୍ୱସ୍ତରୀୟ ସଙ୍ଗଠନଗୁଡ଼ିକ ଅସହାୟ ହୋଇପଡ଼ିଛନ୍ତି। କେବଳ ସାମାଜିକ ଦୂରତ୍ୱ ରକ୍ଷା ଓ ଲକ୍‌ଡାଉନ୍‌କୁ ମାନି ଘର ରହିବା ଲାଗି ପରାମର୍ଶ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ… 

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri