ଗଞ୍ଜାମ ଜିଲାପାଳଙ୍କ ନୂଆ ନିର୍ଦେଶନାମା: ପ୍ରତ୍ୟେହ ମଧ୍ୟାହ୍ନ ୧୨ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଶଟ୍‌ଡାଉନ

ଛତ୍ରପୁର, ୪।୪(ଡି.ଏନ.ଏ .)- ରାଜ୍ୟରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ତାଲା ବନ୍ଦ ପରିପ୍ରେକ୍ଷିରେ ଅଧିକ କଠୋର କଟକଣା ଜାରି କରିଛନ୍ତି । ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ୧୯ ଘଣ୍ଟିଆ ସଟ୍‌ଡାଉନ ନିର୍ଦ୍ଦେଶ ଜାରି କରିଛନ୍ତି। ଦିନ ୧୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଶର୍ଟଡାଉନ କଟକଣା ରହିବ। ଆଦେଶ ମତେ ପୋଲିସ୍ ପାଟ୍ରୋଲିଂ ଅଧିକ କଡାକଡି କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବାହାରେ ବୁଲୁଥିବା ଯେ କୌଣସି ବ୍ୟକ୍ତିଙ୍କୁ ପୋଲିସ୍ ଥାନାକୁ ଉଠାଇନେବ । ସ୍ଥଳ ବିଶେଷରେ ସେମାନଙ୍କ ବିରୁଦ୍ଧରେ ମହାମାରୀ ରୋଗ ନିୟମ ମୁତାବକ ମାମଲା ଦାୟର କରାଯିବ। ଗଣମାଧ୍ୟମକୁ ଏଥିରୁ ବାଦ୍ ଦିଆଯାଇଛି। ପ୍ରତ୍ୟହ ମଧ୍ୟାହ୍ନ ୧୨ଘଣ୍ଟା ଠାରୁ ପରଦିନ ସକାଳ ୭ଘଣ୍ଟା ପର୍ଯ୍ୟନ୍ତ କୌଣସି ବ୍ୟକ୍ତିକୁ ବାହାରକୁ ବାହାରିବା ପାଇଁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କୌଣସି ମଟର ସାଇକେଲ ଏହି ସମୟ ମଧ୍ୟରେ ରାସ୍ତାକୁ ବାହାରି ପାରିବେ ନାହିଁ। ଜିଲାର କୌଣସି ଠାରେ କୌଣସି ଦୋକାନ ଏହି ସମୟ ମଧ୍ୟରେ ଖୋଲାଯାଇ ପାରିବ ନାହିଁ। ଔଷଧ ଦୋକାନ ଯେଉଁ ଗୁଡିକୁ ପ୍ରଶାସନ ଅନୁମତି ପ୍ରଦାନ କରିଥିବ ସେହି ଗୁଡିକ କେବଳ ଖୋଲାଯାଇ ପାରିବ। ଏଥିପାଇଁ ସ୍ଥାନୀୟ ଡ଼୍ରଗ୍ ଇନ୍ସପେକ୍ଟର କିମ୍ବା ସହରାଞ୍ଚଳ ନିର୍ବାହୀ ଅଧିକାରୀ ଅନୁମତି ପ୍ରଦାନ କରିବା ଆବଶ୍ୟକ। ଯେଉଁ ଔଷଧ ଦୋକାନ ଗୁଡିକ ଖୋଲା ରହିବ ତାହା ପରସ୍ପର ଠାରୁ ଅନ୍ତତଃ ୧୦୦ ମିଟର ଦୂରତ୍ବ ବଜାୟ ରଖିବେ। ଟେଲିଫୋନ୍ ଯୋଗାଯୋଗ ଦ୍ବାରା ଔଷଧ ପ୍ରଦାନ କରାଯାଇପାରିବ। ଶତ ପ୍ରତିଶତ ରୋଗୀ ସେବା ଟେଲିଫୋନ୍ ମାଧ୍ୟମରେ ପରିଚାଳନା କରିବାପାଇଁ କୁହାଯାଇଛି। ଡାକ୍ତର ଖାନାରେ ଜରୁରୀକାଳିନ ଓ୍ବାର୍ଡ କାର୍ଯ୍ୟକ୍ଷମ ରହିବ। ସମସ୍ତ ଘରୋଇ ଡାକ୍ତରଖାନା କରୋନା ରୋଗୀଙ୍କ ପାଇଁ ପ୍ରସ୍ତୁତ ହୋଇ ରହିବ। ସ୍ଥାନୀୟ ତହସିଲଦାର ଏହାର ତଦାରଖ କରିବେ। କୌଣସି ରୋଗୀ ତହସିଲଦାର କିମ୍ବା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନିର୍ଦ୍ଦେଶ ବିନା ଡାକ୍ତରଖାନାକୁ ମୋଟରସାଇକେଲରେ ଆସିପାରିବେ ନାହିଁ। ନିଜ ଘରେ କ୍ବାରାଣ୍ଟାଇନ୍ରେ ଥିବା କୌଣସି ବ୍ୟକ୍ତି ବାହାରେ ବୁଲିଲେ ତାଙ୍କୁ ତୁରନ୍ତ ନେଇ ପ୍ରଶାସନିକ କ୍ବାରାଣ୍ଟାଇନ୍ କେନ୍ଦ୍ରରେ ରଖାଯିବ। ବୟସ୍କ ବ୍ୟକ୍ତିମାନଙ୍କୁ ବାହାରେ ବୁଲିବାପାଇଁ ନିଷେଧ କରାଯାଇଛି। ଅବମାନନା କଲେ ସେମାନଙ୍କୁ ମଧ୍ୟ କ୍ବାରାଣ୍ଟାଇନ୍ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯିବ। କୌଣସି ବ୍ୟକ୍ତି ବାହାରକୁ ବାହାରିଲେ ତାଙ୍କର ମୁହଁକୁ ସମ୍ପୂର୍ଣ୍ଣ ଆବୃତ୍ତ କରି ରଖିବେ । ଯେଉଁମାନେ ଥଣ୍ଡା କିମ୍ବା କାଶରେ ଆକ୍ରାନ୍ତ ସେମାନେ ନିଜଘରେ ମଧ୍ୟ ମୁହ୍ଁକୁ ଆବୃତ କରି ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri