ଲକ୍‌ଡାଉନ ପାଇଁ ଦୈନିକ କ୍ଷତି ୪.୬୪ ବିଲିୟନ ଡଲାର

ନୂଆଦିଲ୍ଲୀ, ୩।୪: କୋଭିଡ-୧୯ ବ୍ୟାପିବାରୁ ରୋକିବା ଲାଗି ସାରା ଦେଶରେ ଏବେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହା ଦ୍ୱାରା ବାଣିଜ୍ୟ କାରବାର ଠପ୍‌ ହୋଇଥିବା ବେଳେ ବିମାନ, ଟ୍ରେନ ସମେତ ଅନ୍ୟ ପରିବହନ ବ୍ୟବସ୍ଥାକୁ ମଧ୍ୟ ବନ୍ଦ ରଖାଯାଇଛି। ଏଥିଲାଗି ଦୈନିକ ଭିତ୍ତିରେ ଦେଶର ଅର୍ଥ ବ୍ୟବସ୍ଥାକୁ ୪.୬୪ ବିଲିୟନ ଡଲାର କ୍ଷତି ସହିବାକୁ ପଡୁଛି। ଏହି ୨୧ ଦିନର ଲକ୍‌ଡାଉନ ସମୟ ମଧ୍ୟରେ ଭାରତ ମୋଟ ୯୮ ବିଲିୟନ ଡଲାର କ୍ଷତି ସହିବ ବୋଲି ଆକ୍ୱିଟ ରେଟିଂସ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ଗୁରୁବାର ଏକ ରିପୋର୍ଟରେ କୁହାଯାଇଛି। କୋଭିଡ୍‌ ପାଇଁ ସାରା ବିଶ୍ୱ ଲକ୍‌ଡାଉନ ହୋଇଛି। ଭାରତର କିଛି ଅଂଶକୁ ପ୍ରଥମେ ଲକ୍‌ଡାଉନ କରାଯାଇଥିଲା। ମାର୍ଚ୍ଚ ୨୫ରେ ସାରା ଦେଶକୁ ସମ୍ପୂର୍ଣ୍ଣ ଭାବେ ଲକ୍‌ଡାଉନ ଘୋଷଣା କରାଯାଇଛି।
ଏପ୍ରିଲ ୧୫ରେ ଲକ୍‌ଡାଉନ ଉଠିଯିବ ବୋଲି ସରକାର କହୁଥିବା ବେଳେ ୨୧ ଦିନର ଲକ୍‌ଡାଉନ ଯୋଗୁ ବାଧାପ୍ରାପ୍ତ ହୋଇଥିବା ଆର୍ଥତ୍କ କାର୍ଯ୍ୟକଳାପର ଗତି ଠିକ୍‌ ଟ୍ରାକ୍‌କୁ ଆସିବା ଲାଗି ଅଧିକ ଦିନ ଲାଗିବ ବୋଲି ଏଜେନ୍ସି ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ଭାରତ ସମେତ ସାରା ବିଶ୍ୱ କୋଭିଡ ପ୍ରକୋପରେ ଏବେ କ୍ଷତିଗ୍ରସ୍ତ ହୋଇଛି। ବିଶ୍ୱ ଅବସ୍ଥାକୁ ୨୦୨୦ରେ ମାନ୍ଦାବସ୍ଥା ଜାବୁଡି ଧରିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ପୂର୍ବାନୁମାନ କରିଛି। ଆକ୍ୱିଟ ରେଟିଂ ମୁତାବକ ୨୦୨୦-୨୧ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁନ ସମୟ ମଧ୍ୟରେ ଜିଡିପିରେ ୫ରୁ ୬% ହ୍ରାସ ହେବାର ଆଶଙ୍କା କରାଯାଇଛି। ସେହିଭଳି ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ମଧ୍ୟ ଆର୍ଥତ୍କ କାର୍ଯ୍ୟକଳାପ ଶୀଘ୍ର ସୁଧାର ସ୍ଥିତିକୁ ଫେରିବା କଷ୍ଟକର ବୋଲି ପୂର୍ବାନୁମାନ କରାଯାଇଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଦେଶର ବିକାଶ ହାର ୨-୩% ରହିବା ନେଇ ଏହା ପୂର୍ବାନୁମାନ କରିଛି। ବିଶେଷକରି ଦ୍ୱିତୀୟ ତ୍ରୈମାସରେ ଅର୍ଥ ବ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିବାର ସମ୍ଭାବନା ରହିଛି ବୋଲି କୁହାଯାଇଛି।
ଏହି ସମୟରେ ଦେଶର ପରିବହନ, ହୋଟେଲ, ରେଷ୍ଟୁରାଷ୍ଟ ଏବଂ ରିୟଲ ଇଷ୍ଟେଟ ଭଳି କ୍ଷେତ୍ରଗୁଡିକରେ କାର୍ଯ୍ୟକଳାପ ଠପ୍‌ ହୋଇଯାଇଥିବାରୁ କ୍ଷେତ୍ରଗୁଡିକ ବେଶି କ୍ଷତି ସହିଛନ୍ତି। ଏହି କ୍ଷେତ୍ରଗୁଡିକରେ ୫୦% ଗ୍ରସ ଭାଲ୍ୟୁ ଆଡେଡ(ଜିଭିଏ) କ୍ଷତି ସହିବାକୁ ପଡୁଛି ବୋଲି ଆକ୍ୱିଟ ରେଟିଂର ସିଇଓ ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି। ଏହାବାଦ ଶିଳ୍ପଗୁଡିକର କାର୍ଯ୍ୟକଳାପ ମଧ୍ୟ ପ୍ରଭାବିତ ହୋଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର କାର୍ଯ୍ୟକଳାପରେ ପ୍ରଭାବ ମଧ୍ୟ ଦେଖାଯାଇଛି। ଲକ୍‌ଡାଉନ ପରେ ଯୋଗାଣ ଚେନ୍‌ ଠିକ୍‌ କରିବା ଲାଗି ୨ରୁ ୩ ମାସ ସମୟ ଲାଗିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri