ଜିଲାରେ କରୋନା ସମସ୍ୟା ସୃଷ୍ଟି କରିପାରନ୍ତି ଦାଦନ ଶ୍ରମିକ

ମାଲକାନଗିରି,୩୦ା୩ (ଡି.ଏନ୍‌.ଏ.): କରୋନା ଭାଇରସ୍‌ଜନିତ ରୋଗ ପାଇଁ ଏବେ ସମଗ୍ର ବିଶ୍ୱରେ ଆତଙ୍କ ଦେଖାଦେଇଛି। ଏହି ରୋଗ ଅନ୍ୟ ଦେଶରୁ ଆସଥିବା ଲୋକଙ୍କ ଦ୍ୱାରା ଭାରତରେ ସଂକ୍ରମଣ ହୋଇଥିବା ସରକାର ସ୍ପଷ୍ଟ କରିଛନ୍ତି। ମାଲକାନଗରି ଜିଲାରେ ଏହାର ପ୍ରଭାବ ନ ଥିଲେ ମଧ୍ୟ ଏହି ଜିଲାରୁ ରାଜ୍ୟ ବାହାରକୁ ଯାଇ ଏବେ ଗ୍ରାମକୁ ଫେରୁଥିବା ଶ୍ରମିକମାନଙ୍କ ଉପରେ ସମସ୍ତଙ୍କ ନଜର ଲାଗିଛି। ଏହି ଶ୍ରମିକମାନେ ଯେ ରୋଗ ସୃଷ୍ଟି ନ କରିବେ ସେନେଇ ଆଶଙ୍କା ସୃଷ୍ଟି ହୋଇଛି। ବିଶେଷ କରି ଏହି ରୋଗ ଦକ୍ଷିଣ ଭାରତରେ ଦେଖାଦେଇଥିଲା ବେଳେ ବର୍ତ୍ତମାନ ଦକ୍ଷିଣ ଭାରତର ମହାରାଷ୍ଟ୍ର, ତାମିଲନାଡୁ କେରଳ,କର୍ନାଟକ ଆଦି ରାଜ୍ୟରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ମାଲକାନଗିରି ଜିଲାରେ ପ୍ରତିବର୍ଷ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ବହୁ ସଂଖ୍ୟକ ଶ୍ରମିକ ଉପରୋକ୍ତ ରାଜ୍ୟକୁ ଯାଇଥାନ୍ତି। ଏବେ ସେସବୁ ରାଜ୍ୟରେ ଲକ୍‌ଡାଉନ୍‌ ଯୋଗୁ ବିଭିନ୍ନ କଳକାରଖାନା ବନ୍ଦ ରହିବା ସହ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ସାମାଜିକ ଦୂରତା ପାଳନ କରିବା ସହ ଘରୁ ନ ବାହାରିବା ପାଇଁ କଡାକଡି ନିୟମ ପାଳନ ହେଉଛି। ବିଭିନ୍ନ କାରଖାନାରେ କାମ କରୁଥିବା ଶ୍ରମିକଙ୍କୁ ମାଲିକମାନେ ବାହାର କରି ଦେଉଛନ୍ତି। ଫଳରେ ଅନେକ ଶ୍ରମିକ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ରହି ସେମାନଙ୍କୁ ଉଦ୍ଧାର ପାଇଁ ସରକାରଙ୍କୁ ନିବେଦନ କରୁଛନ୍ତି। ଅନେକ ଶ୍ରମିକ କୌଣସି ଉପାୟରେ ମାଲକାନଗିରି ଜିଲାକୁ ପଳାଇ ଆସିଛନ୍ତି। ଏପରି କି ଚାଲିଚାଲି ମଧ୍ୟ ଶ୍ରମିକମାନେ ଆସୁଥିବା ଦେଖିବାକୁ ମିଳୁଛି। ଏହି ଶ୍ରମିକମାନେ ନିଜ ଗ୍ରାମରେ ପହଞ୍ଚତ୍ଲା ପରେ ଅଧିକାଂଶ ଶ୍ରମିକ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁନାହାନ୍ତି। ଏହି ଶ୍ରମିକମାନଙ୍କ ଦ୍ୱାରା କରୋନା ଭାଇରସ୍‌ଜନିତ ରୋଗ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। ଜିଲା ପ୍ରଶାସନ ପକ୍ଷରୁ ୧୧୧ଟି ପଞ୍ଚାୟତ, ମାଲକାନଗିରି ପୌର ପରିଷଦ, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏଠାକୁ କୌଣସି ଗ୍ରାମ ଫେରନ୍ତା ଶ୍ରମିକ ଆସିନାହାନ୍ତି। ଅନ୍ୟପକ୍ଷରେ ଅଙ୍ଗନଓ୍ବାଡି କର୍ମୀଙ୍କ ଦ୍ୱାରା ଫେରୁଥିବା ଦାଦନ ଶ୍ରମିକଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁୁ ପରିବାରଠାରୁ ଅଲଗା ରହିବା ପାଇଁ କୁହାଯାଉଥିଲେ ମଧ୍ୟ ଆଭ୍ୟନ୍ତରୀଣ ଅଞ୍ଚଳରେ ଶ୍ରମିକମାନେ ଏହାକୁ ହେୟଜ୍ଞାନ କରୁଛନ୍ତି। ଏ ଦିଗରେ ଜିଲା ପ୍ରଶାସନ, ସାମାଜିକ କର୍ମୀ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ଜନ ପ୍ରତିନିଧିମାନେ ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଇ ଫେରନ୍ତା ଶ୍ରମିକମାନଙ୍କୁ ଚିହ୍ନଟ କରି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ଆବଶ୍ୟକ। ଏହା ହୋଇପାରିଲେ ସୃଷ୍ଟି ହେଉଥିବା ଆଶଙ୍କା ଦୂର ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

ପାଣି ସମସ୍ୟା ପାଇଁ ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଆର,ଉଦୟଗିରି, ୫।୫(ମନୋଜ କୁମାର ପାଢୀ): ପାଣି ପାଇଁ ରାସ୍ତା ରୋକେ କଲେ ଆର,ଉଦୟଗିରି ବ୍ଳକର ଛେଳିଗଡ ଗ୍ରାମବାସୀ। ଗ୍ରାମର ଖ୍ରୀଷ୍ଟିଆନ୍ ସାହି ଲୋକମାନଙ୍କୁ କିଛି ଦିନ...

ମହିଳାଙ୍କ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି ଦମ୍ପତି ଫେରାର, ପାଟଣା ଥାନାର ଦ୍ୱାରସ୍ଥ ହେଲେ…

ପାଟଣା,୫।୫(ବୀର କିଶୋର ଦାଶ) :କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ମୁଖ୍ୟାଳୟ ଟାଇଁଶିରା ଗ୍ରାମର ୨୩ ଜଣ ମହିଳା ଠକେଇର ଶିକାର ହୋଇଛନ୍ତି।...

ବରୀରେ ଦେବାଶିଷ ନାୟକ ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର, ୫।୫: ରବିବାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ବଦଳିଛି କଂଗ୍ରେସ। ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।...

ପାରାଦୀପରେ ସୁନାମି ସମ୍ଭାବନା, ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଇଲା ମତ୍ସବିଭାଗ

ପାରାଦୀପ,୫।୫(ଶରତ ରାଉତ): ସମ୍ପ୍ରତି ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୫ରୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ରରେ ୦.୨ ମିଟରରୁ...

ବୌଦ୍ଧରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ-‘ନିର୍ବାଚନ ଆସିଲେ ବିରୋଧୀ ଟୁରିଷ୍ଟ ଭଳି ଆସିବେ’

ବୌଦ୍ଧ, ୫।୫ ( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ରବିବାର ୫ଟି ଅଧକ୍ଷ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri