କରୋନା ମୁକାବିଲା ପ୍ରସ୍ତୁତି ପରଖିଲେ ବାଗ୍‌ଚୀ

ପୁରୀ ଅଫିସ,୩୦ା୩: ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ରବିବାର ପୁରୀ ଗସ୍ତରେ ଆସିଥିଲେ। କରୋନା ମୁକାବିଲା ନେଇ ପୁରୀ ଜିଲା ପ୍ରଶାସନ କେତେ ପ୍ରସ୍ତୁତ ତାହା ପରଖିଥିଲେ। ଏହି ଅବସରରେ ଜିଲା ନିୟନ୍ତ୍ରଣ କକ୍ଷ, ପୋଲିସ ନିୟନ୍ତ୍ରଣ କକ୍ଷ, ଆଇସୋଲେଶନ ସେଣ୍ଟର ବୁଲିବା ସହ ଜିଲାପାଳ, ଏସ୍‌ପି, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିଥିଲେ। ସଚେତନତା ଓ ସତର୍କତା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, କେତେ ସଂଖ୍ୟକ ବେଡ୍‌ ପ୍ରସ୍ତୁତ ରହିଛି, ଆଇସୋଲେଶନ ସେଣ୍ଟରରେ ସମସ୍ତ ପ୍ରକାର ସୁବିଧା ମିଳୁଛି ନା ନାହିଁ ଆଦି ପଚାରି ବୁଝିଥିଲେ। ଲୋକେ କିଭଳି ସାମାଜିକ ଦୂରତା ମାନୁଛନ୍ତି, ବାହାର ରାଜ୍ୟର ଶ୍ରମିକ, ନିରାଶ୍ରୟ, ମାନସିକ ବିକାରଗ୍ରସ୍ତ, ଗରିବ ଓ ଦିନମଜୁରିଆଙ୍କ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ନେବା ସହ ବରିଷ୍ଠ ନାଗରିକ ଦେଖାଶୁଣା ଉପରେ ଗୁରୁତ୍ୱ ଦେଇଥିଲେ। ପୋଲିସ ନିୟନ୍ତ୍ରଣ କକ୍ଷ ପରିଦର୍ଶନ ବେଳେ ତାଙ୍କୁ ଏସ୍‌ପି ଉମାଶଙ୍କର ଦାଶ ବ୍ୟବସ୍ଥା ସମ୍ପର୍କରେ ବୁଝାଇଥିଲେ। ବରିଷ୍ଠ ନାଗରିକଙ୍କ ପାଇଁ ରେଜିଷ୍ଟ୍ରେଶନ ବ୍ୟବସ୍ଥା ହୋଇଛି। ସ୍ବେଚ୍ଛାସେବୀମାନେ ସେମାନଙ୍କ ପାଖକୁ ଯାଇ ଆବଶ୍ୟକ ଜିନିଷପତ୍ର ଏବଂ ଔଷଧ ଯୋଗାଇ ଦେଉଛନ୍ତି ବୋଲି ଏସ୍‌ପି କହିଥିଲେ।
ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନୀଳକଣ୍ଠ ମିଶ୍ର ଜିଲା ମୁଖ୍ୟ ଚିକିତ୍ସାଳୟରେ କେଉଁଭଳି ଭାବେ ବ୍ୟବସ୍ଥା ହୋଇଛି ସେନେଇ ବାଗ୍‌ଚୀଙ୍କୁ ସୂଚନା ଦେଇଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟ, ଆୟୁର୍ବେଦ ମହାବିଦ୍ୟାଳୟ, ଜିଲା ସଂକ୍ରାମକ ରୋଗ ଚିକିତ୍ସାଳୟ ପରିସରରେ ହୋଇଥିବା ଆଇସୋଲେଶନ ସେଣ୍ଟର, କରୋନା ସନ୍ଦିଗ୍ଧ ଆସିଲେ ସେମାନଙ୍କୁ କିପରି ଚିକିତ୍ସା କରାଯାଇପାରିବ, ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀଙ୍କ ସମ୍ପର୍କରେ ତଥ୍ୟ ରଖିଥିଲେ। ବାଗ୍‌ଚୀ ପୁରୀ ମେଡିକାଲ କଲେଜକୁ ଯାଇ ସମସ୍ତ ପ୍ରସ୍ତୁତି ସଂକ୍ରାନ୍ତରେ ସମୀକ୍ଷା କରିଥିଲେ। ଜରୁରୀ ପରିସ୍ଥିତିରେ କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ସେଠାରେ ୨୫୦ ଶଯ୍ୟା ପ୍ରସ୍ତୁତ ହୋଇଛି। ସେହିପରି ବାଲିଗୁଆଳି ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଅସ୍ଥାୟୀ ମେଡିକାଲ ଶିବିର ପରିଦର୍ଶନ କରିଥିଲେ। ଲକ୍‌ଡାଉନ ନିୟମକୁ କିପରି ଜିଲାରେ ପାଳନ କରାଯାଉଛି ଏବଂ ଗରିବ, ଦିନମଜୁରିଆ, ରାଜ୍ୟ ବାହାର ଶ୍ରମିକଙ୍କୁ ରାଶନ ଏବଂ ରନ୍ଧାଖାଦ୍ୟ ପ୍ରଦାନ ସମ୍ପର୍କରେ ଜିଲାପାଳ ବଲୱନ୍ତ ସିଂ ତଥ୍ୟ ରଖିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଜିଲା ନିୟନ୍ତ୍ରଣ କକ୍ଷ ବୁଲି ବାଗ୍‌ଚୀ ସନ୍ତୋଷ ବ୍ୟକ୍ତ କରିଥିଲେ। ବାଗ୍‌ଚୀଙ୍କ ଏହି ଗସ୍ତ ସମୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ସଦର ବିଡିଓ ଜ୍ୟୋତିଶଙ୍କର ସାହୁ, ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିରଜା ଶଙ୍କର ରଥ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri