ବିଶ୍ୱକୁ ଲାଗିବ ୩.୬ ଲକ୍ଷ କୋଟି ଡଲାର ଝଟକା

ନୂଆଦିଲ୍ଲୀ୨୮। ୩: କରୋନା ପ୍ରଭାବ ଯୋଗୁ ସାରା ବିଶ୍ୱରେ ଅଢେଇ କୋଟି ଲୋକ ରୋଜଗାର ହରାଇବେ ବୋଲି ଆଶଙ୍କା କରାଯାଇଛି। ଏହି ସମୟରେ ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ୩.୬ ଲକ୍ଷ କୋଟି ଡଲାରର ଝଟକା ଲାଗିବ ବୋଲି ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଯେ, କରୋନା ଯୋଗୁ ଶ୍ରମ ସଙ୍କଟ ବଢିବ। ଭାରତରେ ଅଟୋମୋବାଇଲ, ରିୟଲ ଇଷ୍ଟେଟ, ବିମାନ ଚଳାଚଳ କ୍ଷେତ୍ର, ସିନେମା ଏବଂ ମନୋରଞ୍ଜନ ଶିଳ୍ପ, ପର୍ଯ୍ୟଟନ ସହ ଅନ୍ୟ କିଛି କ୍ଷେତ୍ର ଗଭୀର ଭାବେ କ୍ଷତିଗ୍ରସ୍ତ ହେବେ। ଏହି କ୍ଷେତ୍ରଗୁଡିକରେ କାମ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ନିଯୁକ୍ତି ଉପରେ ସଙ୍କଟର କଳାବାଦଲ ଏବେ ଛାଇ ରହିଛି। ଜାନୁୟାରୀ ଏବଂ ଫେବୃୟାରୀ ମାସରେ ଚୀନରେ ଏହି ମହାମାରୀ ବ୍ୟାପିବା ଯୋଗୁ ୫୦ ଲକ୍ଷ ଲୋକ ଚାକିରି ହରାଇଥିବା ସୂଚନା ରହିଛି। କରୋନା ଯୋଗୁ ହୋଟେଲ, ଟୁର ଏବଂ ଟ୍ରାଭେଲ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ନିଯୁକ୍ତି ଉପରେ ବେଶି ପ୍ରଭାବ ପଡିବ।
ଗ୍ଲୋବାଲ ହଣ୍ଟ ଇଣ୍ଡିଆ ଏଜେନ୍ସି ରିପୋର୍ଟ ମୁତାବକ ଭାରତର ଅଣ ସଙ୍ଗଠିତ କ୍ଷେତ୍ର ଉପରେ ନକାରାତ୍ମକ ପ୍ରଭାବ ରହିବ। ମାତ୍ର କରୋନା ଯୋଗୁ ବଜାର ସ୍ଥିତିରେ ଶୀଘ୍ର ନ ସୁଧାର ହୁଏ ତେବେ ଆଗାମୀ ୨ରୁ ୩ ମାସ ମଧ୍ୟରେ ସଙ୍ଗଠିତ କ୍ଷେତ୍ରରେ ୨୦% ଲୋକଙ୍କ ଚାକିରୀ ସଙ୍କଟ ସ୍ଥିତିକୁ ଆସିଯିବ। ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏଶନ ସଭାପତି ଅରବିନ୍ଦର ଖୁରାନା କହିଛନ୍ତି ଯେ, ଆଗାମୀ ୨୦ ଦିନରେ ଯୋଗାଣ ସ୍ବାଭାବିକ ନ ହେଲେ ସ୍ଥିତି ବିଗିଡିଯିବ। ଚାଇନା କମ୍ପୋନେଣ୍ଟ ଉପରେ ନିର୍ଭର କରୁଥିବା ମୋବାଇଲ, ଇଲେକଟ୍ରୋନିକ୍ସ, ହୋମ ଆପ୍ଲାଏନ୍ସ ଭଳି କ୍ଷେତ୍ର ଉପରେ ମଧ୍ୟ ପ୍ରଭାବ ପଡିବ ବୋଲି ଆକଳନ କରାଯାଇଛି। ଷ୍ଟକ ଶେଷ ହେଉଥିବାରୁ ମାନୁଫାକଚରିଂଠାରୁ ରିଟେଲରଙ୍କ ପର୍ଯ୍ୟନ୍ତ କାମ ପ୍ରାୟ ଠପ୍‌ ହୋଇଯିବ। ଏହା ଫଳରେ ବେରୋଜଗାରୀ ମଧ୍ୟ ବଢିପାରେ। ମୋବାଇଲ ରିଟେଲିଂ କ୍ଷେତ୍ରରେ ଶ୍ରମଶକ୍ତି ହ୍ରାସ ହୋଇପାରେ। ଅଧିକାଂଶ ଟିଭି କମ୍ପାନୀ ୬୦% ଚାଇନା କମ୍ପୋନେଣ୍ଟକୁ ନେଇ କାମ କରୁଥିବାରୁ ସ୍ଥିତିରେ ସୁଧାର ନ ଆସିଲେ ଛଟେଇ କରିବା ନେଇ ଯୋଜନା କରୁଛନ୍ତି। ବିମାନ ଚଳାଚଳ କ୍ଷେତ୍ରରେ ୬୦୦ ନିୟୁତ ଡଲାର କ୍ଷତି ଆକଳନ କରାଯାଇଛି। ଏହାବାଦ ଅସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତି ଉପରେ ସଙ୍କଟ ଅଧିକ ରହିଛି। ଏହାବାଦ ଆମେରିକାରେ ଦ୍ୱିତୀୟ ତ୍ରୈମାସରେ ୪୫ ଲକ୍ଷ ଲୋକ ଚାକିରି ହରାଇପାରନ୍ତି ବୋଲି ଅନୁମାନରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri