ଆସିପାରେ ୧.୫ ଲକ୍ଷ କୋଟି ଆର୍ଥିକ ପ୍ୟାକେଜ

ମୁମ୍ବାଇ,୨୬। ୩: କରୋନା ଭାଇରସ ଲାଗି ସାରା ଦେଶ ଏବେ ଲକ୍‌ଡାଉନ ହୋଇଛି। ଦେଶର ଆର୍ଥତ୍କ କାର୍ଯ୍ୟକଳାପ ଏବେ ବନ୍ଦ ପାଇଁ ଠପ୍‌ ହୋଇଯାଇଛି। କରୋନା ପାଇଁ ଅର୍ଥ ବ୍ୟବସ୍ଥା ସାମ୍ନା କରୁଥିବା ଅସୁବିଧାର ସମାଧାନ ଲାଗି ସରକାର ଆର୍ଥତ୍କ ପ୍ୟାକେଜ ପ୍ରଦାନ କରିବା ପ୍ରାୟ ସ୍ପଷ୍ଟ ହୋଇଛି। କେନ୍ଦ୍ର ସରକାର ପ୍ରାୟ ୧୯.୫ ବିଲିୟନ ଡଲାର ବା ୧.୫ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାଜେକ ପ୍ରଦାନ କରିପାରନ୍ତି। କରୋନା ବିରୋଧୀ ଲଢେଇକୁ ଜାରି ରଖିବା ସହ ସରକାର ଏଭଳି ପଦକ୍ଷେପ ନେଇ ପାରନ୍ତି ବୋଲି ପ୍ରକ୍ରିୟା ସହ ଜଡିତ ୨ ବରିଷ୍ଠ ଅଧିକାରୀ ରୟଟର୍ସକୁ ସୂଚନା ଦେଇଛନ୍ତି। ଆର୍ଥତ୍କ ପ୍ୟାଜେକର ରୂପରେଖ କିଭଳି ହେବ ସେ ନେଇ ଏବେ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ଏ ନେଇ ଆଲୋଚନା ଜାରି ରହିଛି। ଏହି ପ୍ର୍ରକ୍ରିୟାରେ ଅର୍ଥ ମନ୍ତ୍ରଣାଳୟ ଏବଂ ରିଜର୍ଭ ବ୍ୟାଙ୍କ ଜଡିତ ଥିବା ଅଧିକାରୀ ସୂଚନା ଦେଇଛନ୍ତି।
ପ୍ରକ୍ରିୟା ସହ ଜଡିତ ଅନ୍ୟ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ, ଏହି ପ୍ୟାକେଜ ୨.୩ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ବଢିପାରେ। ପ୍ୟାକେଜ ନେଇ ଏବେ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ଚଳିତ ସପ୍ତାହ ଶେଷ ସୁଦ୍ଧା ଏ ନେଇ ଚୂଡାନ୍ତ ଘୋଷଣା କରାଯାଇପାରେ। ୧୦୦ ନିୟୁତ ଗରିବ ପରିବାର ଏବଂ ତାଲାବନ୍ଦ ଫଳରେ ଗଭୀର କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ସରାକର ପ୍ରତ୍ୟକ୍ଷ ଭାବେ ସହାୟତା କରିବା ନେଇ ଯୋଜନା ରଖିଛନ୍ତି। ଲୋକଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଅର୍ଥ ପଠାଇବା ନେଇ ବ୍ୟବସ୍ଥା କରାଯିବ ବୋଲି ଆଲୋଚନା ହେଉଛି। ବୁଧବାର ତାଲାବନ୍ଦ ଯୋଗୁ ଦେଶର ୧୩୦ କୋଟି ଲୋକ ଏବେ ଘରେ ରହୁଛନ୍ତି। ଅତ୍ୟାବଶ୍ୟକ ନ ହେଲେ ବାହାରକୁ ଯିବାରେ ଲୋକଙ୍କ ଲାଗି କଟକଣା ଜାରି କରାଯାଇଛି। କରୋନାରେ ସାରା ଦେଶରେ ୫୬୨ ବ୍ୟକ୍ତିବିଶେଷ ସଂକ୍ରମିତ ହୋଇଥିବା ବେଳେ ଦକ୍ଷିଣ ଏସିଆର ଦେଶ ଗୁଡିକରେ ଅନେକ ଲୋକଙ୍କର ଜୀବନ ହାନି ଏଥିରେ ହୋଇଛି।
ଏହାବାଦ ସରକାର ୨୦୨୦-୨୧ ଆର୍ଥତ୍କ ବର୍ଷରେ ସରକାର ତାଙ୍କ ଋଣ ଯୋଜନାକୁ ବୃଦ୍ଧି କରିଛନ୍ତି। ବର୍ତ୍ତମାନର ଯୋଜନା ମୁତାବକ ସରକାରଙ୍କ ମୋଟ ଋଣ ପରିମାଣ ୭.୮ ଲକ୍ଷ କୋଟି ଟଙ୍କା ରହିଛି। କେତେକ ସରକାରୀ ପ୍ରତିଭୂତି କ୍ରୟ କରିବାକୁ ସରକାର କେନ୍ଦ୍ରୀୟ ବ୍ୟାଙ୍କକୁ କହିଛନ୍ତି। ଗତ ଗୋଟିଏ ଦଶନ୍ଧି ଧରି ଆର୍‌ବିଆଇ ଏଭଳି ପଦକ୍ଷେପ ଗ୍ରହଣ କରିନଥିଲା। ବିଶେଷ କରି ମୁଦ୍ରାସ୍ଫୀତି ବଢିଯିବା ଆଶଙ୍କାରେ ଏଭଳି ପଦକ୍ଷେପ ନିଆଯାଇନାହିଁ। ବିଶ୍ୱର ଅନ୍ୟ କେନ୍ଦ୍ରୀୟ ବ୍ୟାଙ୍କ ଭଳି ଆର୍‌ବିଆଇ ବଣ୍ଡ କିଣିବ ବୋଲି ଜଣେ ଅଧିକାରୀ କହିଛନ୍ତି। ସେହିଭଳି କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କର ଓଭର ଡ୍ରାଫ୍ଟ ଫାସିଲିଟି ‘ଓ୍ବେଜ ଆଣ୍ଡ ମିନ୍ସ’ ଫାସିଲିଟିକୁ ବ୍ୟବହାର କରିପାରନ୍ତି ବୋଲି ଅନ୍ୟ ଜଣେ ଅଧିକାରୀ ମତ ରଖିଛନ୍ତି। ଏ ପ୍ରସଙ୍ଗ ଉପରେ ଅର୍ଥ ମନ୍ତ୍ରଣାଳୟ ଏବଂ ରିଜର୍ଭ ବ୍ୟାଙ୍କର ମତାମତ ଲୋଡାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳି ପାରିନାହିଁ। ସରକାର ଆର୍ଥତ୍କ ସହାୟତା ପ୍ରଦାନ କରିବା ନେଇ ମଙ୍ଗଳବାର ଅର୍ଥମନ୍ତ୍ରୀ ସୀତାରାମନ ସୂଚନା ଦେଇଥିଲେ। ଏହାବାଦ ଟିକସ ତଥା ଅନ୍ୟ କେତେକ କ୍ଷେତ୍ରରେ ମଧ୍ୟ ସମୟ ସୀମାକୁ କୋହଳ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନଠାରୁ ହାରିବା ପରେ ଜବାବ ମାଗିଲା BCCI

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାକିସ୍ତାନଠାରୁ ଭାରତର ୧୯ ବର୍ଷରୁ କମ ଫାଇନାଲ ପରାଜୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଉପବିଜେତା ପାଇଁ...

ଠକ ସଂସ୍ଥାର ୩ ଅଧିକାରୀ ଅଟକ: ଚାକିରି, ଋଣ କରାଇଦେବେ କହି ନେଉଥିଲେ ଟଙ୍କା

ପାରଳାଖେମୁଣ୍ଡି,୨୩ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ ଚାକିରି ଆଉ ସେମାନଙ୍କ ପାଇଁ ଋଣ କରାଇଦେବା ଏବଂ ଘରେ ବସି ଡିଜିଟାଲରେ ଟଙ୍କା...

ଶୀତଦିନେ ମୁହଁ ଘୋଡ଼ାଇ ଶୋଉଥିଲେ ସାବଧାନ! ଏହି ବ୍ୟକ୍ତିଙ୍କ ପାଇଁ ହୋଇପାରେ….

ନୂଆଦିଲ୍ଲୀ,୨୩।୧୨: ପ୍ରାୟତଃ, ଶୀତ ମାସରେ, ଆମେ ଶୋଇବା ସମୟରେ ଆମର ସମ୍ପୂର୍ଣ୍ଣ ମୁହଁକୁ କମ୍ବଳରେ ଘୋଡ଼ାଇ ରଖିଥାଉ କାରଣ ଏହା ଆମକୁ ଆରାମଦାୟକ ଏବଂ ଗରମ...

ଟାର୍ଗେଟରେ କ୍ରିକେଟରଙ୍କ ପରିବାର, ପତ୍ନୀ ପିଲାଙ୍କୁ ମିଳିଲା ହତ୍ୟା ଧମକ

ସିଡ଼ନୀ,୨୩।୧୨: ଡିସେମ୍ବର ୧୪ରେ ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଘଟିଥିବା ଭୟଙ୍କର ଗଣ ଗୁଳିକାଣ୍ଡ ସମଗ୍ର ଦେଶକୁ ଚକିତ କରିଦେଇଥିଲା। ପ୍ରାୟ ୩୦ ବର୍ଷ ମଧ୍ୟରେ...

ଟି-୨୦ ବିଶ୍ୱକପ ପରେ ବଦଳିବେ ଅଧିନାୟକ! ସୂର୍ଯ୍ୟକୁମାରଙ୍କ ପରେ ଏହି ୩ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ମିଳିପାରେ ଦାୟିତ୍ୱ

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ ଦଳ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ୨୦୨୬ ଟି୨୦ ବିଶ୍ୱକପ ଖେଳିବ। କିନ୍ତୁ, ତାଙ୍କ ଚୟନ ପରଠାରୁ, ଏହି ଟୁର୍ନାମେଣ୍ଟ ଅଧିନାୟକ ଭାବରେ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ପ୍ରଥମ ପତ୍ନୀଙ୍କ ପରଲୋକର ୭ ବର୍ଷ ପରେ ବିବାହ କଲେ ଏହି କ୍ରିକେଟର, ଦ୍ୱିତୀୟ ପତ୍ନୀଙ୍କ ବୟସ ଜାଣିଲେ…

ଲଣ୍ଡନ,୨୩।୧୨: ଫୁସଫୁସ କର୍କଟ ରୋଗରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁର ପ୍ରାୟ ସାତ ବର୍ଷ ପରେ, ପୂର୍ବତନ ଇଂଲଣ୍ଡ ଅଧିନାୟକ ଆଣ୍ଡ୍ରୁ ଷ୍ଟ୍ରସ ପୁନଃବିବାହ କରିଛନ୍ତି। ଷ୍ଟ୍ରସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri