ହୋଟେଲ, ଟ୍ରାଭେଲ ଶିଳ୍ପ ବ୍ୟାପକ କ୍ଷତିଗ୍ରସ୍ତ

ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ପ୍ରଭାବରେ ରାଜ୍ୟର ହୋଟେଲ ଓ ଟ୍ରାଭେଲ ଶିଳ୍ପ ସର୍ବାଧିକ କ୍ଷତିଗସ୍ତ ହୋଇଛି। ପ୍ରଳୟଙ୍କରୀ ବାତ୍ୟା ଫନୀ ପରେ ହୋଟେଲ ଶିଳ୍ପକୁ ଆଉଥରେ ଏକ ବଡ଼ ଝଟ୍‌କା ଲାଗିଛି। ଇନ୍‌ବାଉଣ୍ଡ୍‌ ଟୁରିଷ୍ଟମାନେ ସେମାନଙ୍କ ବୁକିଂ ବାତିଲ କରୁଥିବାରୁ ଏହାର କ୍ଷତି ହୋଟେଲ ଶିଳ୍ପକୁ ମୁଣ୍ଡାଇବାକୁ ପଡ଼ିଛି। ରାଜ୍ୟର ଅଧିକାଂଶ ହୋଟେଲରେ ପୂର୍ବରୁ ହୋଇଥିବା ବଙ୍କେଟ ବୁକିଂ, ବାହାଘର ଏବଂ ବଡ଼ ବଡ଼ ସମ୍ମିଳନୀ ବୁକିଂକୁ ବାତିଲ କରିଦିଆଯାଇଛି। ଏହାକୁ ନଜରରେ ରଖି ଓଡ଼ିଶା ସରକାର ହୋଟେଲ ଶିଳ୍ପକୁ ସହାୟତାର ହାତ ବଢାଇବାକୁ ଦାବି କରିଛି ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଓଡ଼ିଶା(ଏଚ୍‌ଆର୍‌ଏଓ)।
ସୋମବାର ଅନୁଷ୍ଠିତ ବୈଠକରେ ଏଚ୍‌ଆର୍‌ଏଓ ଅଧ୍ୟକ୍ଷ ଜେ.କେ. ମହାନ୍ତି କହିଲେ, ଅଧିକାଂଶ ହୋଟେଲ ମାଲିକ ବ୍ୟାଙ୍କ ଋଣରେ ବୁଡ଼ି ରହିଛନ୍ତି। ବାତ୍ୟା ପରଠାରୁ ଋଣ ପରିଶୋଧ କରିବା କଷ୍ଟକର ହୋଇପଡୁଛି। ଏବେ କରୋନା ଚିନ୍ତା ବଢ଼ାଇଛି। ଏଭଳିସ୍ଥଳେ ରାଜ୍ୟ ସରକାର ପରିସ୍ଥିତି ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ବ୍ୟାଙ୍କ୍‌ଗୁଡ଼ିକୁ କୋହଳ ନୀତି ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେବା ଉଚିତ୍‌। ଏହାବ୍ୟତୀତ ଓଡ଼ିଶା ସରକାର ହୋଟେଲ ଶିଳ୍ପ ଉପରୁ ଏସ୍‌ଜିଏସ୍‌ଟି ଉଠାଇ ରାଜ୍ୟର ପର୍ଯ୍ୟଟନ ଓ ହସ୍ପିଟାଲିଟି ଶିଳ୍ପକୁ ସମର୍ଥନ କରିବାକୁ ଆସୋସିଏଶନ ଦାବି ରଖିଛି। ବିଏମ୍‌ସି ହୋଲ୍ଡିଂ ଟ୍ୟାକ୍ସ, ବାର୍‌ ଲାଇସେନ୍ସ ଫି, ଗ୍ରାଉଣ୍ଡ୍‌ ଓ୍ବାଟର ଫି, ଇଲେକ୍ଟ୍ରିସିଟି ଫି ଆଦିକୁ କିଛି ସମୟ ପାଇଁ ଉଠାଇଦେବା ସହ ଆସନ୍ତା ୧ ବର୍ଷ ପର୍ଯ୍ୟନ୍ତ ଟୁରିଜମ୍‌, ଟ୍ରାଭେଲ ଓ ହସ୍ପିଟାଲିଟି ଶିଳ୍ପରୁ ଜିଏସ୍‌ଟି ସମ୍ପୂର୍ଣ୍ଣଭାବେ ଉଠାଇବାକୁ ଦାବି କରାଯାଇଛି। କର୍ମଚାରୀଙ୍କୁ ଠିକ୍‌ ସମୟରେ ଦରମା ଦେବା, ସ୍ବଚ୍ଛତା ଏବଂ ପରିଚ୍ଛନ୍ନତା ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଉଛି। ଏଥିଲାଗି ହୋଟେଲଗୁଡ଼ିକୁ ଅଧିକ ଖର୍ଚ୍ଚ ବୋଝ ମୁଣ୍ଡାଇବାକୁ ପଡ଼ୁଛି। ଗତ ମେ’ ମାସରେ ହୋଇଥିବା ବାତ୍ୟା ଫନୀରେ ହୋଟେଲ ଶିଳ୍ପ ସର୍ବାଧିକ କ୍ଷତିଗସ୍ତ ହୋଇଥିଲା। ହୋଟେଲ ଶିଳ୍ପକୁ ପୁଣିଥରେ ମୁଣ୍ଡଟେକି ଛିଡା କରାଇବାକୁ ଆସୋସିଏଶନ ସରକାରଙ୍କୁ ସହାୟତା ମାଗିଥିଲା। ହେଲେ କୌଣସି ଗୋଟିଏ ବି ହୋଟେଲ ଏବେସୁଦ୍ଧା କ୍ଷତିପୂରଣ ପାଇ ନ ଥିବା ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ମୋଦି

ଭୁବନେଶ୍ୱର,୫।୫: ଅଯୋଧ୍ୟାରୁ ମେଗା ରୋଡ ଶୋ’ କାର୍ଯ୍ୟକ୍ରମ ଶେଷ କରି ରବିବାର ରାତି ପ୍ରାୟ ୧୦ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

କ୍ଷମତାକୁ ଆସିଲେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ ଭାଜପା: ଜାଣନ୍ତୁ ଏଥିରେ ମହିଳାଙ୍କୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା।...

ଭାଜପା ସରକାର ଆସିଲେ ୫୭ ବର୍ଷର କାମ ୫ ବର୍ଷରେ କରିବୁ: ମନମୋହନ

ଭୁବନେଶ୍ୱର,୫।୫: ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରକୁ...

ଭାଜପାର ବଡ଼ ଘୋଷଣା: ସରକାରକୁ ଆସିଲେ ଖୋଲାଯିବ ରତ୍ନ ଭଣ୍ଡାର

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରରେ ଏକ ବଡ଼ ପ୍ରତିଶ୍ରୁତି ଦିଆଯାଇଛି। ଭାଜପା ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ଦଳର ରାଷ୍ଟ୍ରୀୟ ସଭାପତି...

ଆଜି ଓଡ଼ିଶା କେବଳ ଜଗନ୍ନାଥଙ୍କ କୃପାରୁ ଚାଲିଛି

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ଅବସରରେ ଜେପି ନଡ୍ଡା ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବିକାଶ ବ୍ୟବସ୍ଥା ସଂପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri