ରାଜଧାନୀରେ ଡେରା ପକାଇଛନ୍ତି ଦେହଜୀବୀ

ଭୁବନେଶ୍ୱର,୧୪।୩ (ବ୍ୟୁରୋ): ଦେହ ଦଲାଲମାନେ ରାଜଧାନୀକୁ ବାଂଲାଦେଶୀ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଉଛନ୍ତି। ଏହି ର଼୍ୟାକେଟର ମାଷ୍ଟରମାଇଣ୍ଡ ଅଞ୍ଜଳି ଦିଦି ଓରଫ ରୁକ୍‌ସାର୍‌ ବେଗମ୍‌୍‌ଙ୍କୁ ପୋଲିସ ଗିରଫ କରିବା ପରେ ସବୁ ଗୁମର ଖୋଲିଥିଲା। ଏସ୍‌ଟିଏଫ୍‌ ୯ଜଣ ଦଲାଲଙ୍କୁ ଗିରଫ କରିବା ପରେ ଦେହ ବ୍ୟବସାୟ କରୁଥିବା ଦଲାଲଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ସେମାନେ ଦେହଜୀବୀମାନଙ୍କୁ ରାଜଧାନୀରୁ ଚେନ୍ନାଇ, ବେଙ୍ଗାଲୁରୁ ଏବଂ ଅନ୍ୟ ବଡ ବଡ ସହରକୁ ନେଇଯାଇଥିଲେ। ହେଲେ ଏସ୍‌ଟିଏଫ୍‌ ବ୍ରାଉନସୁଗାର ଓ ବନ୍ଧୁକ କାରବାର ଉପରେ ଅଧିକ ଫୋକସ ଦେଉଥିବା ଦେଖି ଏହି ଦଲାଲମାନେ ଧୀରେ ଧୀରେ ପୁଣି ଅନ୍ୟ ସହରରୁ ଭୁବନେଶ୍ୱରକୁ ଦେହଜୀବୀ ଆଣି ଦେହ ବ୍ୟବସାୟରେ ଲଗାଉଛନ୍ତି। ଯାହାର ସୁରାକ ପାଇ ଏସ୍‌ଟିଏଫ୍‌ ଶୁକ୍ରବାର ପୁରୁଣା ଭୁବନେଶ୍ୱର, ଲକ୍ଷ୍ମୀସାଗର ଏବଂ ରାଜମହଲ ଅଞ୍ଚଳରେ ଚଢାଉ କରି ୪ଜଣ ଦଲାଲଙ୍କୁ ଗିରଫ କରିଛି। ସେମାନେ ହେଲେ ବିହାରର ବିଦ୍ୟାପତି ସାହୁ, କଟକ କାଜିବଜାରର ଦୀନଦୟାଲ ରାଓ, ପିପିଲିର ଆଲ୍ଲାଉଦ୍ଦିନ ଖାନ୍‌ ଏବଂ ପୁରୁଣା ଭୁବନେଶ୍ୱରର ସୁନୀଲ ମହାରଣା। ସେମାନଙ୍କଠାରୁ ୨ଟି କାର୍‌, ୯ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି। ଗିରଫ ଦଲାଲଙ୍କ ବିରୋଧରେ ଏସ୍‌ଟିଏଫ୍‌ କେସ୍‌ ନଂ-୭/୨୦, ଆଇପିସି ଆକ୍ଟ ୪, ୫ ଏବଂ ଆଇପିସି ଦଫା ୩୭୦(୩), ୪୬୭, ୧୨୦(ବି), ୩୪ ଲଗାଇ କୋର୍ଟ ଚାଲାଣ କରିଛି। ଏହି ୪ ଦଲାଲ ଗ୍ରାହକଙ୍କୁ ୫ ଯୁବତୀଙ୍କୁ ବିହାର ଚାଲାଣ କରିବାବେଳେ ଏସ୍‌ଟିଏଫ୍‌ ସେମାନଙ୍କୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରୁ ୨ଜଣ ଓଡ଼ିଆ ଏବଂ ୩ଜଣ ପଶ୍ଚିମବଙ୍ଗର ବୋଲି କୁହାଯାଉଛି। ସେମାନଙ୍କ ପାଖରୁ ମିଳିଥିବା ଆଧାର କାର୍ଡ ଅନୁସାରେ ସେମାନେ ବାଂଲାଦେଶୀ କି ନାହିଁ ସେନେଇ ଏସ୍‌ଟିଏଫ୍‌ ଯାଞ୍ଚ କରୁଛି। ଉଦ୍ଧାର ଯୁବତୀମାନଙ୍କର ମେଡିକାଲ ଟେଷ୍ଟ କରାଯାଇ ଶର୍ଟ-ଷ୍ଟେ ହୋମ୍‌କୁ ପଠାଯାଇଛି।
କିଭଳି ଧରା ହେଲେ
କଟକ ରୋଡ଼ରେ ଏକ ହୋଟେଲରେ ଜଣେ ବାଂଲାଦେଶୀ ଯୁବତୀଙ୍କୁ ବଳାକତ୍ାର ଉଦ୍ୟମ କରାଯାଇଥିବା ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ଘଟଣା ପଦାକୁ ଆସିଥିଲା। ଏସ୍‌ଟିଏଫ୍‌ ଧରପଗଡ଼ କରିବା ପରେ ଦଲାଲମାନେ ଫେରାର ହୋଇଯାଇଥିଲେ। ତେବେ ଅଞ୍ଜଳି ଦିଦି ଏବଂ ଅନ୍ୟମାନଙ୍କୁ ଗିରଫ କରାଯିବା ପରେ ସେମାନଙ୍କୁ ମାରାଥନ ଜେରା କରାଯାଇଥିଲା। ଏହି ଜେରା ବେଳେ ର଼୍ୟାକେଟ ସମ୍ପର୍କରେ ଟିକିନିଖି ତଥ୍ୟ ପାଇଥିଲା ଏସ୍‌ଟିଏଫ୍‌। ନିକଟରେ ଗିରଫ ଦଲାଲମାନଙ୍କ ଫୋନ୍‌ ନମ୍ବରକୁ ଏସ୍‌ଟିଏଫ୍‌ ଟ୍ରାକିଂ କରିଥିଲେ ମଧ୍ୟ ସେମାନେ ଓଡ଼ିଶାରେ ନ ଥିଲେ। ଗୁରୁବାର ବିଳମ୍ବିତ ରାତିରେ ସେମାନେ ଯୁବତୀଙ୍କୁ ଆଣି ଗ୍ରାହକଙ୍କୁ ଦେବା ବେଳେ ଏସ୍‌ଟିଏଫ୍‌ ସେଠାରେ ଚଢାଉ କରି ୪ଜଣ ଦଲାଲଙ୍କୁ ଗିରଫ କରିବା ସହ ୫ ଯୁବତୀଙ୍କୁ ଉଦ୍ଧାର କରିଥିଲା।
ଅଞ୍ଜଳି ଦିଦିଙ୍କ ସହଯୋଗୀ ଥିଲେ
ଗିରଫ ୪ ଦଲାଲ ଦେହ ବ୍ୟବସାୟର କିଙ୍ଗ୍‌ପିନ୍‌ କୁହାଯାଉଥିବା ଅଞ୍ଜଳି ଦିଦି, ପ୍ରୀତି ପାଢୀ ଏବଂ କେଶବ ସାହୁଙ୍କ ସହଯୋଗୀ ଥିବା ଏସ୍‌ଟିଏଫ୍‌ ତଦନ୍ତରୁ ଜାଣିବାକୁ ପାଇଛି। ସେମାନେ ମୁଖ୍ୟତଃ ଅଞ୍ଜଳି ଦିଦିଙ୍କ ଇସାରାରେ କାମ କରୁଥିଲେ। ଅଞ୍ଜଳି ଦିଦି ବାଂଲାଦେଶରୁ ଗରିବ ଯୁବତୀମାନଙ୍କୁ ଚାକିରି କରାଇ ଦେବାକୁ କହି ଏଠାକୁ ଆଣି ଦଲାଲଙ୍କୁ ହସ୍ତାନ୍ତର କରିଦିଅନ୍ତି। ଦଲାଲମାନେ ଯୁବତୀଙ୍କୁ ଏକ ହୋଟେଲ କିମ୍ବା ଭଡ଼ାଘରେ ରଖି ଦେହ ବ୍ୟବସାୟରେ ଲଗାଇଥାନ୍ତି। ଦେହ ବ୍ୟବସାୟ କରିବାକୁ ଯୁବତୀ ରାଜି ନ ହେଲେ ଦଲାଲମାନେ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥାନ୍ତି। ଗ୍ରାହକଙ୍କଠାରୁ ମିଳୁଥିବା ଅର୍ଥରୁ ଯୁବତୀମାନଙ୍କୁ ୩୦ ପ୍ରତିଶତ ଦିଆଯାଉଥିବା ବେଳେ ବାକି ଅର୍ଥ ଦଲାଲ ଓ ଅଞ୍ଜଳି ଦିଦିଙ୍କ ପକେଟକୁ ଯାଉଥିଲା।

ରିମାଣ୍ଡରେ ଆସିବେ ୪ ଅଭିଯୁକ୍ତ
ଏହି ର଼୍ୟାକେଟରେ ରାଜଧାନୀରେ ଆଉ ୨୫ରୁ ଊର୍ଦ୍ଧ୍ୱ ବାଂଲାଦେଶୀ ଯୁବତୀ ସମ୍ପୃକ୍ତ ଥିବା ଏସ୍‌ଟିଏଫ୍‌ ତଦନ୍ତରୁ ଜାଣିବାକୁ ପାଇଛି। ସେମାନଙ୍କୁ ଏଠାକୁ ଆଣିଲା କିଏ, ସେମାନେ ଏବେ କେଉଁଠି ଅଛନ୍ତି, ଆଉ କେଉଁମାନେ ସମ୍ପୃକ୍ତ ଆଦି ଜାଣିବା ପାଇଁ ଗିରଫ ୪ ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ଅଣାଯିବ। ଏନେଇ ଏସ୍‌ଟିଏଫ୍‌ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରାଯିବା ସହ ୧୬ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଦେଶ ଭିତରେ ହୋଇଥିବାରୁ ୨ଜଣ ଯୁବତୀଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ଅନ୍ୟମାନେ ବାଂଲାଦେଶୀ ହୋଇଥିବାରୁ ସେମାନଙ୍କ କାଗଜପତ୍ର ପ୍ରକ୍ରିୟା ଜାରି ରହିଥିବା ଏସ୍‌ଟିଏଫ ପକ୍ଷରୁ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦନ୍ତାକୁ ଟ୍ରାଙ୍କୁଲାଇଜ ପାଇଁ ୩ ଟିମ୍‌

ଭୁବନେଶ୍ୱର,୧୯ା୧୨: ଚନ୍ଦକାର ଅସୁସ୍ଥ ଦନ୍ତାହାତୀକୁ ଉଦ୍ଧାର ଓ ଟ୍ରାଙ୍କୁଲାଇଜ ପାଇଁ ୩ଟି ଟିମ୍‌ ଗଠନ କରାଯାଇଛି। ଭାଲୁଙ୍କା ଜଙ୍ଗଲର ଆଖପାଖ ଅଞ୍ଚଳରେ ଅସୁସ୍ଥ ଦନ୍ତା ବୁଲୁଛି।...

ଆଜି ଖୋଲିବ ଏପଷ୍ଟିନ୍‌ ପେଡ଼ି: ଫାଇଲ୍‌ରେ ଟ୍ରମ୍ପ୍‌, ଚିନ୍ତାରେ ହ୍ବାଇଟ୍‌ ହାଉସ୍‌

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୯ା୧୨(ସିଏନ୍‌ଏନ୍‌/ଏଜେନ୍ସି): ଜେଫ୍ରି ଏପଷ୍ଟିନ୍‌ଙ୍କ ସହ ଜଡ଼ିତ ଅତି ସମ୍ବେଦନଶୀଳ ଦସ୍ତାବିଜ ‘ଏପଷ୍ଟିନ୍‌ ଫାଇଲ୍ସ’ ଖୋଲିବାକୁ ସମୟ ଯେତିକି ପାଖେଇ ଆସୁଛି, ବଡ଼ବଡ଼ିଆଙ୍କ ହୃତ୍‌ସ୍ପନ୍ଦନ ସେତିକି ବଢ଼ିବାରେ...

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ପ୍ରେମ ସମ୍ପର୍କକୁ ନେଇ…

ବଲାଙ୍ଗୀର,୧୯।୧୨ : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଅନତି ଦୂରରେ ଥିବା ଏକ କୁକୁଡା ଫାର୍ମର ପଛପଟ ଏକ ଗଛରେ ଜଣେ ଯୁବକଙ୍କର...

ଖେଳ ଜଗତରେ ଶୋକର ଛାୟା: ବିମାନ ଦୁର୍ଘଟଣାରେ ଚାଲିଗଲା ଏହି ଖେଳାଳିଙ୍କ ଜୀବନ, ସ୍ତ୍ରୀ ପିଲା ବି…

ନୂଆଦିଲ୍ଲୀ,୧୯।୧୨: ରେସିଂ ଜଗତରୁ ଏକ ଦୁଃଖଦ ଖବର ଆସିଛି। ଉତ୍ତର କାରୋଲିନାର ଷ୍ଟେଟସଭିଲ ଆଞ୍ଚଳିକ ବିମାନବନ୍ଦର ନିକଟରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ...

ଭୁବନେଶ୍ବରରେ ଜରୁରୀ ଅବତରଣ କଲା ବିମାନ, ଜାଣନ୍ତୁ କାରଣ

ଭୁବନେଶ୍ବର,୧୯।୧୨:  ଭୁବନେଶ୍ବରରେ ଜରୁରୀ ଅବତରଣ କଲା ବିମାନ । ବାରଣାସୀ ଯାଉଥିବା ବିମାନ ଭୁବନେଶ୍ବରରେ ଜରୁରୀ ଅବତରଣ କରିଛି । ଖରାପ ପାଗ ଯୋଗୁଁ ବିମାନ...

ଆଶ୍ଚର୍ଯ୍ୟ ହେଲେ ବି ସତ: ୬ ମାସରେ ୪ ଥର କାମୁଡ଼ିଛି ସାପ, ଦେଶୀ ଚିକିତ୍ସା କରି ବଞ୍ଚାଇଛନ୍ତି ଜୀବନ

ଦାରିଙ୍ଗବାଡି, ୧୯।୧୨ (ଅରୁଣ ସାହୁ ):୬ ମାସ ରେ ୪ ଥର ସାପ କାମୁଡ଼ିବା ଓ କାମୁଡ଼ିବା ପରେ ବଞ୍ଚିବା ତାହା ପୁଣି ଦେଶୀ ଚିକିତ୍ସା...

କଟକରେ ମା’ହେଲେ ଦଶମ ଶ୍ରେଣୀ ଛାତ୍ରୀ: ବଳାତ୍କାର ପରେ…

କଟକ,୧୯।୧୨: କଟକ ଜିଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ଖୁଣ୍ଟକଟା ଅଞ୍ଚଳର ଜଣେ ୧୪ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ରୀ ବଳାତ୍କାର ଶିକାର ହେବା ପରେ ଏକ...

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri