ରାସ୍ତା ତିଆରି କଲେ ଗ୍ରାମବାସୀ

ଭଣ୍ଡାରିପୋଖରୀ, ୮।୩(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ କୁରିଗଁା ପଞ୍ଚାୟତ ଅଧୀନ ୧୨ ନଂ. ୱାର୍ଡ ସୁନିଗ୍ରାମ ରାସ୍ତା ଅବସ୍ଥା ଶୋଚନୀୟ। ୧୦ ବର୍ଷ ତଳେ ଏହି ରାସ୍ତାରେ ମୋରମ ବିଛାଯାଇଥିଲା। ଏବେ ଶୋଚନୀୟ ହୋଇପଡ଼ିଥିବାରୁ ଗ୍ରାମବାସୀ ଯାତାୟାତରେ ହଇରାଣ ହେଉଛନ୍ତି। ଏ ସମ୍ପର୍କରେ ସେମାନେ ବିଭିନ୍ନ ସମୟରେ ସ୍ଥାନୀୟ ଜନପ୍ରତିନିଧିଙ୍କ ଦୃଷ୍ଟିଗୋଚର କରିଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହୋଇଛି। ଖାଲଖମା ରାସ୍ତାରେ ପଡ଼ି ଲୋକେ ଆହତ ହେଉଥିବା ନଜିର ରହିଛି। ଫଳରେ ଗ୍ରାମବାସୀ ନିଜେ ଖର୍ଚ୍ଚ କରି ରାସ୍ତା ତିଆରି ପାଇଁ ଅଣ୍ଟା ଭିଡ଼ିଛନ୍ତି। ଗୋଟିଏ ସପ୍ତାହରେ ଗ୍ରାମରେ ହନୁମାନ ପ୍ରତିଷ୍ଠା ଉତ୍ସବ ଏବଂ ଦୋଳପୂର୍ଣ୍ଣିମାରେ କୀର୍ତ୍ତନ ଥିବାରୁ କେତେକ ବ୍ୟକ୍ତି ଜେସିବି ଆଣି ମାଟି ଖେଳାଇ ବଜ୍ରିଗୁଣ୍ଡ ପକାଇ ରୋଲିଂ କରିବା ଆରମ୍ଭ କରିଛନ୍ତି। ଗ୍ରାମର ନିରାକାର ରାଉତଙ୍କ ନେତୃତ୍ୱରେ ବସନ୍ତ ସେନାପତି, ଦିବାକର ରାଉତ, ରତ୍ନାକର ରାଉତ, ବିଜୟ ରାଉତ, ସଦାଶିବ ରାଉତ, ନିରାକାର ପାତ୍ର, ରମାକାନ୍ତ ମହାନ୍ତି, ବଳରାମ ସାମଲ, ହରିହର ସାମଲ, ଧନେଶ୍ୱର ରାଉତ, ପୂର୍ଣ୍ଣଚନ୍ଦ୍ର ପାତ୍ର, କାହ୍ନୁ ସାମଲ, ମୁନା ରାଉତ ପ୍ରମୁଖ ରବିବାର ରାସ୍ତାକାମରେ ସାମିଲ ହୋଇଥିଲେ। ପ୍ରଶାସନ ଉକ୍ତ ରାସ୍ତାର ୩ ନମ୍ବର କେନାଲଠାରୁ ବାଇଗଡ଼ିଆ ଭାୟା ସୁନିକୁ କଂକ୍ରିଟ କରିବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୪।୫(ନବୀନ ସାହୁ): ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ...

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

ଟିକେଟ୍‌ ରେସ୍‌ରେ ବାଜିମାରିଲେ ସୁକାନ୍ତ

ନୀଳଗିରି,୨।୫(ପ୍ରଶାନ୍ତ କୁମାର ବିଶ୍ବାଳ):ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ବିଜୁଜନତା ଦଳ ନୀଳଗିରି ଆସନ ପାଇଁ ଟିକେଟ ଘୋଷଣା କରିଛି। ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କ ଉପରେ...

ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ଅଳ୍ପକେ ବର୍ତ୍ତିଲେ ୬୦ରୁ ଉଦ୍ଧର୍‌ବ ଯାତ୍ରୀ

ଜଳେଶ୍ୱର,୨।୫: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର କୁଣ୍ଡାପୁର ଛକ ନିକଟରେ ହୋଇଛି ଏକ ବଡ଼ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ...

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ, ଅନେକେ ଆହତ

ଜଳେଶ୍ୱର,୨।୫: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଗୁରୁବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri