ରାଜନୀତିରୁ ଊର୍ଦ୍ଧ୍ୱରେ ରହି କାର୍ଯ୍ୟ କରିବାକୁ ନିଷ୍ପତ୍ତି

ଭଞ୍ଜନଗର,୨୪।୨(ଡି.ଏନ.ଏ.)-ଗୋପାଳପୁର ଭାୟା ଭଞ୍ଜନଗର ସମ୍ବଲପୁର ରେଳ ପ୍ରକଳ୍ପ ବଜେଟରେ ଟୋକନ ମନି ବ୍ୟବସ୍ଥା ହୋଇଛି । ପ୍ରକଳ୍ପ ଆରମ୍ଭ କରିବା ନିମନ୍ତେ ଏବେ ବି ଅନେକ କାର୍ଯ୍ୟ ବାକି ଅଛି । ସମସ୍ତ ରାଜନୈତିକ ଦଳର ସହଯୋଗ ବିନା କାର୍ଯ୍ୟ ଆରମ୍ଭ ହୋଇପାରିବ ନାହିଁ। ତେଣୁ ଅଞ୍ଚଳର ହିତ ଦୃଷ୍ଟିରୁ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ସମସ୍ତଙ୍କୁ କାର୍ଯ୍ୟ କରିବାକୁ ହେବ ବୋଲି ରବିବାର ଭଞ୍ଜନଗର ବାର ଆସୋସିଏଶନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଗୋପାଳପୁର-ସମ୍ବଲପୁର ରେଳ ପ୍ରକଳ୍ପ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବୈଠକରେ ମତପ୍ରକାଶ ପାଇଛି। ବୈଠକରେ ଗଞ୍ଜାମ, କନ୍ଧମାଳ ଜିଲାର ବିଭିନ୍ନ ବାର ଆସୋସିଏଶନ କର୍ମକର୍ତ୍ତା, ରାଜନୈତିକ ଦଳର ଲୋକ ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଭିତ୍ତିଭୂମି ଚୂଡ଼ାନ୍ତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଇଥିବା ଘୁମୁସର ସାଙ୍ଗଠନିକ ଜିଲା ସଭାପତି ଗୋକୁଳାନନ୍ଦ ମଳିକ ବୈଠକରେ ସୂଚନା ଦେଇଥିଲେ।
ବୈଠକରେ ଗୋପାଳପୁର-ସମ୍ବଲପୁର ରେଳ ପ୍ରକଳ୍ପ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆବାହକ ତଥା ବାର୍‌ ଆସୋସିଏଶନ ସଭାପତି ଅଭିମନ୍ୟୁ ଗୌଡ଼ ଅଧ୍ୟକ୍ଷତା କରିଥିଲେ। ଭଞ୍ଜନଗର ବଣିକ ସଂଘ ସଭାପତି ମୃତ୍ୟୁଞ୍ଜୟ ସୁବୁଦ୍ଧି ପ୍ରଦୀପ ପ୍ରଜ୍ଜଳନ କରିଥିଲେ। କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ଏମ୍‌.ତାଜ୍‌ ଆଦେନୀ, ଭାଜପା ନେତା ନୀଳମଣି ବିଷୋୟୀ, ସିପିଆଇଏମ୍‌ ଜିଲା ସମ୍ପାଦକ କୈଳାସ ଷଡ଼ଙ୍ଗୀ, ବିଜେଡ଼ି ଜିଲା ଉପସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, କଂଗ୍ରେସ ଜିଲା କାର୍ଯ୍ୟକାରୀ କମିଟି ସଭାପତି ସନ୍ତୋଷ ନାୟକ, ସିପିଆଇ ରାଜ୍ୟ କାର୍ଯ୍ୟକାରୀଣି କମିଟି ସଭ୍ୟ ସୋମନାଥ ନାୟକ, ବରିଷ୍ଠ ଲେଖକ ପ୍ରଶାନ୍ତ ମହାନ୍ତି, ଅବସରପ୍ରାପ୍ତ କର୍ମଚାରୀ ସଂଘର ନେତା ଶୂଳପାଣି ଶତପଥୀ,ବଣିକ ସଂଘ ସମ୍ପାଦକ ସୁଶାନ୍ତ ମହାପାତ୍ର, ଆଇନଜୀବୀ ରବି ଦାସ, ବୈଦ୍ୟନାଥ ସାହୁ, ଫୁଲବାଣୀ ବାର୍‌ ଆସୋସିଏଶନ ସଭାପତି ଅଶିମ ପ୍ରହରାଜ, ବ୍ରହ୍ମପୁର ବାର ଆସୋସିଏଶନ ସମ୍ପାଦକ କୈଳାସ ପାଣିଗ୍ରାହୀ, ଆସିକା ବାର ଆସୋସିଏଶନ ସଭାପତି ସରୋଜ କୁମାର ତ୍ରିପାଠୀ, ବାଲିଗୁଡ଼ା ବାର୍‌ ଆସୋସିଏଶନ ସଭାପତି କୌଶିକ ସାହୁ, ଛତ୍ରପୁର ଓକିଲ ସଂଘର ସଭ୍ୟ ପର୍ଶୁରାମ ଗୌଡ଼, ସୂଚନାକର୍ମୀ ବି.ଶଙ୍କର ପାତ୍ର ପ୍ରମୁଖ ଯୋଗଦେଇ ନିଜ ନିଜର ମତ ରଖିଥିଲେ । ସମ୍ପାଦକ ଅଶୋକ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପୁର୍ବରୁ ବାର୍‌ ଆସୋସିଏଶନ କର୍ମକର୍ତା ସହରରେ ଏକ ଶୋଭାଯାତ୍ରା କରିଥିଲେ ।
ପୂର୍ବତନ କାଉସିଲର ଡ଼ି. ଚେଲପତି ରାଓଙ୍କ ସମେତ ବାର ଆସୋସିଏଶନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

‘ଦେଶ ପାଇଁ ବାଜପେୟୀଙ୍କ ଅବଦାନ ଅବିସ୍ମରଣୀୟ’

ଛତ୍ରପୁର,୨୫ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ସୁଶାସନ ଦିବସ ପାଳିତ ହୋଇଯାଇଛି।...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତ ମହୋତ୍ସବରେ ଯୋଗଦେବେ ବିଧାନସଭାର ପୂର୍ବତନ ଉପବାଚସ୍ପତି, ସହମତି ପ୍ରକାଶ କରି…

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ବିଧାନସଭାର ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ଯୋଗଦେବାକୁ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri