ବିକାଶ ହାର ୪.୯% ରହିବା ଅନୁମାନ

ନୂଆଦିଲ୍ଲୀ,୨୨-୨: ଚଳିତ ଆର୍ଥତ୍କ ବର୍ଷରେ ଦେଶର ଜିଡିପି ବିକାଶ ହାର ୪.୯% ରହିବା ନେଇ ଅନୁମାନ କରାଯାଇଛି। ବିକାଶ ହାର ଚଳିତ ଆର୍ଥତ୍କ ବର୍ଷ ୫% ରହିବ ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପୂର୍ବରୁ କହିଛି। ଏହି ଆକଳନ ତୁଳନାରେ ଜିଡିପି ୪.୯%କୁ ଖସିବ ବୋଲି ନ୍ୟାଶନାଲ କାଉନସିଲ ଅଫ୍‌ ଆପ୍ଲାଏଡ ଇକୋନୋମିକ୍ସ ରିସର୍ଚ୍ଚ (ଏନ୍‌ସିଏଇଆର୍‌) ପକ୍ଷରୁ ଶୁକ୍ରବାର ଆକଳନ କରାଯାଇଛି। ଏହାର ପରବର୍ତ୍ତୀ ଆର୍ଥତ୍କ ବର୍ଷଗୁଡିକରେ ବିକାଶ ହାରରେ ଉନ୍ନତି ଆସିବା ନେଇ ଏହି ଏଜେନ୍ସି ଆଶାବାଦୀ ରହିଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ଆସିବା ସହ ଜିଡିପି ୫.୬% ଛୁଇଁବା ନେଇ ଏନ୍‌ସିଇଏଆର ଆଶାବାଦୀ ରହିଛି। ୨୦୧୮-୧୯ରେ ଭାରତର ଜିଡିପି ଅଭିବୃଦ୍ଧି ୬.୧% ରହିଥିଲା। ୨୦୧୯-୨୦ ତୃତୀୟ ତ୍ରୈମାସ ଲାଗି ବିକାଶ ଅନୁମାନ ୪.୯%, ଚତୁର୍ଥ ତ୍ରୈମାସ ଲାଗି ଅନୁମାନ ୫.୧% ଏବଂ ୨୦୧୯-୨୦ ଏବଂ ୨୦୨୦-୨୧ ଲାଗି ବାର୍ଷିକ ବିକାଶ ହାର ଅନୁମାନ ଯଥାକ୍ରମେ ୪.୯% ଏବଂ ୫.୬% ରହିବ ବୋଲି ଏହା ଏକ ବିବୃତ୍ତିରେ ପ୍ରକାଶ କରିଛି।
ବିକାଶ ହାର ୫% ରହିବା ନେଇ ଉଭୟ ରିଜର୍ଭ ବ୍ୟାଙ୍କ ଓ ଏନ୍‌ଏସ୍‌ଓ କହିଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ଅର୍ଥ ବ୍ୟବସ୍ଥାରେ କିଛି ସୁଧାର ଆସିବା ନେଇ ଏନସିଏଇଆର୍‌ ଆଶା ରଖିଛି। ମୌସୁମୀରେ ଉନ୍ନତ ବର୍ଷା, ମୌସୁମୀ ପରବର୍ତ୍ତୀ ସ୍ଥିତିରେ ଉନ୍ନତି, ଦେଶର ପ୍ରମୁଖ ଜଳ ଭଣ୍ଡାରଗୁଡିକରେ ଜଳ ସଂରକ୍ଷଣ ସ୍ଥିତିରେ ସୁଧାର ଯୋଗୁ କୃଷି କ୍ଷେତ୍ରର ଅଭିବୃଦ୍ଧି ଆଶା ଉଜ୍ଜ୍ୱଳ ରହିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ କୃଷି କ୍ଷେତ୍ର ଉତ୍ପାଦନ ଯଥେଷ୍ଟ ଭଲ ରହିବ ବୋଲି ବୋଲି କୃଷି ମନ୍ତ୍ରଣାଳୟ ଏବଂ ଏନ୍‌ସିଏଇଆର୍‌ ପୂର୍ବାନୁମାନରେ ମତ ପ୍ରକାଶ କରିଛନ୍ତି। ପନିପରିବା ଏବଂ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବାଧାପ୍ରାପ୍ତ ହେବା ଯୋଗୁ ଏହାର ଦର ବଢିଛି। ଏଥିଯୋଗୁ ମୁଦ୍ରାସ୍ଫୀତି ମଧ୍ୟ ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ଲକ୍ଷ୍ୟଠାରୁ ଢେର ଉଚ୍ଚରେ ରହିଛି। ଖାଦ୍ୟ ଶସ୍ୟ ଉତ୍ପାଦନ ଉନ୍ନତ ହେଲେ ଆଗାମୀ ମାସଗୁଡିକରେ ଦରଦାମ ହ୍ରାସ ହେବା ନେଇ ପୂର୍ବାନୁମାନ କରାଯାଇଛି।
ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଔଦ୍ୟୋଗିକ ଉତ୍ପାଦନ ସୂଚୀ (ଆଇଆଇପି) ୦.୪% ହ୍ରାସ ଘଟିଥିବା ବେଳେ ତୃତୀୟ ତ୍ରୈମାସରେ ୦.୯% ହ୍ରାସ ଘଟିଛି। ଏହି ସମୟରେ କ୍ୟାପିଟାଲ ଗୁଡ୍‌ସ ଏବଂ କଞ୍ଜ୍ୟୁମର ଡ୍ୟୁରେବଲ୍ସ ଆଇଆଇପି ଖସିଛି। ସେହିଭଳି ସେବା କ୍ଷେତ୍ର କାର୍ଯ୍ୟକଳାପ ଏବଂ କାର୍ଗୋ ଟ୍ରାଫିକରେ ଉନ୍ନତି ଆସୁଥିବା କୁହାଯାଇଛି। ମନ୍ଥର ଅଭିବୃଦ୍ଧିକୁ ଗତିଶୀଳ କରାଇବା ଲାଗି ସରକାର ବଜେଟରେ ବ୍ୟବସ୍ଥା କରିଥିବା କହିଛନ୍ତି। ଏହାବାଦ ରାଜସ୍ବ ନେଇ ହୋଇଥିବା ଲକ୍ଷ୍ୟ ଧାର୍ଯ୍ୟ ଆଶାତୀତ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ମାତ୍ର ପୂର୍ବ ଆର୍ଥତ୍କ ବର୍ଷ ତୁଳନାରେ ଏହା ଅଧିକ ବାସ୍ତବ ବୋଲି ବିଚାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri