ମିଲର ଅପେକ୍ଷାରେ ଚାଷୀ: ଖରା କାକରରେ ମଣ୍ଡିରେ ପଡ଼ିଛି ଧାନ

ନୟାଗଡ ଅଫିସ,୨୧ା୨: ଖରା କାକରରେ ମଣ୍ଡିରେ ପଡିରହିଛି ଧାନ। କେଉଁଠି ଦୁଇଦିନ ତ ଆଉ କେଉଁଠି ୩ଦିନ ହେଲା ଚାଷୀ ଧାନବସ୍ତା ଜଗି ରହିଛି। ହେଲେ ମିଲରଙ୍କ ଦେଖା ମିଳୁନି। ଏଭଳି ଅବ୍ୟବସ୍ଥା ଜିଲାର ବିଭିନ୍ନ ଧାନ ମଣ୍ଡିରେ ଦେଖା ଦେଇଛି। ଏଠାରେ ନୟାଗଡ଼ ବ୍ଲକ ଇଟାମାଟି ପ୍ରାଥମିକ କୃଷି ସମବାୟ ସମିତିରେ ଚାଲିଥିବା ଧାନମଣ୍ଡିକୁ ଉଦାହରଣ ଭାବେ ନିଆଯାଇ ପାରେ। ଜିଲା ସଦର ମହକୁମା ନିକଟରେ ଏଭଳି ଅବ୍ୟବସ୍ଥାର ସମାଧାନ ହୋଇପାରୁ ନ ଥିବାବେଳେ ଜିଲାର ଉପାନ୍ତ ଅଞ୍ଚଳରେ ଚାଷୀ କିପରି ଅସୁବିଧା ଭୋଗୁଥିବେ ତାହା ସହଜରେ ଅନୁମେୟ।

ସମ୍ପାଦକ ବଦଳିବା ଦରକାର
ଗୋଟିଏ ଗୋଟିଏ ସମବାୟ ସମିତିରେ ସମ୍ପାଦକ ଦୀର୍ଘବର୍ଷ ରହୁଥିବାରୁ ଦୁର୍ନୀତି ବଢ଼ୁଛି। ଧାନକିଣାରେ କେଳେଙ୍କାରୀ ଚାଲିଥିଲେ ମଧ୍ୟ ଏହାର ସମାଧାନ ହୋଇପାରୁନି। ଅଢ଼େଇ ଏକର ଜମିରୁ ୫୫ ବସ୍ତା ଧାନ ଆଦାୟ ହୋଇଛି। ହେଲେ ଏହାକୁ ବିକ୍ରି କରିପାରୁନି। ମିଲର ଧାନ କିଣିବାକୁ ଅଖା ଦେଇଛନ୍ତି। ମଣ୍ଡିକୁ ଧାନଆଣି ଜଗି ରହିଛି। ସେହିପରି ଗତବର୍ଷ ଧାନ ବିକିବାକୁ ଆସିଥିଲି। ହେଲେ ମୋତେ ସୁଯୋଗ ମିଳିଲାନି। ଶେଷରେ ବ୍ୟବସାୟୀଙ୍କୁ ଧାନ ବିକ୍ରି କଲି। ଅଭିଯୋଗ କଲେ ଆମ ଉପରେ ରାଗ ରଖି ହଇରାଣ କରୁଛନ୍ତି।
ବିଜୟ ବେହେରା, ଚାଷୀ, ଗଉଡସାହି, ଇଟାମାଟି

୩ଦିନ ହେଲା ଅପେକ୍ଷା
ମୋବାଇଲକୁ ମେସେଜ ଆସିଲା ଧାନ ମଣ୍ଡିକୁ ଆଣ। ୧୯ ତାରିଖରେ ମେସେଜ ଆସିବା ପରେ ସେହିଦିନ ମଣ୍ଡିକୁ ଧାନ ଆଣିଛି। ହେଲେ ମିଲରଙ୍କ ଦେଖାନାହିଁ। ସରକାରୀ ଦରରେ ଧାନ ବିକ୍ରି କରିବାକୁ ୩ ଦିନ ହେଲା ଅପେକ୍ଷା କଲୁଣି। ଦେଖାଯାଉ କେବେ ଆମଠାରୁ ମିଲର ଧାନ କିଣୁଛନ୍ତି।
ବସନ୍ତ ପୃଷ୍ଟି, ଚାଷୀ, ପ୍ରଧାନସାହି, ଇଟାମାଟି

ଅଭିଯୋଗ କେହି ଶୁଣୁ ନାହାନ୍ତି
ଏଠାରେ ୨ ଜଣ ମିଲର ଧାନ କିଣୁଛନ୍ତି। ପ୍ରଥମେ କିଛିଦିନ ଭଲରେ ଧାନ କିଣିଲେ। ପରେ ମିଲର ମନଇଚ୍ଛା କାରବାର କରୁଛନ୍ତି। ଧାନମଣ୍ଡି ପାଇଁ ଉଦ୍ଦିଷ୍ଟ ବାରରେ ଆଉ ମିଲର ଆସୁନାହାନ୍ତି। ବୁଧବାର ଏଠାରେ ଧାନ କିଣିବାର ଥିଲା। ହେଲେ ଗୁରୁବାର ହେଲାଣି, ମିଲରଙ୍କ ଦେଖା ନାହିଁ। ଫୋନ କଲେ ଉତ୍ତର ମିଳୁଛି, ଅପେକ୍ଷା କରିଥାନ୍ତୁ ଆମେ ଯାଉଛୁ। ଏଠାରେ ଚାଷୀ ସମସ୍ୟା ବୁଝିବାକୁ କେହି ନାହାନ୍ତି।
ଦୀପକ ନାୟକ, କୃଷକ ସଙ୍ଗଠନ ସଭାପତି, ଇଟାମାଟି

ମଣ୍ଡିରେ ମିଳୁନି ସର୍ବନିମ୍ନ ସୁବିଧା
୪ ଏକର ଜମି ଚାଷକରି ୧୦୦ ବସ୍ତା ଧାନ ପାଇଛି। ହେଲେ ବିକିବାର ସୁବିଧା ପାଉନି। ମଣ୍ଡିକୁ ଆସିଲେ ପିଇବାକୁ ପାଣି ମଳୁନି। ଖରା କାକରରୁ ରକ୍ଷା ପାଇଁ ଧାନ ଉପରେ ଘୋଡାଇବାକୁ ପଲିଥିନ ମିଳୁନି। ବସିବାର ମଧ୍ୟ ସୁବିଧା ନାହିଁ। ଚାଷୀଙ୍କୁ ସର୍ବନିମ୍ନ ସୁବିଧା ନ ଦେଇ ମଣ୍ଡିକୁ ଧାନ ବିକ୍ରି କରିବାକୁ ଆସ ବୋଲି କୁହାଯାଉଛି।
ଭିକାରୀ ଲେଙ୍କା, ଚାଷୀ, ଇଟାମାଟି

ଟୋକନ ମିଳୁନି, ଧାନ ଧରି ବସିଛି
ମୋର ୪ ଏକର ଓ ସେବା ସୂତ୍ରରେ ୫ଏକର ଏପରି ମୋଟ ୯ ଏକର ଜମି ରହିଛି। ଟୋକନ ପାଇବା ପାଇଁ ୧ମାସରୁ ଊର୍ଦ୍ଧ୍ୱ ହେବ ଆବେଦନ କରିଛି। ହେଲେ ଟୋକନ ମିଳୁ ନ ଥିବାରୁ ଧାନ ବିକିପାରୁନି। ମୋ ଭାଇ ଚାଷ କରିନି। ସେ କିନ୍ତୁ ଧାନ ବିକ୍ରି କରିବାର ସୁବିଧା ପାଇ ସାରିଲାଣି। ଜମି ପାଇଁ ସାର ମଧ୍ୟ ପାଇଛି। ହେଲେ ମୋ ପାଇଁ ସରକାରୀ ସୁବିଧା ସାତସପନ।
ଶରତ ଚନ୍ଦ୍ର ମହାପାତ୍ର, ଚାଷୀ, ଖଟେଇସାହି, ଇଟାମାଟି

ତାଲା ପକାଇ ଚାଲିଗଲେ କର୍ମଚାରୀ
ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ସମ୍ପାଦକ ଚାଲିଗଲେ। ଏହା ପରେ ଇଟାମାଟି ପ୍ରାଥମିକ କୃଷି ସମବାୟ ସମିତିରେ ତାଲା ଝୁଲିଲା। ଚାଷୀ ଧାନ ବିକ୍ରି କରିବାକୁ ଆସି ଜମା ହୋଇ ରହିଥିଲେ। ଅଧିକାଂଶ ଚାଷୀ କହିଥିଲେ ଏହା ନିତିଦିନିଆ ସମସ୍ୟା। ସମିତି ସବୁବେଳେ ଖୋଲେନି। ଅଭିଯୋଗ କଲେ ସମିତିରେ ତାଲା ଝୁଲେ। ଆମେ ସମିତି ସମ୍ପାଦକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ। ହେଲେ ସେ ଆମକୁ କିଛି ନ କହି ଏଡାଇ ଯାଇଥିଲେ।

ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଦେବବ୍ରତ ମହାପାତ୍ରଙ୍କୁ ପଚାରିବାରୁ ସେ ଇଟାମାଟି ପ୍ରାଥମିକ କୃଷି ସମବାୟ ସମିତିରେ ଧାନ କିଣାରେ ଯେଉଁ ଅବ୍ୟବସ୍ଥା ଦେଖାଦେଇଥିବା ଅଭିଯୋଗ ହେଉଛି ତାହାର ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂ ହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂ ହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri