ଭାଜପାର ବିଜୟ ଅବା ପରାଜୟ ପାଇଁ ମୁଁ ଦାୟୀ ରହିବି: ମନୋଜ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଉପରେ ଏବେ ସାରା ଦେଶର ନଜର। ମଙ୍ଗଳବାର ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଏବେ ପ୍ରାୟ ସବୁଦଳ ବିଜୟ ଲାଭ କରିବାକୁ ଆଶା ବାନ୍ଧି ବସିଛନ୍ତି। ଆମ ଆଦମୀ ପାର୍ଟି(ଏଏପି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ କଡା ଟକ୍କର ହେଉଥିବା ବେଳେ ଏବେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଛି। ଏବେସୁଦ୍ଧା ଏଏପି ୫୦ ଆସନରେ ଆଗରେ ଥିବା ବେଳେ ଭାଜପା ମାତ୍ର ୧୮ ଆସନରେ ଆଗରେ ରହିଛି। ଏହାକୁ ନେଇ ଭାଜପାର ଦିଲ୍ଲୀ ମୁଖ୍ୟ ମନୋଜ ତିଓ୍ବାରୀ କହିଛନ୍ତି ଫଳଫଳ ଘୋଷଣା ହେବାକୁ ଆହୁରି ସମୟ ବାକି ରହିଛି। ୁ ଶେଷ ସମୟରେ ଏହା କିଛି ବି ହୋଇପାରେ ବୋଲି କୁହାଯାଉଛି। ତେଣୁ ଭାଜପାର ବିଜୟ ଲାଭ ଅବା ପରାଜୟ ପାଇଁ ମୁଖ୍ୟ ହିସାବରେ ମୁଁ ଦାୟୀ ରହିବି ବୋଲି ମନୋଜ କହିଛନ୍ତି। ସୂଚନାଯୋଗ୍ୟ, ଏକ୍‌ଜିଟ୍‌ ପୋଲ୍‌ର ଆକଳନ ଅନୁଯାୟୀ, ଏଥର ଏଏପି ପୁଣିଥରେ ସରକାର ଗଠନ କରିବ ବୋଲି ଅନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେବେ, କେଉଁଠି ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ କ୍ରିକେଟ ଏସିଆ କପ ୨୦୨୫ ଡିସେମ୍ବର ୧୨ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନରେ ଦୁଇଟି ମ୍ୟାଚ ଖେଳାଯିବ। ଆୟୁଷ...

“ବିଏସ୍ଏଫ୍ ପୋଷ୍ଟ୍ ନିକଟକୁ ଯାଆନ୍ତୁ ନାହିଁ”: ମମତା ବାନାର୍ଜୀଙ୍କ ଚେତାବନୀ ଶୁଣି ଚିନ୍ତାରେ ଲୋକେ

କୋଲକାତା,୧୧।୧୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ଭୋଟର ସଂଶୋଧନ (SIR)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

ପାକିସ୍ତାନ ସହ ପ୍ରତିରକ୍ଷା ଚୁକ୍ତି ଭିତରେ ଭାରତକୁ କଡ଼ା ବାର୍ତ୍ତା ଦେଲେ ଟ୍ରମ୍ପ? F-16ର ଶକ୍ତି ବଢାଇବ ଆମେରିକା

ଓ୍ବାଶିଂଟନ,୧୧।୧୨: ଆମେରିକା ପାକିସ୍ତାନକୁ ଏହାର F-16 ଲଢ଼ୁଆ ବିମାନକୁ ଅପଗ୍ରେଡ କରିବା ପାଇଁ ୬୮୬ ଡଲାର ନିୟୁତ (ପ୍ରାୟ ୫,୮୦୦କୋଟି) ମୂଲ୍ୟର ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ...

ସଂସଦରେ ସ୍ପିକର ହଲାଇଲେ ଟଙ୍କା! ଏକ ଡଜନରୁ ଅଧିକ ସାଂସଦ କହିଲେ …

ଇସଲାମାବାଦ,୧୧।୧୨: ପାକିସ୍ତାନରେ ରାଜନେତାମାନେ ପ୍ରାୟତଃ ନିଜ ଭାଷଣରେ ସଚ୍ଚୋଟତା ଏବଂ ନ୍ୟାୟର କଥା କୁହନ୍ତି, କିନ୍ତୁ ଯେତେବେଳେ ପ୍ରକୃତ ପରୀକ୍ଷାର କଥା ଆସେ, ସାଂସଦମାନଙ୍କ କାର୍ଯ୍ୟ...

ରୋଷେଇ ଘରେ ଅସ୍ତ୍ର ଅଛି, ଭାଜପାକୁ…ମହିଳାଙ୍କୁ ଉସ୍‌କାଇଲେ ଦିଦି

କୋଲକାତା,୧୧।୧୨: ପଶ୍ଚିମବଙ୍ଗରେ SIRକୁ ନେଇ ରାଜନୀତି ସରଗରମ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ମହିଳାମାନଙ୍କୁ ଭୋଟର ତାଲିକା ସମୀକ୍ଷା ସମୟରେ ଯଦି ସେମାନଙ୍କ ନାମ...

IPL Auctionରେ ଏହି ୩ ଖେଳାଳିଙ୍କୁ କିଣିବା ପାଇଁ କୌଣସି ସୀମା ପର୍ଯ୍ୟନ୍ତ ଯାଇପାରେ CSK

ନୂଆଦିଲ୍ଲୀ,୧୧।୧୨: IPL ୨୦୨୬ ପାଇଁ ମିନି ନିଲାମ ଡିସେମ୍ବର ୧୬ରେ ଆବୁଧାବିରେ ଅନୁଷ୍ଠିତ ହେବ। ଚେନ୍ନାଇ ସୁପର କିଙ୍ଗ୍ସ ନିଲାମରେ ୪୩.୪କୋଟି ଟଙ୍କା ଉପଲବ୍ଧ ଅଛି,...

ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର, ସର୍ଜରୀରେ ରୋଗ ଭଲ ହେବା ନେଇ ଏମ୍ସ ଡାକ୍ତରଙ୍କ ଘୋଷଣା

ନୂଆଦିଲ୍ଲୀ,୧୧।୧୨: ପୂର୍ବରୁ ଏକ କଥା ଥିଲା ଯେ, ଯେଉଁ ବ୍ୟକ୍ତିଙ୍କୁ ଥରେ ଡାଇବେଟିସ ହୁଏ ତାହା ଜୀବନସାରା ରହିଯାଇଥାଏ । ଆଜି ପର୍ଯ୍ୟନ୍ତ ଡାଇବେଟିସର କୌଣସି...

ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri