ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ ବ୍ୟାପି ସ୍ୱାମୀ ଚେତନାନନ୍ଦ ସରସ୍ୱତୀ ପରମହଂସ ଦେବଙ୍କ ୯୪ତମ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।

ଜନ୍ମୋତ୍ସବର ପ୍ରଥମ ଦିବସରେ ଆଶ୍ରମ ପରିସରରେ ଅଧିବାସ, ପୂଜାର୍ଚ୍ଚନା କରାଯିବା ସହ ସ୍ୱାମୀଜୀଙ୍କ ସୁସଜ୍ଜିତ ବିଗ୍ରହ ଭକ୍ତ ବୃନ୍ଦଙ୍କ ସହ ସହର ପରିକ୍ରମା କରାଯାଇଥିଲା। ଦ୍ୱିତୀୟ ଦିବସରେ ଅରୁଣ କୁମାର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଆକାଶବାଣୀ ରେଡ଼ିଓ ଏବଂ ଦୂରଦର୍ଶନର ପ୍ରାକ୍ତନ ନିର୍ଦ୍ଦେଶକ ଡ଼.ଶାନ୍ତନୁ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭା ଓ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ଯୋଗ ଦେଇଥିଲେ।

କାଉନସିଲର ଦୀପକ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ୧୯୩୩ରେ ଗଡ଼ ଚୈତନ୍ୟପୁର ଶାସନରେ ଜନ୍ମଗ୍ରହଣ କରିଥିବା ଡ଼.ଚକ୍ରପାଣି ମିଶ୍ର ହାଇସ୍କୁଲରୁ ମାଟ୍ରିକ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିବା ପରେ ପୁରୀ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ କୃଷିବିଜ୍ଞାନ ଓ ଆମେରିକା କାଲିଫର୍ନିଆ ବଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଡିଗ୍ରୀ ହାସଲ କରି ଭୁବନେଶ୍ୱର ସ୍ଥିତ କୃଷି ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ। ଚାକିରିରୁ ଅବସର ପରେ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ବିଶୁଦ୍ଧାନନ୍ଦ ସରସ୍ୱତୀଙ୍କଠାରୁ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କରି ପରବର୍ତ୍ତୀ ଅବସ୍ଥାରେ ସ୍ୱାମୀ ଚେତାନାନନ୍ଦ ସରସ୍ୱତୀ ପରମହଂସ ଦେବ ଭାବେ ପରିଚିତି ହାସଲ କରିଥିଲେ। ଏହି ଅବସରରେ ସେ ବହୁ ସଂଖ୍ୟକ ଆଧ୍ୟାତ୍ମିକ ପୁସ୍ତକ ରଚନା କରିବା ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳ ଗସ୍ତକରି ନିଗମାନନ୍ଦ ଭକ୍ତଙ୍କୁ ଆଧ୍ୟାତ୍ମିକ ମାର୍ଗଦର୍ଶନ କରାଇଥିଲେ।

ଦିଗପହଣ୍ଡିର ଗଡ଼ଚୈତନ୍ୟପୁର ଶାସନ ସମେତ ପାତ୍ରପୁର ବ୍ଲକ ତଣ୍ଡିପୁରଠାରେ ସେ ଆଶ୍ରମ ପ୍ରତିଷ୍ଠା ସହ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିର ପ୍ରତିଷ୍ଠା କରି ଛାତ୍ରୀ ଛାତ୍ରମାନଙ୍କୁ ସାଧାରଣ ଶିକ୍ଷା ସହ ଆଧ୍ୟାତ୍ମିକ ଶିକ୍ଷାଦାନର ବ୍ୟବସ୍ଥା କରିଥିଲେ।

ସ୍ୱାମୀ ଚେତନାନନ୍ଦଙ୍କ ମୁଖନିଃସୃତ ବାଣୀ, ଆଧ୍ୟାତ୍ମିକ ଶିକ୍ଷା ଓ ଗୁଣାବଳୀ ସମଗ୍ର ମାନବଜୀବନକୁ ଶୃଙ୍ଖଳିତ ଓ ସୁନ୍ଦର କରିପାରିବ ବୋଲି ସଭାରେ ମତପ୍ରକାଶ ପାଇଥିଲା। ତତ୍କାଳୀନ ବଡ଼ଖେମୁଣ୍ଡିର ରାଜପୁତ୍ର ସନ୍ଥ ଅରକ୍ଷିତ ଦାସଙ୍କ ପରେ ଦିଗପହଣ୍ଡିର ଦ୍ୱିତୀୟ ସନ୍ୟାସୀ ସନ୍ଥ ଚେତନାନନ୍ଦ ସରସ୍ୱତୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସହରର ଏକ ସର୍ୱସାଧାରଣ ଅନୁଷ୍ଠାନ କିମ୍ୱା ରାସ୍ତାକୁ ତାଙ୍କ ନାମରେ ନାମିତ କରାଯିବା ସହ ପ୍ରତିବର୍ଷ ତାଙ୍କ ଜୟନ୍ତୀ ଉତ୍ସବକୁ ଏନ୍‌ଏସି ପକ୍ଷରୁ ପାଳନ କରାଯିବା ପାଇଁ ସଭାରେ ପ୍ରସ୍ତାବ ଆଗତ କରାଯାଇଥିଲା।

ସଭାରେ ଉପସ୍ଥିତ ମୁଖ୍ୟଅତିଥି ଏନଏସି ଅଧ୍ୟକ୍ଷ ଆସନ୍ତାବର୍ଷଠାରୁ ପ୍ରତିବର୍ଷ ଏନଏସି ପକ୍ଷରୁ ବଜାର ଗାନ୍ଧୀଛକଠାରେ ସ୍ୱମୀଜୀଙ୍କ ଜୟନ୍ତୀ ପାଳନ କରାଯିବା ସହ କୌଣସି ଏକ ରାସ୍ତାକୁ ତାଙ୍କ ନାମରେ ନାମିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପରେ ଅତିଥିବୃନ୍ଦ ବିଦ୍ୟାମନ୍ଦିର ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଛାତ୍ରୀଛାତ୍ରଙ୍କୁ ମାନପତ୍ର ଏବଂ ପୁରସ୍କାର ବିତରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

ଅଭିଜିତ ଦୀପକେ, ସୌରଭ ଦାସଙ୍କ ସମେତ ୩ ଜଣଙ୍କୁ ହାଇକୋର୍ଟ ଦେଲେ ଅଲ୍‌ଟିମେଟମ୍‌: ୨୪ ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀ ହାଇକୋର୍ଟ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଦଳର ଅନ୍ୟ ତିନି ନେତା ଆଶୁତୋଷ ରାଙ୍କା, ରତ୍ନା ସିଂହ ଓ ସୌରଭ…

ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?