ଇରାନ ଉପରୁ କଟକଣା ହଟାଇଲେ ଟ୍ରମ୍ପ୍‌, ତେହରାନ କହିଲା ଆମ ପାଖରେ…

ଓ୍ବାଶିଂଟନ/ତେହରାନ୍‌,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ପ୍ରଶମିତ କରିବା ପାଇଁ ଆମେରିକା ସମୁଦ୍ରରେ ଅଟକି ରହିଥିବା ଇରାନୀୟ ତୈଳ ବିକ୍ରି ଉପରୁ ସାମୟିକ ଭାବେ କଟକଣା ହଟାଇଛି। ମାସକ ପାଇଁ କଟକଣା ହଟାଯାଇଥିବାବେଳେ ବିଶ୍ୱ ବଜାରେ ୧୪୦ ନିୟୁତ ବ୍ୟାରେଲ୍‌ ଇରାନୀୟ ତୈଳ ଉପଲବ୍ଧ ହେବ ବୋଲି ଆମେରିକା ଟ୍ରେଜେରି ସଚିବ ସ୍କଟ୍‌ ବେସେଣ୍ଟ କହିଛନ୍ତି। ତେବେ ଏହି ସାମୟିକ ରିହାତି କେବଳ ଜାହାଜରେ ଲୋଡ୍‌ ହୋଇଥିବା ତୈଳ ପାଇଁ ସୀମିତ। ନୂଆ କ୍ରୟ କିମ୍ବା ଉତ୍ପାଦନକୁ ଅନୁମତି ମିଳିବ ନାହିଁ ବୋଲି ବେସେଣ୍ଟ Xରେ ଲେଖିଛନ୍ତି।
ଇରାନ ଯୁଦ୍ଧ ପୂର୍ବରୁ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପ୍ରତି ୭୦ ଡଲାର ରହିଥିବାବେଳେ ଏବେ ତାହା ୧୧୯.୫୦ ଡଲାରରେ ପହଞ୍ଚିଛି। ଦର ହ୍ରାସ ଲକ୍ଷ୍ୟରେ ଆମେରିକାର ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ ସୀମିତ ସମୟ ପାଇଁ ଇରାନ ତୈଳ ଉପରୁ କଟକଣା ହଟାଇଥିବାରୁ ଭାରତୀୟ ରିଫାଇନେରି କମ୍ପାନୀଗୁଡ଼ିକ ସେଠାରୁ ତୈଳ କିଣା ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ଭାରତ ଏବେ ସମୁଦ୍ରରେ ଅଟକି ରହିଥିବା ରୁଷିଆ ତୈଳ କିଣୁଛି। ସେହିପରି ଅନ୍ୟ କେତେକ ଦେଶ ମଧ୍ୟ ଇରାନ ତୈଳ କିଣିବାକୁ ଆଗ୍ରହୀ ଥିବାବେଳେ ଅନ୍ତର୍ଜାତୀୟ କ୍ରେତାମାନଙ୍କ ପାଇଁ ସମୁଦ୍ରରେ ତେହରାନ୍‌ର ବଳକା ଅଶୋଧିତ ତୈଳ ଗଚ୍ଛିତ ନ ଥିବା ଏହାର ମନ୍ତ୍ରଣାଳୟ କହିଛି। ମୁମ୍ବାଇରେ ଥିବା ଇରାନ ବାଣିଜି୍ୟକ ଦୂତାବାସ ପକ୍ଷରୁ ଏକ ବିବୃତି ଜରିଆରେ କୁହାଯାଇଛି, ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ଯୋଗାଇବା ପାଇଁ ତେହରାନ୍‌ ପାଖରେ ଅତିରିକ୍ତ ତୈଳ ମହଜୁଦ ନାହିଁ। ତୈଳ କିଣୁଥିବା ଦେଶଗୁଡ଼ିକୁ ପୁନର୍ବାର ଆଶ୍ୱାସନା ଦେବା ଏବଂ ବଜାର ମନୋଭାବ ପରିଚାଳନା କରିବା ଲକ୍ଷ୍ୟରେ ଆମେରିକା ଟ୍ରେଜେରି ବିଭାଗ କଟକଣା ହଟାଇବା କଥା କହିଥିବା ଇରାନ କନ୍‌ସୁଲେଟ୍‌ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ କଟକଣା ଲାଗିଥିବା ଇରାନ ତୈଳକୁ ଚାଇନା ଶସ୍ତାରେ ମହଜୁଦ କରି ରଖିଥିବା ଆମେରିକୀୟ ଅଧିକାରୀ ଅଭିଯୋଗ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୀମାରେ ଜମା ହେଲେ ଶତାଧିକ ବାଂଲାଦେଶୀ, ଶୁଭେନ୍ଦୁ ସରକାରଙ୍କ ଆକ୍ସନ ପରେ ସୀମାନ୍ତରେ ହଲଚଲ!

କୋଲକାତା,୨୦।୬ : ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ…

ଲେବାନନରେ ଇସ୍ରାଏଲର ଆକ୍ରମଣ ପରେ ରାଗିଗଲା ଇରାନ; ବନ୍ଦ କରିଦେଲା ହର୍ମୁଜ, ପୁଣି ହେବ ଯୁଦ୍ଧ!

ତେହରାନ,୨୦।୬: ବିଶ୍ୱ ଅର୍ଥନୀତି ପାଇଁ ଶାନ୍ତି ଚୁକ୍ତିନାମା ଏବଂ ମଧ୍ୟପ୍ରାଚ୍ୟରେ ସ୍ୱାଭାବିକତା ଫେରିବାର ଆଶା ପୁଣି ଥରେ ମଳିନ ହେଉଥିବା ପରି ମନେ ହେଉଛି। ଲେବାନନରେ ଇସ୍ରାଏଲ ଦ୍ୱାରା…

ପିତୃ ଦିବସରେ ଆଖି ଭିଜେଇ ଦେବ ଏହି କାହାଣୀ! ବାପାଙ୍କୁ ନିଜ କିଡନୀ ଦାନ କରି ଜୀବନ ବଞ୍ଚାଇଲେ, ବ୍ଲଡ ଗ୍ରୁପ ଅଲଗା…

ନୂଆଦିଲ୍ଲୀ,୨୦।୬: ଜୁନ୍ ୨୧ତାରିଖରେ ପିତାଙ୍କ ପିତୃ ଦିବସ ପୂର୍ବରୁ ୧୮ ବର୍ଷୀୟ ଅଲି ରଜା ତାଙ୍କ ପିତା ଆବିଦ ରଜାଙ୍କୁ ତାଙ୍କର କିଡନୀ ଦାନ କରି ଏକ…

ଆମେରିକା-ଇରାନ ଚୁକ୍ତିକୁ ନେଇ ପୁଣି ଲଜ୍ଜିତ ହେଲା ପାକିସ୍ତାନ, ଜେଡି ଭାନ୍ସ କହିଲେ…

ଓ୍ବାଶିଂଟନ,୨୦।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମାକୁ ନେଇ ପାକିସ୍ତାନ ପୁଣିଥରେ ଚର୍ଚ୍ଚାରେ ଅଛି, କିନ୍ତୁ ଏଥର କାରଣ ପ୍ରଶଂସା ନୁହେଁ ବରଂ ସମାଲୋଚନା। ଆମେରିକାର…

ପ୍ରଧାନମନ୍ତ୍ରୀ ମୋ’ ଗାଁକୁ ଆସିଥିବାରୁ କୃତଜ୍ଞ: ରାଷ୍ଟ୍ରପତି

ବାରିପଦା,୨୦ା୬: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ନିଜ ଶାଶୁଘର ଗାଁ ମୟୂରଭଞ୍ଜ ଜିଲାର ପାହାଡ଼ପୁର ଅଛନ୍ତି। ଏଠାରେ ଆଜି ଆସି ମଧ୍ୟ ପହଞ୍ଚିଛନ୍ତି…

‘ମୟୂରଭଞ୍ଜ ଝିଅ ଆଜି ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ’

ବାରିପଦା,୨୦ା୬: ରାଜ୍ୟ ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ମୟୂରଭଞ୍ଜରେ ଆସି ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶାଶୁଘର…

ଆମେରିକାର ଟାର୍ଗେଟରେ କିଏ? ଏହି ଦେଶ ଉପରେ ଆଟାକ୍ ନେଇ ଟ୍ରମ୍ପଙ୍କ ଖୁଲାସା

ଓ୍ବାଶିଂଟନ,୨୦।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଭେନେଜୁଏଲା ଏବଂ ଇରାନ ପରେ କ୍ୟୁବା ମଧ୍ୟ ଆମେରିକାର ରଣନୈତିକ ପ୍ରାଥମିକତା ମଧ୍ୟରୁ ଗୋଟିଏ ହୋଇପାରେ। ଏକ…

G7 ବୈଠକରେ ଟ୍ରମ୍ପ କାହିଁକି କହିଲେ I’m the Boss? ଜବାବ ଦେଇ କହିଲେ…

ଓ୍ବାଶିଂଟନ,୨୦।୬: ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ସମୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ନେତାମାନଙ୍କୁ କହିଥିଲେ, “ମୁଁ ହେଉଛି ବସ୍।” ଏହା ଭାଇରାଲ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri