Posted inଜାତୀୟ

ନିର୍ଭୟା ଦୋଷୀଙ୍କୁ ନୂଆ ଡେଥ୍‌ ଓ୍ବାରେଣ୍ଟ ଉପରେ ଜବାବ ମାଗିଲେ ତଳ କୋର୍ଟ: କେନ୍ଦ୍ର ପିଟିଶନର ଶୁଣାଣି ଆଜି

ନୂଆଦିଲ୍ଲୀ,୭-୨(ପି.ଟି.):ବହୁଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀଙ୍କ ଭାଗ୍ୟ ସୁପ୍ରିମକୋର୍ଟରେ ଶୁକ୍ରବାର ନିର୍ଦ୍ଧାରଣ ହୋଇପାରେ। କାରଣ ସେମାନଙ୍କୁ ପୃଥକ୍‌ ପୃଥକ୍‌ ଭାବେ ଫାଶୀ ଦିଆଯାଇ ପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ଶୁଣାଇଥିବା ରାୟକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଏହାର ଶୁଣାଣି କରିବାକୁ ରାଜି ହୋଇଛନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ (ଏଏସ୍‌ଜି) କେ.ଏମ୍‌. ନଟରାଜ ଗୁରୁବାର ଏହି ଆବେଦନର ଜରୁରୀ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ। ଜଷ୍ଟିସ୍‌ ଏନ୍‌.ଭି. ରମନ୍ନା, ସଞ୍ଜୀବ ଖାନ୍ନା ଓ କ୍ରିଷ୍ଣା ମୁରାରିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ବିଚାର କରିବେ। ଏଏସ୍‌ଜି ନଟରାଜ ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ ଯେ, ଦୋଷୀ ବିନୟ ଶର୍ମା(୨୬), ମୁକେଶ ସିଂ(୩୨), ଅକ୍ଷୟ ସିଂ(୩୧) ଓ ପବନ ଗୁପ୍ତା(୨୫)ଙ୍କ ରିଭ୍ୟୁ ପିଟିଶନ ଖାରଜ ହୋଇସାରିଛି। ସେହିପରି ୩ ଦୋଷୀଙ୍କ କ୍ୟୁରେଟିଭ୍‌ ପିଟିଶନ ଓ ରାଜକ୍ଷମା ଆବେଦନ ମଧ୍ୟ ରଦ୍ଦ ହୋଇସାରିଛି। ଏହାସତ୍ତ୍ୱେ ତିହାର ଜେଲ କର୍ତ୍ତୃପକ୍ଷ ସେମାନଙ୍କୁ ଫାଶୀ ଦେବାରେ ସକ୍ଷମ ନୁହନ୍ତି। ତେଣୁ ଦୋଷୀଙ୍କୁ ପୃଥକ୍‌ ପୃଥକ୍‌ ଭାବେ ଫାଶୀ ଦେବା ପାଇଁ ଅନୁମତି ମିଳୁ ବୋଲି ସେ ଅନୁରୋଧ କରିଛନ୍ତି।
ପ୍ରକାଶ ଯେ, ଦିଲ୍ଲୀ ହାଇକୋର୍ଟ ସମସ୍ତ ଦୋଷୀଙ୍କୁ ଏକସଙ୍ଗେ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ବୁଧବାର ସ୍ପଷ୍ଟ କରିଥିଲେ। କିନ୍ତୁ ସେମାନଙ୍କୁ ସପ୍ତାହେ ମଧ୍ୟରେ ସମସ୍ତ ଆଇନଗତ ବିକଳ୍ପ ଆପଣାଇବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଯଦି ଦୋଷୀମାନେ ୭ ଦିନ ମଧ୍ୟରେ କୌଣସି ପିଟିଶନ ଦାଏର କରିବାକୁ ନ ଚାହାନ୍ତି ତେବେ ସମ୍ପୃକ୍ତ ସଂସ୍ଥା/ଅଧିକାରୀମାନେ ବିଳମ୍ବ ନ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ହାଇକୋର୍ଟ ରାୟ ଦେଇଥିଲେ। ଏହାର କିଛି ସମୟ ପରେ କେନ୍ଦ୍ର ଓ ଦିଲ୍ଲୀ ସରକାର ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ। ପ୍ରକାଶ ଯେ, ଦୋଷୀଙ୍କୁ ଫାଶୀ ଦେବା ପାଇଁ ପ୍ରଥମେ ଜାନୁୟାରୀ ୨୨ ଓ ପରେ ଫେବୃୟାରୀ ୧ରେ ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଥିଲା। ଦୋଷୀଙ୍କ ଓକିଲ ଏହାକୁ ଚ୍ୟାଲେଞ୍ଜ କରିବା ପରେ ପଟିଆଲା ହାଉସ୍‌ କୋର୍ଟ ଡେଥ୍‌ ଓ୍ବାରେଣ୍ଟ ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ଇତିମଧ୍ୟରେ ଗୁରୁବାର ତିହାର ଜେଲ୍‌ କର୍ତ୍ତୃପକ୍ଷ ପଟିଆଲା ହାଉସ୍‌ କୋର୍ଟରେ ଆଉ ଏକ ପିଟିଶନ ଦାଏର କରିଛନ୍ତି। ରାଷ୍ଟ୍ରପତି ୩ ଦୋଷୀଙ୍କ ରାଜକ୍ଷମା ଆବେଦନକୁ ଖାରଜ କରିସାରିଛନ୍ତି ଏବଂ ଚତୁର୍ଥ ଦୋଷୀ ପବନଙ୍କ କୌଣସି ପିଟିଶନ ବିଚାରାଧୀନ ନ ଥିବାରୁ ତୁରନ୍ତ ସେମାନଙ୍କ ବିରୋଧରେ ଡେଥ୍‌ ଓ୍ବାରେଣ୍ଟ ଜାରି କରିବା ପାଇଁ ତିହାର ଜେଲ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି। ଅତିରିକ୍ତ ସେସନ୍ସ ଜଜ୍‌ ଧର୍ମେନ୍ଦ୍ର ରାଣା ଉକ୍ତ ଆବେଦନ ଉପରେ ଶୁକ୍ରବାର ସୁଦ୍ଧା ଜବାବ ଦାଖଲ ପାଇଁ ସମସ୍ତ ଦୋଷୀଙ୍କୁ ନୋଟିସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri