ବ୍ରହ୍ମପୁର ଅଫିସ,୨୬ା୧-ବ୍ରହ୍ମପୁର ମହାନଗର ନିଗମରେ ସହରତଳି ପଞ୍ଚାୟତ ଅଞ୍ଚଳ ସାମିଲ ହେବା ନେଇ ବାଟ ଫିଟିଛି । ଲୋଚାପଡା ପଞ୍ଚାୟତ ସମେତ ୩ ଗଁ। ବିଏମ୍ସିରେ ସାମିଲ ହେବାକୁ ସମ୍ମତି ପ୍ରକାଶ କରିଛନ୍ତି ।
ଏ ନେଇ ତୁରନ୍ତ ପଦକ୍ଷେପ ଆରମ୍ଭ କରିବାକୁ ମ୍ୟୁନିସିପାଲ ପ୍ରଶାସନର ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଥିବା ନେଇ ଜିଲାପାଳଙ୍କ ପକ୍ଷରୁ ପ୍ରଗତିଶୀଳ ଉତ୍କଳ ସମାଜକୁ ପ୍ରଦାନ କରାଯାଇଥିବା ଚିଠିରେ ସୂଚନା ଦିଆଯାଇଛି ।
ସୂଚନା ପ୍ରକାରେ, ବ୍ରହ୍ମପୁର ସହରତଳି ଅଞ୍ଚଳ ତଥା ୧୮ ପଞ୍ଚାୟତର ୬୨ ଗଁ। କୁ ବିଏମ୍ସିରେ ସାମିଲ କରି ଏକ ବୃହତ ମହାନଗର ନିଗମ ଗଠନ ନେଇ ବହୁ ପୂର୍ବରୁ ସରକାରଙ୍କ ପ୍ରସ୍ତାବ ରହିଥିଲା। କିନ୍ତୁ ଦୀର୍ଘ ବର୍ଷ ପରେ ମଧ୍ୟ ସହରତଳି ଅଞ୍ଚଳଗୁଡିକୁ ସାମିଲ କରିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଏହାକୁ ନେଇ ଜନ ଆନ୍ଦୋଳନ ଜାଗ୍ରତ ହୋଇଥିଲା। ଏ ନେଇ ୨୦୧୭ରେ ଲୋଚାପଡା ପଞ୍ଚାୟତ ସମେତ ସହରତଳି ଅଞ୍ଚଳଗୁଡିକର ନାଗରିକ ପ୍ରତିନିଧିମାନେ ଏକତ୍ରିତ ହେବା ସହ ବିଏମ୍ସିରେ ସାମିଲ ନେଇ ଦାବି କରିଥିଲେ । ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଜାରି ରଖିଥିଲେ। ଆନ୍ଦୋଳନର ପ୍ରତ୍ୟୁତ୍ତରରେ ଦୁଇ ଦୁଇଥର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜିଲାପାଳ ଓ ବିଏମ୍ସି କର୍ତ୍ତୃପକ୍ଷଙ୍କ ନିକଟକୁ ସହରତଳି ଅଞ୍ଚଳଗୁଡିକୁ ବିଏମ୍ସିରେ ସାମିଲ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଚିଠି ଆସିଥିଲା । କିନ୍ତୁ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା । ଏହାପରେ ପ୍ରଗତିଶୀଳ ଉତ୍କଳ ସମାଜ ପକ୍ଷରୁ ଜାତୀୟ ମାନବାଧିକାର କମିଶନର ନୂଆଦିଲ୍ଲୀଙ୍କ ନିକଟରେ ୨୦୧୮ରେ କେସ୍ ଦାଏର କରାଯାଇଥିଲା। ଏହାପରେ ମାନବାଧିକାର କମିଶନରଙ୍କ ନିର୍ଦ୍ଦେଶ ପ୍ରକାରେ ଜାନୁୟାରୀ ୧୦ରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଜିଲାପାଳଙ୍କୁ ବିଏମ୍ସିରେ ସହରତଳି ଅଞ୍ଚଳକୁ ସାମିଲ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଚିଠି କରିଥିଲେ । ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାମାକୁ ଆଧାର କରି ୧୮ ପଞ୍ଚାୟତର ୬୨ ଗଁ। ରେ ଏ ନେଇ ବିଭିନ୍ନ ପର୍ଯ୍ୟାୟ ଆଲୋଚନା ବୈଠକ ହୋଇଥିଲାା ଏହାପରେ ସେଥିରୁ ଗୋଟିଏ ପଞ୍ଚାୟତ ୩ ଗଁ। ର ଲୋକେ ବିଏମ୍ସିରେ ସାମିଲ ହେବାକୁ ସମ୍ମତି ପ୍ରକାଶ କରିବା ପରେ ଏ ଦିଗରେ ତୁରନ୍ତ ପ୍ରକ୍ରିୟା ଆରମ୍ଭ ନେଇ ଜିଲାପାଳ ମ୍ୟୁନିସିପାଲ ପ୍ରଶାସନ ନିର୍ଦ୍ଦେଶକଙ୍କ ନିକଟକୁ ଚିଠି ପଠାଇ ଥିବା ନେଇ ପ୍ରଗତିଶୀଳ ଉତ୍କଳ ସମାଜ ରାଜ୍ୟ ସମ୍ପାଦକ ସରୋଜ ପଟ୍ଟନାୟକ ସୂଚାଇଛନ୍ତି । ଜିଲାପାଳଙ୍କ ଚିଠି ଅନୁସାରେ, ଲୋଚାପଡା ପଞ୍ଚାୟତ ସମେତ ବଡକୁଶସ୍ଥଳୀ ପଞ୍ଚାୟତର ସାନକୁଶସ୍ଥଳୀ, ଗଞ୍ଜୁ ପଞ୍ଚାୟତର ବ୍ରାହ୍ମଣପଲ୍ଲୀ, ଗୋଳାବନ୍ଧ ଆର୍ମି ଟ୍ରେନିଂ ସ୍କୁଲ ଅଞ୍ଚଳ ବିଏମ୍ସିରେ ସାମିଲ ହେବ । ଏନେଇ ସୂଚନା ପରେ ବ୍ରହ୍ମପୁର ସହରତଳି ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଆଶା ପୂରଣ ହେବା ସହ ଉକ୍ତ ଅଞ୍ଚଳର ବିକାଶ ପାଇଁ ବାଟ ଫିଟିଥିବା ଜିଲା ସଂଯୋଜକ ଜିତେନ୍ଦ୍ର କୁମାର ମୁନୀ ପ୍ରକାଶ କରିଛନ୍ତି ା
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍: ପୁରୁଷୋତ୍ତମପୁର ଏସ୍ଡିପିଓ, ଗଞ୍ଜାମ ଥାନା ପ୍ରଥମ
ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍ ନେଟ୍ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍ଏସ୍) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍...
ଗଞ୍ଜାମ ଜିଲା ଭାଜପା ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...
ଗ୍ରାମବାସୀଙ୍କୁ ଜଙ୍ଗଲ ମନା, ରାତି ଉଜାଗର ରହି ହାତୀ ଜଗିଲେ ବନକର୍ମଚାରୀ
ଭଞ୍ଜନଗର,୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି...
ମା’ ରାମଚଣ୍ଡୀଙ୍କୁ ଦର୍ଶନ କଲେ ରାଜ୍ୟସଭା ସାଂସଦ, ୪ ଲକ୍ଷ ଅନୁଦାନ ଦେଲେ
ଗଞ୍ଜାମ,୧।୧(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଳକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଋଷିକୂଲ୍ୟା ତଟର ନୀଳାଦ୍ରିପୁର ଶିଖରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିର ।...
ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…
ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...
ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…
ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍...
ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...
Archives


