ସୌନ୍ଦର୍ଯ୍ୟର ପରିଭାଷା

ଅଲେଖ ଚନ୍ଦ୍ର ମିଶ୍ର
କୁହାଯାଏ ‘ଓମ୍ୟାନ୍‌ ଇଜ୍‌ ଦ ମୋଷ୍ଟ ବ୍ୟୁଟିଫୁଲ୍‌ କ୍ରିଏଶନ ଅଫ୍‌ ଗଡ୍‌’ (ନାରୀ ଈଶ୍ୱରଙ୍କର ସବୁଠାରୁ ସୁନ୍ଦର ସୃଷ୍ଟି)। କାହାରି କାହାରି ମତରେ ‘ମେନ୍‌ ଆର୍‌ ଫ୍ରମ୍‌ ମାର୍ସ, ଓମେନ୍‌ ଆର୍‌ ଫ୍ରମ୍‌ ଭେନସ୍‌’ (ପୁରୁଷର ଉତ୍ପତ୍ତି ମଙ୍ଗଳ ଗ୍ରହରୁ, ନାରୀର ଉତ୍ପତ୍ତି ଶୁକ୍ର ଗ୍ରହରୁ)। ନାରୀର ସୌନ୍ଦର୍ଯ୍ୟ ଉପରେ ଆଧାରିତ ଏପରି ଅନେକ ବଚନିକା ରହିଛି ଏବଂ ନଖରୁ କେଶଯାଏ ନାରୀର ଅଙ୍ଗବିନ୍ୟାସ ଯୁଗଯୁଗ ଧରି କବି କଳ୍ପନାର ଅସରନ୍ତି ଉତ୍ସ ହୋଇ ଆସିଛି।
କିନ୍ତୁ ପରିତାପର ବିଷୟ, ଏହି ସୌନ୍ଦର୍ଯ୍ୟ ହିଁ ନାରୀ ପାଇଁ ବେଳେବେଳେ କାଳ ହୁଏ। ସୁନ୍ଦରୀ ନାରୀଟି ପ୍ରତି ଅନ୍ୟମାନଙ୍କର ଦୃଷ୍ଟି ଆପେଆପେ ଟାଣି ହୋଇଯାଏ। କିନ୍ତୁ ସେ ଦୃଷ୍ଟିରେ ନକାରାତ୍ମକ ଭାବ ରହିଲେ ସମସ୍ୟା ସୃଷ୍ଟି ହୁଏ। କିଏ ଷ୍ଟ୍ରିଟ୍‌ ରୋମିଓମାନଙ୍କର ହାବୁଡ଼ରେ ପଡ଼େ ତ କିଏ ଏକତରଫା ପ୍ରେମର ଶରବ୍ୟ ହୁଏ। କିଏ ଏସିଡ୍‌ ମାଡରେ ବିକଳାଙ୍ଗ ହୋଇଯାଏ ତ କିଏ ପାଶବିକ ଅତ୍ୟାଚାରର ଶିକାର ହୁଏ॥ ନାରୀ ପ୍ରତି ପୁରୁଷର ସ୍ବଭାବସୁଲଭ ଦୁର୍ବଳତା ଯୁଗଯୁଗ ଧରି ରହି ଆସିଛି। ସେ ପୁରାଣବର୍ଣ୍ଣିତ ମେନକା-ବିଶ୍ୱାମିତ୍ର, ପରାଶର-ମତ୍ସ୍ୟଗନ୍ଧା, ଅହଲ୍ୟା-ସୂର୍ଯ୍ୟ-ଇନ୍ଦ୍ର, ଦମୟନ୍ତୀ-ଦେବତାକୁଳ, ଚିନ୍ତାମଣି-ବିଲ୍ବମଙ୍ଗଳ, ଲକ୍ଷହୀରା-ବିଷ୍ଣୁ ଦାଶ ଇତ୍ୟାଦି ଆଖ୍ୟାୟିକା ହେଉ ଅଥବା ଇତିହାସ ପୃଷ୍ଠାର ପଦ୍ମିନୀ-ଆଲ୍ଲାଉଦ୍ଦିନ୍‌, କ୍ଲିଓପାଟ୍ରା-ଆନ୍ଥୋନି, ସଲୋମନ୍‌-ସିନ୍ଦ୍ରେଲା, କାରୁବାକୀ-ଅଶୋକ ଆଦିଙ୍କର ଉପାଖ୍ୟାନ ହେଉ ଏମିତି ଅନେକ ଦୃଷ୍ଟାନ୍ତ ରହିଛି।
କୈଶୋରରେ ପିତାମାତାଙ୍କ ପାଇଁ, ଯୌବନରେ ପତିଙ୍କ ପାଇଁ, ଏକାକୀ ବାହାରକୁ ଗଲେ ନିଜ ପାଇଁ ଏବଂ ଅକାଳ ବୈଧବ୍ୟରେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ ସୁନ୍ଦରୀ ନାରୀଟିଏ। ସ୍ବାମୀସ୍ତ୍ରୀଙ୍କ ମଧ୍ୟରୁ ଜଣେ ଅତି ସୁନ୍ଦର ଓ ଅନ୍ୟଜଣକ କଦାକାର ହୋଇଥିଲେ ଦାମ୍ପତ୍ୟ ସୂତ୍ରର ବୁଝାମଣା ଭିତରେ ତାହା ଅବଶ୍ୟ ଗୌଣ ପାଲଟିଯାଏ। କିନ୍ତୁ ଏକ ଗୁପ୍ତ ଅଭାବବୋଧର ଗ୍ଳାନି ରହିଥାଏ। ଏହା ଯଦି ଅହଂଭାବର ରୂପ ନେଲା ତେବେ ପାରିବାରିକ ବୁଝାମଣା ବିପର୍ଯ୍ୟସ୍ତ ହୋଇପଡ଼େ। କେତେକ କ୍ଷେତ୍ରରେ ଅଯଥା ସନ୍ଦେହ ସୃଷ୍ଟି ହୋଇ ଛାଡ଼ପତ୍ର ପର୍ଯ୍ୟନ୍ତ କଥା ଯାଏ। କିଛିଦିନ ତଳେ ଉତ୍ତରପ୍ରଦେଶରେ ଘଟିଛି ଏହିପରି ଅବୁଝାମଣାର ଏକ ଦୁଃଖଦ ଘଟଣା। ପିଲିଭିଟ୍‌ର ରେଖା ଲୋଦି ନାମ୍ନୀ ଜଣେ ୩୦ ବର୍ଷୀୟା ମହିଳା ଅପରୂପ ସୌନ୍ଦର୍ଯ୍ୟର ଅଧିକାରିଣୀ। ତାଙ୍କର ଅତି ରମଣୀୟ ଅଙ୍ଗସୌଷ୍ଠବ ସମସ୍ତଙ୍କର ଦୃଷ୍ଟିଆକର୍ଷଣ କରୁଥିବାରୁ ତାଙ୍କର ସ୍ବାମୀ ନିର୍ମଳକୁମାର ତାଙ୍କୁ ସନ୍ଦେହ କରିବାକୁ ଲାଗିଲେ। ଫଳରେ ଅଯଥା ଅବୁଝାମଣାରୁ ତ୍ରାହି ପାଇବା ପାଇଁ ରେଖା ନିଜର ସୁନ୍ଦର ମୁହଁକୁ ପୋଡ଼ି କଳାକାଠ କରିଦେଲେ।
ଏସବୁର ମୂଳ କାରଣ ହେଲା ସୌନ୍ଦର୍ଯ୍ୟର ଅବମୂଲ୍ୟାୟନ। ସୌନ୍ଦର୍ଯ୍ୟ ଈଶ୍ୱରଦତ୍ତ। ଯାହା ଆଖିକୁ ଦିଶେ ତାହା ପ୍ରକୃତ ସୌନ୍ଦର୍ଯ୍ୟ ନୁହେଁ। ବହିଃପ୍ରକୃତି (ଦୈହିକ ସୌନ୍ଦର୍ଯ୍ୟ) ସହିତ ଅନ୍ତଃପ୍ରକୃତି (ଅନ୍ତର୍ନିହିତ ସୁଗୁଣ)କୁ ତୁଳନାକଲେ ସୌନ୍ଦର୍ଯ୍ୟର ଠିକ୍‌ ମୂଲ୍ୟାୟନ ହୁଏ। ନାରୀର ପ୍ରକୃତ ସୌନ୍ଦର୍ଯ୍ୟ ତା’ର ରୂପରେ ନ ଥାଏ, ଥାଏ ତା’ର ଗୁଣରେ। ଦୟା, କ୍ଷମା, ସ୍ନେହ, ମମତା, ଶ୍ରଦ୍ଧା, ସମ୍ମାନ, ଲଜ୍ଜା, ପ୍ରେମ ଇତ୍ୟାଦି ଯାହା ହୃଦୟରେ ନାହିଁ ତା’ର ସମସ୍ତ ଦୈହିକ ସୌନ୍ଦର୍ଯ୍ୟ ମହାକାଳ ଫଳ ସଦୃଶ। ଦୈହିକ ସୌନ୍ଦର୍ଯ୍ୟ ତ କ୍ଷଣସ୍ଥାୟୀ, ଯାହା ବୟଃକ୍ରମେ ମଳିନ ପଡ଼ିଯାଏ। କିନ୍ତୁ ଅନ୍ତର୍ନିହିତ ସଦ୍‌ଗୁଣ ମୃତ୍ୟୁ ପର୍ଯ୍ୟନ୍ତ ଅତୁଟ ରହେ। ଶାରୀରିକ ସୌନ୍ଦର୍ଯ୍ୟ ହୁଏତ ନାରୀ ପାଇଁ କାଳ ହୋଇପାରେ। କିନ୍ତୁ ଅନ୍ତରର ସୌନ୍ଦର୍ଯ୍ୟ ତା’ର ଚିର ଆଭୂଷଣ। ତଥାପି ମଣିଷ ସୌନ୍ଦର୍ଯ୍ୟର ପରିଭାଷା ବୁଝି ନ ପାରି କେବେକେବେ ଭୁଲ୍‌ କରେ। ସୁପରଷ୍ଟାର ସ୍ବର୍ଗତ ରାଜେଶ୍‌ ଖାନ୍ନାଙ୍କର ସେଇ ଅଭୁଲା ଗୀତଟିକୁ ଥରେ ମନେ ପକାନ୍ତୁ- ”ଦିଲ୍‌ କୋ ଦେଖୋ, ଚେହେରା ନ ଦେଖୋ, ଦିଲ୍‌ ସଚ୍ଚା ଔର ଚେହେରା ଝୁଟା।“
ସାରଦାଶ୍ରୀ, ଶାସ୍ତ୍ରୀନଗର, ଭୁବନେଶ୍ୱର, ମୋ-୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri