ପାହାଡ଼ ପାଦଦେଶରେ ପୂଜା ପାଉଛନ୍ତି ମା’ଗଡ଼ଚଣ୍ଡୀ

ହାଟଡିହୀ, ୨।୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକରେ ଅବସ୍ଥିତ ମା’ ଗଡଚଣ୍ଡୀଙ୍କ ମନ୍ଦିର। ସାକ୍ଷାତ ଦେବୀ ରୂପେ ମା’ ଗଡଚଣ୍ଡୀ କେଉଁ ଆବହମାନ କାଳରୁ ପୂଜା ପାଇଆସୁଛନ୍ତି। ୧୯୯୮ ମସିହାରେ ଓଡିଶା ଟୁରିଜମ୍‌ ବିଭାଗ ତରଫରୁ ଗଡଚଣ୍ଡୀ ପୀଠକୁ ପର୍ଯ୍ୟଟନ କେନ୍ଦ୍ର ଭାବେ ମାନ୍ୟତା ଦିଆଯାଇଥିଲା ା ୧୯୮୫ ମସିହାରେ ମନ୍ଦିର ପ୍ରତିଷ୍ଠା ହୋଇଥିଲା। କିମ୍ବଦନ୍ତୀ ଅନୁଯାୟୀ ମା’ ପାହାଡର ଊର୍ଦ୍ଧ୍ୱଭାଗରେ ପ୍ରାୟ ୨ କି.ମି. ଉଚ୍ଚରେ ଆବହମାନ କାଳରୁ ପୂଜା ପାଇ ଆସୁଥିଲେ ା ଏକଦା ଦେହୁରୀ ମା’ ଙ୍କ ପୂଜା ସାରି ଫେରିବା ପରେ ତାର ଅସ୍ତ୍ର (କତା) ଛାଡି ଆସିଥିଲା ା ଦେହୁରୀ କତା ଆଣିବାକୁ ଯାଇ ଦେଖିଲା ମା’ ରୁଧିର ପାନ କରୁଛନ୍ତି। ମା’ ରାଗିଯାଇ କତାକୁ ଫିଙ୍ଗିଦେଇ କହିଲେ ଯେଉଁଠି କତାଟି ପଡିବ ସେଠାରେ ମୋତେ ପୂଜାକରିବୁ। ସେହି ଦିନ ଠାରୁ ମା’ ଗଡଚଣ୍ଡୀ ପାହାଡ ପାଦ ଦେଶରେ ପୂଜା ପାଉଛନ୍ତି। ବିଶେଷ କରି ଶାରଦୀୟ ଦୁର୍ଗା ପୂଜୋତ୍ସବ ରାଜାଙ୍କ ସମୟରେ ବହୁ ଆଡମ୍ବରରେ ଅନୁଷ୍ଠିତ ହେଉଥିଲା। ଏଣୁ ପୂଜାରେ ମା’ଙ୍କ ନିକଟରେ ପଣ୍ଡା ବଳି ଦିଆଯାଉଥିଲା ା ପାଇକମାନଙ୍କ ମଧ୍ୟରେ ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ବିଜେତାଙ୍କୁ ସରିପା ପ୍ରଦାନ କରି ପୁରସ୍କୃତ କରାଯାଉଥିଲା। ଲାଖବିନ୍ଧା ପର୍ବ ଯୋଗୁ ନିକଟବର୍ତ୍ତୀ ଗ୍ରାମର ନାମ ଲାଖବିନ୍ଧା ଭାବେ ନାମକରଣ ହୋଇଛି ା ଏବେ ବି ପୂର୍ବ ପରି ମା’ଙ୍କ ପୂଜା, ପାର୍ବଣ, ଉତ୍ସବ ଅନୁଷ୍ଠିତ ହୋଇ ଆସୁଛି। ମା’ ଗଡଚଣ୍ଡୀ ଏ ଅଞ୍ଚଳର ପ୍ରତ୍ୟକ୍ଷ ଦେବୀ ଅଟନ୍ତି। ମାନସିକ କଲେ ସକଳ ଅଭିଷ୍ଠ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଅନ୍ୟପଟେ ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଏଠାକୁ ଆସି ପ୍ରକୃତିରାଣୀର ମଜା ଉଠାଇଥାନ୍ତି। ମା’ଙ୍କ ମନ୍ଦିର ସମ୍ମୁଖରେ ପାହାଡ ଦେହରୁ ଏକ ଝରଣା ବାହାରିଛି ା ସବୁଜ ବନାନୀ ପାହାଡ ଘେରରେ ଥିବା ମା’ଙ୍କ ମନ୍ଦିର ସମସ୍ତଙ୍କୁ ଆକୃଷ୍ଟ କରିଥାଏ ା ବିଶେଷ କରି ମାଙ୍କଡଙ୍କ ଖେଳ ଆହୁରି ଦର୍ଶକଙ୍କ ମନକୁ ଆନନ୍ଦ ଦେଇଥାଏ। ଏଠାରେ ମଧ୍ୟ ଏକ ଗୁପ୍ତଗୁମ୍ଫା ରହିଛି। ମା’ଙ୍କୁ ଦର୍ଶନ କରିବାକୁ ଯାଉଥିବା ଭକ୍ତ ପାହାଡ ଚଢିବାର ମଜା ମଧ୍ୟ ଉଠାଇଥାନ୍ତି।
ପୂର୍ବରୁ ଏଠାରେ ଶୈଳପୁର ନାମରେ ଏକ ଜୈନ ତୀର୍ଥସ୍ଥାନ ମଧ୍ୟ ଥିଲା। ଶୈଳ ଦ୍ୱାରା ଆବଦ୍ଧ ହୋଇଥିବାରୁ ଏହାକୁ ଶୈଳପୁର କୁହାଯାଉଥିଲା। ଅତୀତ କିମ୍ବଦନ୍ତୀ ଅନୁସାରେ ଜୈନ ଓ ବୌଦ୍ଧ ଧର୍ମର ଦୀକ୍ଷିତ ମହାରାଜାମାନେ ରାଜତ୍ୱ କରୁଥିଲେ। କାଳକ୍ରମେ ରାଜପୁତନାର ସିଂ ବଂଶର ରାଜାମାନେ ରାଜତ୍ୱ କଲେ। ସେଥିପାଇଁ ଏହାକୁ ସିଙ୍ଗିଡି ରାଜଗଡ କୁହାଗଲା ା ପୂର୍ବ ପାର୍ଶ୍ୱରେ ଏକ ପ୍ରାଚୀର ଓ ଗଡଖାଇ ଥିଲା। ତା’ର ଧ୍ୱଂସାବଶେଷ ଏବେ ବି ଦେଖିବାକୁ ମିଳେ। ସେହିପରି ଦକ୍ଷିଣ ଭାଗରେ ଦୁଇ ପାହାଡର ସଂକୀର୍ଣ୍ଣ ଗିରିପଥକୁ କଳିଙ୍ଗ ଦ୍ୱାର କୁହାଯାଉଥିଲା। ବର୍ତ୍ତମାନ ଏହାକୁ କଳିଙ୍ଗଘାଇ କୁହାଯାଉଛି। ସିଙ୍ଗିଡି ଗଡ ରାଜାଙ୍କୁ କେନ୍ଦୁଝର ଭଞ୍ଜବଂଶୀୟ ରାଜା ପ୍ରଥମେ ଆକ୍ରମଣ କରି ଦ୍ୱିତୀୟ ଥର ଗୁପ୍ତଚର ହତ୍ୟା କଲେ। ସିଂ ବଂଶର ରାଜାଙ୍କ ନିଧନ ପରେ ତାଙ୍କର ବଂଶଧର ଭଦ୍ରକ ଜିଲା ଆଗରପଡାକୁ ପଳାଇଲେ। ପରେ ଭଞ୍ଜ ବଂଶୀୟ ରାଜା ମା’ ଗଡଚଣ୍ଡୀଙ୍କ ପୂଜା ବିଧିର ଦାୟିତ୍ୱ ବହନ କଲେ। ବ୍ରାହ୍ମଣ , ଦେହୁରୀ , ମାଳି ନିଯୁକ୍ତ କରି ସେମାନଙ୍କ ପାଇଁ ଜାଗିରୀ ବ୍ୟବସ୍ଥା କରିଥିଲେ। ଦିନକୁ ଦିନ ମନ୍ଦିର ଓ କୀର୍ତ୍ତିରାଜି ଅସୁରକ୍ଷିତ ହୋଇପଡୁଥିବା ବେଳେ ଏହାର ସୁରକ୍ଷା ଦିଗରେ ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ସସ୍ମିତା

କେନ୍ଦୁଝର,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥିନୀ ସସ୍ମିତାରାଣୀ ସିଂହ ସୋମବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ

କେନ୍ଦୁଝର/ପାଟଣା,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ଟ୍ରାନ୍ସପୋର୍ଟ କର୍ମଚାରୀଙ୍କ ଠାରୁ ଦୁର୍ବୃତ୍ତ ଲୁଟିନେଲେ ୧୪ ଲକ୍ଷ ଟଙ୍କା

କେନ୍ଦୁଝର,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଜାମୁଡ଼ିହା ନିକଟରେ ସୋମବାର ପୂର୍ବାହ୍ନରେ ଏନ୍‌ଏଚ ୪୯ରେ ଆଜି ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀର ଦୁଇ ଜଣ...

ମହିଳାଙ୍କ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି ଦମ୍ପତି ଫେରାର, ପାଟଣା ଥାନାର ଦ୍ୱାରସ୍ଥ ହେଲେ…

ପାଟଣା,୫।୫(ବୀର କିଶୋର ଦାଶ) :କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ମୁଖ୍ୟାଳୟ ଟାଇଁଶିରା ଗ୍ରାମର ୨୩ ଜଣ ମହିଳା ଠକେଇର ଶିକାର ହୋଇଛନ୍ତି।...

ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ସାଂସଦ ପ୍ରାର୍ଥୀ ଇଂ ବିନୋଦ ନାୟକ

କେନ୍ଦୁଝର, ୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଲୋକ ସଭା ପ୍ରାର୍ଥି ଭାବେ କଂଗ୍ରେସ ଦଳରୁ ଇଂ ବିନୋଦ ନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଶନିବାର...

ଖାଇବା ଦେବାରେ ବିଳମ୍ବ ହେବାରୁ ମା’ଙ୍କୁ ପିଟି ପିଟି ହତ୍ୟା କଲା ପୁଅ

ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରୀ ପଞ୍ଚାୟତ ଖିରେଇ ଟାଙ୍ଗିରି ଗାଁ ଭାଲୁପାହାଡ଼ି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଖାଇବା...

ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା

ପାଟଣା:୪।୫(ବୀର କିଶୋର ଦାଶ): ପାନୀୟ ଜଳ ଯୋଗାଣ ଦାବିରେ କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡ଼ା ଛକରେ ଶନିବାର ଶତାଧିକ ମହିଳା ରାସ୍ତା ଉପରେ...

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri