Posted inଫୁରସତ

ଜଙ୍ଘରେ ମୁହଁ ଲାଗିଥିବା ମଣିଷ

ମଧ୍ୟ ଚାଇନା, ହୁନାନ ପ୍ରାନ୍ତସ୍ଥ ୟୋଙ୍ଗଝୁ ସହରର ୪୬ ବର୍ଷୀୟ ଲି ହୁଆ। ପ୍ରାୟ ୩୦ ବର୍ଷ ତଳେ ସେ ଅଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍‌ ନାମକ ଏକ ବିରଳ ରୋଗରେ ଆକ୍ରାନ୍ତ ହୋଇଗଲେ। ଆଉ ତାଙ୍କ ମେରୁଦଣ୍ଡ ଆଗପଟକୁ ମୋଡି ହୋଇ ମୁହଁ ଜଙ୍ଘ ସହ ଲାଗିଗଲା। ସେହି ଅବସ୍ଥାରେ ସେ ଦୀର୍ଘ ୩୦ ବର୍ଷ ରହି ଆସୁଥିଲେ। ସେ ପାଲଟିଯାଇଥିଲେ ଜଣେ ‘ଫୋଲ୍ଡିଂ ମ୍ୟାନ’। ଖାଇବା ପିଇବା ପୋଷାକ ପିନ୍ଧିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡିଥିଲା। ତାଙ୍କ ପାଖରେ ଚିକିତ୍ସା ପାଇଁ ନ ଥିଲା ଆବଶ୍ୟକ ଅର୍ଥ। ତେଣୁ ତାଙ୍କୁ ଦୀର୍ଘବର୍ଷ ଏଭଳି ରହିବାକୁ ପଡିଥିଲା। ପରେ ତାଙ୍କ ଅବସ୍ଥା ଉପରେ ନଜର ପଡିଥିଲା ଶେନଝେନ୍‌ ୟୁନିଭର୍ସିଟି ଜେନେରାଲ ହସ୍ପିଟାଲର ସ୍ପାଇନାଲ ସର୍ଜରୀ ଏବଂ ଅର୍ଥୋପେଡିକ୍ସର ପ୍ରଫେସର୍‌ ତାଓ ହୁଇରେନ୍‌ଙ୍କର। ସେ ଆଗରୁ ଏହି ରୋଗରେ ଆକ୍ରାନ୍ତ ଅନେକ ରୋଗୀଙ୍କର ଚିକିତ୍ସା କରିଥିଲେ। କିନ୍ତୁ ଲି ହୁଆଙ୍କ ଭଳି ଅବସ୍ଥା କେବେ ଦେଖି ନ ଥିଲେ। ଏଭଳି ଅବସ୍ଥା ଯୋଗୁ ତାଙ୍କ ହୃତପିଣ୍ଡ ଓ ଫୁସ୍‌ଫୁସ୍‌ ଉପରେ ବି ଚାପ ପଡୁଥିଲା। ତେଣୁ ସର୍ଜରୀ ନିହାତି ଜରୁରୀ ଥିଲା। ପ୍ର. ତାଓ ହୁଇରେନ୍‌ ଚାରୋଟି ଫେଜ୍‌ରେ ଏହି ଅପରେଶନ୍‌ କରିଥିଲେ। ମେରୁଦଣ୍ଡ ସିଧା କରିବା ଲାଗି ଏହାର କିଛିଅଂଶ ଭାଙ୍ଗିବାକୁ ବି ପଡିଥିଲା। ଅପରେଶନ୍‌ରେ ଅନେକ ବିପଦ ବି ଥିଲା। ତଥାପି ପ୍ର.ହୁଇରେନ୍‌ ଏହାକୁ ସଫଳଭାବେ କରିପାରିଥିଲେ। ଯଦ୍ଦ୍ବାରା ଲି ହୁଆ ଏବେ ଓ୍ବାକର୍‌ ଧରି ସିଧା ଠିଆ ହେବାରେ ସକ୍ଷମ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri