Posted inଜାତୀୟ

ସଙ୍କଟରେ ଟେଲିକମ୍‌ ବଜାର

ନୂଆଦିଲ୍ଲୀ,୨୬ା୧୨: ସମୟ ଥିଲା ଦିନେ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଟେଲିକମ୍‌ ବଜାର ଭାବେ ପରିଗଣିତ ହେଉଥିଲା। ଏବେ ଦେଶର ଟେଲିକମ୍‌ ଶିଳ୍ପ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଥିବା ଜଣାପଡିଛି। ସାରା ବିଶ୍ୱରେ ସବୁଠାରୁ ଶସ୍ତାରେ ଟେଲିକମ୍‌ ସେବା ଯୋଗାଉଥିବା ଏହି ବଜାରର ସ୍ଥିତି ସମ୍ପ୍ରତି ସଙ୍କଟାପନ୍ନ ରହିଛି। ସରକାର ଯଦି ଟେଲିକମ ସେବା ଯୋଗାଣକାରୀଙ୍କୁ ସହାୟତା ନ କରନ୍ତି, ତେବେ କମ୍ପାନୀରେ ତାଲା ଝୁଲିବାକୁ ବେଶି ସମୟ ଲାଗିବନି ବୋଲି କିଛି କମ୍ପାନୀ ସଫାସଫା କହିଛନ୍ତି। କାରଣ କମ୍ପାନୀଗୁଡିକ ଏବେ ବିପୁଳ ପରିମାଣର ଋଣ ଭାରରେ ବୁଡି ରହିଛନ୍ତି।
ଜିଓ ଭଳି କମ୍ପାନୀର ବଜାର ପ୍ରବେଶ ଫଳରେ ପ୍ରାଇସ୍‌ ଓ୍ବାର ଘଟି କମ୍ପାନୀଗୁଡିକର ସ୍ଥିତି ସାଂଘାତିକ ହୋଇଯାଇଛି। ଟେଲିକମ କମ୍ପାନୀ ଲଗାତର ଭାବେ କ୍ଷତି ସହିବା ଯୋଗୁ ଏହାକୁ ସାମ୍ନା କରି ନ ପାରି ଅନେକେ ଉକ୍ତ ସେକ୍ଟରରୁ ବାହାରକୁ ଚାଲିଯାଇଛନ୍ତି। ଏଭଳି ସ୍ଥିତିରେ ଟେଲିକମ୍‌ କମ୍ପାନୀଗୁଡିକ ଉପରେ ରହିଥିବା ପୁରୁଣା ଆଡଜଷ୍ଟେଡ୍‌ ଗ୍ରସ୍‌ ରେଭେନ୍ୟୁ (ଏଜିଆର) ଅର୍ଥ ପ୍ରଦାନ କରିବା ଲାଗି ସୁପ୍ରିମକୋର୍ଟ ନିକଟରେ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ କମ୍ପାନୀଗୁଡ଼ିକ ପାଇଁ ସମସ୍ୟା ଉପୁଜିଛି। ଏପଟେ ଟେଲିକମ୍‌ ଟାରିଫ୍‌ ବୃଦ୍ଧି ଏବଂ ସର୍ବନିମ୍ନ ଟେଲିକମ ସେବା ଦେୟ ବା ଫ୍ଲୋର ପ୍ରାଇସ୍‌ ଲାଗୁ କରାଇବା ନେଇ ସରକାରଙ୍କ ପ୍ରସ୍ତାବକୁ ଟେଲିକମ କମ୍ପାନୀଗୁଡିକ ସମର୍ଥନ ଜଣାଇଛନ୍ତି। ସେଲ୍ୟୁଲାର ଅପରେଟର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ(ସିଓଏଆଇ) ମହାନିର୍ଦ୍ଦେଶକ ରାଜନ ମାଥ୍ୟୁସ କହିଛନ୍ତି ଯେ, ଭଏସ୍‌ ନେଟଓ୍ବର୍କକୁ ଡାଟା ନେଟଓ୍ବର୍କରେ ଶୀଘ୍ର ପରିବର୍ତ୍ତନ କରାଯିବ। ଟେଲିକମ କମ୍ପାନୀ ସେମାନଙ୍କ ଅସ୍ତିତ୍ୱ ବଞ୍ଚାଇବା ଲାଗି ତ୍ୱରିତ ଭାବେ ଫ୍ଲୋର ପ୍ରାଇସ୍‌ କାର୍ଯ୍ୟକାରୀ କରାଯିବା ଜରୁରୀ ବୋଲି ବୋଲି ସେ ମତ ଦେଇଛନ୍ତି।
ସୂଚନାଥାଉ କି, ୨୦୧୯ରେ ଆମେରିକାରେ ୧ ଜିବି ଟେଲିକମ ଡାଟାର ମୂଲ୍ୟ ୧୨.୩୭ ଡଲାର ରହିଛି। ଏହି ସମୟରେ ଭାରତରେ ଏହା ୦.୨୬ ଡଲାରରେ ଉପଲବ୍ଧ ହେଉଛି। ଏହାକୁ ଦେଖିଲେ ଭାରତ ବିଶ୍ୱର ସବୁଠାରୁ ଶସ୍ତାରେ ଡାଟା ଉପଲବ୍ଧ କରାଉଥିବା ବଜାର ହୋଇପାରିଛି। ସେହିଭଳି ସବୁଠାରୁ ଦ୍ରୁତଗତିରେ ଆଗକୁ ବଢୁଥିବା ଟେଲିକମ ବଜାର ଭାବେ ଏହା ନାମିତ ହେଉଥିବା ଜଣାପଡିଛି। ହେଲେ ୨୦୧୬ଠାରୁ ପ୍ରାଇସ୍‌ ଓ୍ବାର ଯୋଗୁ ଟେଲିକମ୍‌ ଶିଳ୍ପ ଗୁରୁତର ପ୍ରଭାବିତ ହୋଇଛି। ଏବେ ଟେଲିକମ୍‌ ଶିଳ୍ପ ଉପରେ ୧.୪୭ ଲକ୍ଷ କୋଟି ଟଙ୍କାର ବକେୟା ରହିଛି। କମ୍ପାନୀଗୁଡିକ ଶୀଘ୍ର ଋଣ ଶୁଝିବାକୁ ସକ୍ଷମ ହେଉ ନ ଥିବାବେଳେ ସୁପ୍ରିମକୋର୍ଟଙ୍କ ଏଜିଆର ବକେୟା ପ୍ରଦାନ ନିର୍ଦ୍ଦେଶ ସେମାନଙ୍କ ଲାଗି ଚିନ୍ତାର କାରଣ ହୋଇଛି।
ଏକଦା ଦେଶର ଟେଲିକମ ଶିଳ୍ପରେ ୭ରୁ ୮ କମ୍ପାନୀ ସେବା ଯୋଗାଇ ଦେଉଥିଲେ। ଏହା ୩କୁ ହ୍ରାସ ଘଟିଛି। ଶିଳ୍ପରେ ଗୋଟିଏ ମାତ୍ର ରାଷ୍ଟ୍ରାୟତ୍ତ କମ୍ପାନୀ ରହିଛିି। ପ୍ରାଇସ୍‌ ଓ୍ବାର ଯୋଗୁ କମ୍ପାନୀଗୁଡିକର କ୍ଷତି ରେକର୍ଡ ସ୍ତରରେ ରହିଛି। ଏହାକୁ ଧ୍ୟାନରେ ରଖି ଶୀଘ୍ର ଫ୍ଲୋର ପ୍ରାଇସ୍‌ ଲାଗୁ କରାଇବା ଆବଶ୍ୟକ ବୋଲି ଟେଲିକମ୍‌ ଶିଳ୍ପ ସଂଘ ସିଓଏଆଇ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଏବରେଲି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୨।୫: ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିଛି। ଭାଜପା ଦୀନେଶ ପ୍ରତାପ...

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ ସମସ୍ତ ରାଜ୍ୟରେ ପ୍ରସ୍ତୁତ ମସଲାର ହେବ ଯାଞ୍ଚ

ନୂଆଦିଲ୍ଲୀ,୨।୫: ଭାରତୀୟ ମସଲା ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟକୁ ନେଇ ଉଠିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟର ସରକାରଙ୍କୁ ଏକ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ...

ଅଶ୍ଲୀଳ ଭିଡିଓ ମାମଲାରେ ଗିରଫ ହୋଇପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି: ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି

ନୂଆଦିଲ୍ଲୀ,୨।୫: ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ଅଭିଯୁକ୍ତ କର୍ନାଟକର ଜେଡିଏସ ଏମ୍‌ପି ପ୍ରଜ୍ୱଳ ରେଭାନ୍ନାଙ୍କୁ ଗିରଫ କରିବା ପାଇଁ ନୋଟିସ ଜାରି କରାଯାଇଛି। ଏହି ମାମଲା...

ବ୍ରିଜ ଭୁଷଣ ନୁହେଁ ପୁଅ କରଣ ଭୁଷଣ ସିଂଙ୍କୁ ଟିକେଟ ଦେଲା ଭାଜପା!

ନୂଆଦିଲ୍ଲୀ,୨।୫: ଉତ୍ତର ପ୍ରଦେଶର ଏକ ଉଚ୍ଚ ପ୍ରୋଫାଇଲ ଆସନ ମଧ୍ୟରୁ ଗୋଣ୍ଡା ଜିଲାର କେସରଗଞ୍ଜ ଆସନରେ ଭାଜପା ପ୍ରାର୍ଥୀଙ୍କ ଉପରେ ସସପେନ୍ସ ଶେଷ ହେବା ପରି...

ଏପଟେ କଂଗ୍ରେସ ହାରୁଛି, ସେପଟେ ପାକିସ୍ତାନ କାନ୍ଦୁଛି, କାହିଁକି ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୨।୫: ଗୁରୁବାର ଗୁଜୁରାଟର ଆନନ୍ଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟ ମଧ୍ୟରେ ସେ କଂଗ୍ରେସ ଦଳକୁ କଡା...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ହାଇକୋର୍ଟରେ ଏମିତି ଦାବି କଲେ ସିସୋଡିଆ, ଜଜ କହିଲେ କାଲିକି ଆସନ୍ତୁ…

ନୂଆଦିଲ୍ଲୀ,୨।୫: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ପୁଣିଥରେ ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଛନ୍ତି। ଦିଲ୍ଲୀର ମଦ...

ବଡ଼ ଖବର! ଆମେଠିରୁ ନିର୍ବାଚନ ଲଢ଼ିବାକୁ ରାହୁଲଙ୍କ ସହମତି, ଖାର୍ଗେ କରିବେ ଘୋଷଣା-ରିପୋର୍ଟ

ନୂଆଦିଲ୍ଲୀ,୨।୫: କଂଗ୍ରେସ ଦଳରୁ ବଡ଼ ଖବର ସାମ୍ନାକୁ ଆସିଛି। ରାହୁଲ ଗାନ୍ଧୀ ଆମେଠିରୁ ନିର୍ବାଚନ ଲଢ଼ିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଏନେଇ କଂଗ୍ରେସ ଅଧ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri