ଭୂତକୁ ଅପେକ୍ଷା

ଗଞ୍ଜାମ ଗ୍ରାମାଞ୍ଚଳରେ ଭୂତପ୍ରେତ, ଗୁଣିଗାରେଡ଼ି ଏବଂ ଡାହାଣୀ ଭଳି ଅନ୍ଧବିଶ୍ୱାସର ପ୍ରଭାବ ପ୍ରବଳ ଭାବେ ଦେଖିବାକୁ ମିଳୁଛି। ଗୁଣିଆ ସନ୍ଦେହରେ ହତ୍ୟା, ଡାହାଣୀ ବୋଲି ସନ୍ଦେହ କରାଯାଉଥିବା ବ୍ୟକ୍ତିଙ୍କୁ ଗଁ।ରୁ ବାସନ୍ଦ, ଭୂତ ଭୟରେ ସ୍କୁଲ ବନ୍ଦ ଭଳି ଶିରୋନାମା ଥିବା ଖବର ନିୟମିତ ବ୍ୟବଧାନରେ ଗଣମାଧ୍ୟମରେ ପ୍ରକାଶ ପାଉଛି। ଜନସଂଖ୍ୟା ଦୃଷ୍ଟିରୁ ରାଜ୍ୟର ଏକ ନମ୍ବର ମାନ୍ୟତା ପାଇଥିବା ଏହି ଜିଲାରେ ତଥାକଥିତ ଗୁଣିଆ ଏବଂ ତାନ୍ତ୍ରିକମାନଙ୍କ ସଂଖ୍ୟା ମଧ୍ୟ କମ୍‌ ନୁହେଁ। ସେମାନେ ଜିଲାର ପ୍ରାୟତଃ ସବୁ କୋଣରେ କାୟା ବିସ୍ତାର କରି ଚାଲିଛନ୍ତି। ଜିଲାରେ ଘଟୁଥିବା ମୋଟ ଅପରାଧର ଏକ ବଡ଼ ଭାଗ ଗୁଣିଗାରେଡ଼ି ଏବଂ ଡାହାଣୀ ସନ୍ଦେହରେ ଘଟୁଛି। ଏଭଳି ଘଟଣା ଯୋଗୁ କେବଳ ରାଜ୍ୟ ନୁହେଁ, ଦେଶରେ ମଧ୍ୟ ଗଞ୍ଜମ ଜିଲା ଚର୍ଚ୍ଚାରେ ରହିଆସିଛି। ଏହି ଅପବାଦରୁ ବର୍ତ୍ତିବା ପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅକ୍ଟୋବର ୨୩ରେ ଏକ ଘୋଷଣା କରିଥିଲେ। ଭୂତପ୍ରେତ, ଡାହାଣୀ ପ୍ରମାଣ ଯିଏ ଦେଇପାରିବେ, ତାଙ୍କୁ ୫୦ହଜାର ଟଙ୍କାର ପୁରସ୍କାର ଦିଆଯିବ। ଗୁଣିଗାରେଡ଼ି ଦ୍ୱାରା ଯଦି କେହି ଗୁଣିଆ ତାଙ୍କୁ କୌଣସି ପ୍ର୍ରକାରେ ପ୍ରଭାବିତ କରିପାରିବେ, ତେବେ ତାଙ୍କୁ ମଧ୍ୟ ୫୦ହଜାର ଟଙ୍କାର ଦିଆଯିବ। ଏହି ଘୋଷଣାକୁ ପ୍ରାୟ ଦେଢ଼ମାସ ବିତିଗଲାଣି। କିନ୍ତୁ ଭୂତପ୍ରେତକୁ ପ୍ରମାଣିତ କରିପାରିଥିବା ଭଳି ବ୍ୟକ୍ତି କିମ୍ବା ଗୁଣିଆ ଏଯାଏ ଜିଲାପାଳଙ୍କଠାରୁ ପୁରସ୍କାର ରାଶି ନେବା ପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି। କାରଣ ଏହି ପରୀକ୍ଷାରେ ଭାଗନେବାକୁ କେହି ଆଗକୁ ଆସିନାହାନ୍ତି। ଜିଲାପାଳଙ୍କ ବହୁ ପୂର୍ବରୁ ଓଡ଼ିଶାର ବିଭିନ୍ନ ମାନବବାଦୀ ହେତୁବାଦୀ ସଙ୍ଗଠନଗୁଡ଼ିକ ମଧ୍ୟ ଭୂତପ୍ରେତର ପ୍ରମାଣ ଦେଲେ ପୁରସ୍କାର ଦେବାକୁ ଗୁଣିଆମାନଙ୍କୁ ଆହ୍ବାନ କରିଛନ୍ତି। ସେହି ଆହ୍ବାନକୁ ମଧ୍ୟ କେହି ଆଜି ପର୍ଯ୍ୟନ୍ତ ଚ୍ୟାଲେଞ୍ଜ କରିନାହାନ୍ତି। ତଥାପି ସାପ କାମୁଡ଼ା ହେଉ ଅବା ସାଧାରଣ ଜ୍ୱର, ସାମାନ୍ୟ ଦେହ ଖରାପ ହେଲେ ମଧ୍ୟ ଲୋକମାନେ ଗୁଣିଆଙ୍କ ପାଖକୁ ଯାଉଛନ୍ତି। ଏ ପ୍ରକାର ଦୁର୍ବଳ ମାନସିକତାର ସୁଯୋଗ ନେଉଛନ୍ତି ଆତ୍ମଘୋଷିତ ଗୁଣିଆମାନେ। ମନଗଢ଼ା କାହାଣୀ ଶୁଣାଇ ଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଉଛନ୍ତି। ଅଧିକାଂଶ ସମୟରେ ବଡ଼ ବଡ଼ ଅପରାଧର ସୂତ୍ରଧର ସାଜିଛି ଗୁଣିଗାରେଡ଼ି ସନ୍ଦେହ। ଚୋର ଧରିବାକୁ ଖଟ ବୁଲାଯାଉଛି। ମୃତଦେହରେ ଜୀବନ ଭରିଦେବା ପାଇଁ ଝଡ଼ାଫୁଙ୍କା ହେଉଛି। ନିରୀହ ବୃଦ୍ଧାମାନଙ୍କୁ ଡାହାଣୀ ଦର୍ଶାଇ ହତ୍ୟା କରାଯାଉଛି। ନିଆଁପାଣି ବାସନ୍ଦ କରାଯାଉଛି। ନଣ୍ଡା କରି ଗଁ। ଦାଣ୍ଡରେ ବୁଲାଇବାଠାରୁ ଆରମ୍ଭ କରି ବିଷ୍ଠା ଖୁଆଇବା ଭଳି ଘୃଣ୍ୟ ଅପରାଧ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ କେବଳ ପୁରସ୍କାର ଘୋଷଣାରେ ଗଞ୍ଜାମ ଜିଲା ପ୍ରଶାସନ ନିଜକୁ ସୀମିତ ରଖିନାହିଁ। ‘ମୁଁ ସଚେତନ’ ନାମକ ଏକ ଅଭିଯାନ ଆରମ୍ଭ କରାଯାଇଛି। ଭୂତପ୍ରେତ ଏବଂ ଗୁଣିଗାରେଡ଼ି ଉପରେ ବିଶ୍ୱାସ ନ କରିବା ପାଇଁ ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ ସଚେତନ କରାଯାଉଛି। ପୋଲିସ ସହଯୋଗରେ ଗଁ। ଗାଁରେ ବୈଠକ ଡକାଯାଉଛି। ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରକରି ଜ୍ଞାନର ଆଲୋକ ଦେଖାଇବା ଦିଗରେ ଏଭଳି ଅଭିଯାନ ସଫଳ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri