ମୁକୁଳିଲେ ୪୨ ନିର୍ଯାତିତ ଦାଦନ: ଖାଦ୍ୟ କି ଦରମା ମିଳୁ ନ ଥିଲା

ବ୍ରହ୍ମପୁର ଅଫିସ୍‌,୫ା୧୨-କର୍ନାଟକରେ ୩ ମାସ ହେଲା ଦରମା କିମ୍ବା ଖାଦ୍ୟ ନ ପାଇ ନିର୍ଯାତିତ ହେଉଥିବା ୪୨ ଶ୍ରମିକ ନିଜସ୍ବ ଉଦ୍ୟମରେ ଘରକୁ ଫେରିଛନ୍ତି। ମଙ୍ଗଳବାର ରାତିରେ ଏକ ଟ୍ରେନ୍‌ରେ ବ୍ରହ୍ମପୁରରେ ପହଞ୍ଚିଥିଲେ। ବୁଧବାର ଶ୍ରମ ଅଧିକାରୀଙ୍କୁ ସାକ୍ଷାତ କରି ସେମାନଙ୍କ ଅଭିଯୋଗ ଦାଖଲ କରିଥିଲେ। ସାନଖେମୁଣ୍ଡି, ହିଞ୍ଜିଳି, ଶେରଗଡ଼ ଓ ଆସିକା ବ୍ଲକ ଅର୍ନ୍ତଗତ ବିଭିନ୍ନ ଗ୍ରାମର ୪୨ ଶ୍ରମିକ ୩ ମାସ ତଳେ ୨ ଜଣ ଦଲାଲଙ୍କ ସହାୟତାରେ କର୍ନାଟକର ୱାଡ଼ି ଜଙ୍ଗସନ୍‌ରେ ଥିବା ଏକ ରେଳ କଂକ୍ରିଟ୍‌ ସ୍ଲିିପର କାରଖାନାରେ କାମ କରିବାକୁ ଯାଇଥିଲେ। ସେମାନଙ୍କୁ ମାସିକ ୧୪ ହଜାର ଟଙ୍କା ଦରମା ସହିତ ଖାଇବା ଓ ରହିବା ପ୍ରତିଶ୍ରୁତି ଦିଆଯାଇଥିଲା। ଆଡ଼ପଡ଼ାର ଅଳୟ ସାମଲ, ମହେନ୍ଦ୍ର ଜେନା ଏବଂ ସେମାନଙ୍କର ଦୁଇ ସହଯୋଗୀ ଭୀଷ୍ମଗିରିର ବି. ରାଜା ରେଡ୍ଡୀ ଏବଂ ଖଲ୍ଲିକୋଟର ଆଲୋକ ପ୍ରମୁଖଙ୍କ ସହାୟତାରେ କର୍ନାଟକ ଯାଇଥିଲେ। ସେଠାରେ ସେମାନଙ୍କୁ ବିନା ଓଭର ଡ଼୍ୟୁଟିରେ ଦୈନିକ ୧୦ରୁ ୧୨ ଘଣ୍ଟା ଖଟାଇବା ସହ ବିଭିନ୍ନ ନିର୍ଯାତନା ଦିଆଯାଉଥିଲା। ଦୈନିକ ତିନି ଥର ପରିବର୍ତ୍ତେ ଦୁଇଥର ଖାଇବାକୁ ଦେବା ସହ ମାସ ଶେଷରେ ମଜୁରି ଆଦୌ ନ ଦେଇ ଖଟାଗଲା । ଠିକାଦାରର ମନମୁଖୀ କାମର ପ୍ରତିବାଦ କଲେ ଏହି ଶ୍ରମିକମାନଙ୍କୁ ଉପରୋକ୍ତ ଦଲାଲଙ୍କ ଦ୍ୱାରା ନିଯୁକ୍ତ ଗୁଣ୍ଡାମାନେ ମାଡ଼ ମାରିବା ସହ ହତ୍ୟା କରିବାକୁ ଧମକ ଦେଉଥିଲେ। ଏପରିକି ଶ୍ରମିକମନେ ଘରକୁ ଫେରିବାକୁ ଚାହିଁଲେ ବି ସେମାନେ ଛାଡ଼ୁ ନ ଥିଲେ। ଏହିଭଳି ଆତଙ୍କିତ ଅବସ୍ଥାରେ ସେମାନେ ଦୀର୍ଘ ୩ ମାସ ଧରି କାମ କରିବା ପରେ ନିଜ ହକ୍‌ ପାଇଁ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସର ଆଶ୍ରୟ ନେଇଥିଲେ। ସେମାନଙ୍କ ମଧ୍ୟସ୍ତତାରେ ଶ୍ରମିକମାନଙ୍କୁ ୩ ମାସର ପ୍ରାପ୍ୟ ଦେବାକୁ ଠିକାଦାର ରାଜି ହୋଇଥିଲେ ମଧ୍ୟ ପରେ ସବୁ ଦଲାଲମାନଙ୍କୁ ଦେଇ ଦିଆଗଲା। ସେମାନଙ୍କଠାରୁ ନେଇଯିବାକୁ ଠିକାଦାରଙ୍କ ପକ୍ଷରୁ କୁହାଗଲା। ଏ ନେଇ ଥାନାରେ ଅଭିଯୋଗ କଲେ ସେମାନେ ଧମକ ଦେଇଛନ୍ତି। ଏହିଭଳି ପରିସ୍ଥିତିରେ ସମ୍ପୃକ୍ତ ଶ୍ରମିକମାନେ ଜୀବନ ବିକଳରେ ମଙ୍ଗଳବାର ସନ୍ଧ୍ୟାରେ ବ୍ରହ୍ମପୁର ଫେରିବା ସହ ଗୁରୁବାର ଆଇଏଫ୍‌ଟିୟୁର ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ବରିଷ୍ଠ ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀଙ୍କ ସହଯୋଗରେ ସ୍ଥାନୀୟ ଜିଲା ଶ୍ରମ ଅଧିକାରୀ ବାବୁ ପାତ୍ର ଏବଂ ଶ୍ରମ କମିଶନର ଦିପ୍ତୀ ରଞ୍ଜନ ମହାନ୍ତିଙ୍କୁ ସାକ୍ଷାତ କରିଥିଲେ । ସମ୍ପୃକ୍ତ ଦଲାଲଙ୍କଠାରୁ ପ୍ରାପ୍ୟ ପାଇବା ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ଶ୍ରମିକମାନଙ୍କ ପକ୍ଷରୁ ମିଥୁନ ପ୍ରଧାନ, କାଳିଆ ଭୋଳ, କାହ୍ନା ମହାନ୍ତି, ସୁଦାମ ସେଠୀ, ସନାତନ ଗୌଡ଼ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ। ଶ୍ରମିକମାନଙ୍କ ବୟାନ ରେକର୍ଡ଼ କରାଯାଇଥିଲା। ଶ୍ରମ ଅଧିକାରୀଙ୍କ ସହାୟତାରେ ଗଁାକୁ ଫେରିଛନ୍ତି । ଜିଲାରେ ବେଆଇନ ଭାବେ ଦଲାଲାମାନଙ୍କ ଜରିଆରେ ଚାଲିଥିବା ଏଭଳି ଶ୍ରମିକ ଚାଲାଣ ଏବଂ ଶୋଷଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଇଏଫ୍‌ଟିୟୁ ପକ୍ଷରୁ ଶ୍ରମିକ ନେତା ପ୍ରତାପ ଚନ୍ଦ୍ର ପ୍ରଧାନ ଦାବି କରିଛନ୍ତି । ଗୁରୁବାର ଉପରୋକ୍ତ ଶ୍ରମିକମାନଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଏସ୍‌ପିଙ୍କୁ ଭେଟି ସମ୍ପୃକ୍ତ ଦଲାଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବ ବୋଲି ସୂଚନା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri