Posted inଜାତୀୟ

ସରକାରୀ ନିଯୁକ୍ତି ଲାଗି ଗୋଟିଏ ପରୀକ୍ଷା

ନୂଆଦିଲ୍ଲୀ,୪ା୧୨(ପି.ଟି.): ସରକାରୀ ସଂସ୍ଥାରେ ଗ୍ରୁପ୍‌ ବି ଏବଂ ସି ପଦବୀରେ ସମସ୍ତ ନିଯୁକ୍ତି ପାଇଁ ଗୋଟିଏ ପରୀକ୍ଷା ହେବ। ଗୋଟିଏ ସଂସ୍ଥା ଏହି ସାଧାରଣ ଯୋଗ୍ୟତା ପରୀକ୍ଷା (ସିଇଟି) ପରିଚାଳନା କରିବ ବୋଲି କେନ୍ଦ୍ର ସରକାର ପ୍ରସ୍ତାବ ଆଣିଛନ୍ତି। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ଭାରତୀୟ ବିଦେଶ ସେବା (ଆଇଏଫ୍‌ଏସ୍‌), ଭାରତୀୟ ପୋଲିସ ସେବା (ଆଇପିଏସ୍‌), ଭାରତୀୟ ଜଙ୍ଗଲ ସେବା (ଆଇଏଫ୍‌ଓଏସ୍‌) ଲାଗି ଅଫିସର ଚୟନ ନିମନ୍ତେ ପ୍ରତିବର୍ଷ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ପରୀକ୍ଷା ପରିଚାଳନା କରିଥାଏ। ଏହା ବ୍ୟତୀତ ଗ୍ରୁପ୍‌ ଏ ଏବଂ ଗ୍ରୁପ୍‌ ବି (ଗେଜେଟେଡ୍‌) ସେବା ପାଇଁ ମଧ୍ୟ ଏହି ସଂସ୍ଥା ଅଫିସର ଚୟନ କରିଥାଏ। ସେହିପରି କେନ୍ଦ୍ରୀୟ ସରକାରୀ ବିଭାଗରେ ମୁଖ୍ୟତଃ ଗ୍ରୁପ୍‌ ବି ପଦବୀରେ କର୍ମଚାରୀ ମନୋନୟନ ଲାଗି ଷ୍ଟାଫ୍‌ ସିଲେକ୍ସନ କମିଶନ (ଏସ୍‌ଏସ୍‌ସି) ପରୀକ୍ଷା ପରିଚାଳନା କରିଥାଏ। ତେଣୁ ସରକାରୀ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଅଣଗେଜେଟେଡ୍‌ ଗ୍ରୁପ୍‌ ବି, କେତେକ ଗ୍ରୁପ୍‌ ବି ଗେଜେଟେଡ୍‌ ପଦବୀ ଏବଂ ଗ୍ରୁପ୍‌ ସି ପଦବୀରେ ନିଯୁକ୍ତି ନିମନ୍ତେ ପ୍ରାର୍ଥୀମାନଙ୍କ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତି ଲାଗି ସିଇଟି ପରୀକ୍ଷା କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏକ ସ୍ବତନ୍ତ୍ର ସଂସ୍ଥା ଏହି ପରୀକ୍ଷା ପରିଚାଳନା କରିବ ବୋଲି କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ପ୍ରସ୍ତାବିତ ପଦକ୍ଷେପ ଦ୍ୱାରା ସବୁ ପ୍ରାର୍ଥୀଙ୍କୁ ସଫଳତା ପାଇଁ ସମାନ ସୁଯୋଗ ମିଳିପାରିବ ଏବଂ ଖର୍ଚ୍ଚ ମଧ୍ୟ କମିଯିବ ବୋଲି କାର୍ମିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଶାସନକୁ ସହଜ କରିବା ସହ ଜୀବନଧାରଣକୁ ସୁବିଧାଜନକ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକ୍ରମେ ନିଆଯାଉଥିବା ଅନେକ ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ। ଏଥିପାଇଁ ବିଭିନ୍ନ ମନ୍ତ୍ରଣାଳୟ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର ଏବଂ ଭାଗୀଦାରମାନଙ୍କ ମତାମତ ଲୋଡ଼ାଯାଇଛି।
ସଦ୍ୟତମ ସରକାରୀ ତଥ୍ୟ ଅନୁଯାୟୀ, ୨୦୧୮ ମାର୍ଚ୍ଚ ୧ ସୁଦ୍ଧା କେନ୍ଦ୍ରୀୟ ସରକାରୀ ବିଭାଗଗୁଡ଼ିକରେ ମୋଟ ୬,୮୩,୮୨୩ ପଦବୀ ଖାଲିପଡିଛି। ସେଥିରୁ ଗ୍ରୁପ୍‌ ଏ’ରେ ୧୯,୮୯୬ ପଦବୀ, ଗ୍ରୁପ୍‌ ବି’ରେ ୮୯,୬୩୮ ଏବଂ ଗ୍ରୁପ୍‌ ସି’ରେ ୫,୭୪,୨୮୯ ପଦବୀ ଅନ୍ତର୍ଭୁକ୍ତ। ସମ୍ପ୍ରତି ସରକାରୀ ନିଯୁକ୍ତି ଚାହୁଁଥିବା ପ୍ରାର୍ଥୀମାନଙ୍କୁ ସମାନ ଯୋଗ୍ୟତା ମାନଦଣ୍ଡ ଥିବା ବିଭିନ୍ନ ପଦବୀ ଲାଗି ଭିନ୍ନ ଭିନ୍ନ ସଂସ୍ଥା ଅଧୀନରେ ଅନେକ ପରୀକ୍ଷା ଦେବାକୁ ପଡ଼ୁଛି। ସେଥିରେ ପୁଣି ତିନି ସ୍ତରୀୟ ପରୀକ୍ଷା ସହ ଦକ୍ଷତା ଓ ଅନ୍ୟାନ୍ୟ ପରୀକ୍ଷା କରାଯାଉଛି। ପ୍ରତିବର୍ଷ ହାରାହାରି ୧.୨୫ ଲକ୍ଷ ଖାଲି ପଦବୀ ପାଇଁ ପ୍ରାୟ ୨.୫ କୋଟି ପ୍ରାର୍ଥୀ ଏକାଧିକ ପରୀକ୍ଷା ଦେଉଛନ୍ତି। ଏହିସବୁ ସମସ୍ୟା ଦୂର କରିବା ଲାଗି ଗୋଟିଏ ସାଧାରଣ ଯୋଗ୍ୟତା ପରୀକ୍ଷା କରାଇବାକୁ ସରକାର ପ୍ରସ୍ତାବ ଆଣିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ସହାୟକଙ୍କ ଘରୁ ୩୦ କୋଟି ଜବତ

ରାଞ୍ଚି,୬ା୫ : ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର...

କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଲା

ନୂଆଦିଲ୍ଲୀ,୬।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଛି। ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ...

ଭାଙ୍ଗିବ ସବୁ ରେକର୍ଡ! ଅମିତ ଶାହାଙ୍କ ପାଇଁ ଭାଜପା ରଖିଲା ବଡ ଟାର୍ଗେଟ

ନୂଆଦିଲ୍ଲୀ,୬।୫: ଚଳିତ ଲୋକ ସଭା ନିର୍ବାଚନ ୨୦୨୪ ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପାର ପାରମ୍ପାରିକ ଆସନ ଗାନ୍ଧୀ ନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।...

ସୁନା, ରୂପା ନୁହେଁ ଚୋରି ହେଲା ୭୦ ୟୁନିଟ ପ୍ଲାଜମା

ଜୟପୁର,୬।୫: ରାଜଧାନୀ ଜୟପୁରରେ ଅବସ୍ଥିତ ଜେ.କେ ଲନ ହସ୍ପିଟାଲରୁ ୭୦ ୟୁନିଟ ପ୍ଲାଜମା ଚୋରି ହୋଇଛି। ପ୍ଲାଜମା ଚୋରି ଘଟଣା ସାମ୍ନାକୁ ଆସିବା ମାତ୍ରେ ଡାକ୍ତରଖାନା...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ଜାରି

ଶ୍ରୀନଗର,୬।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କ ଉପରେ ୨୦ ଲକ୍ଷ...

ପାକ କରିବ ଆଟମ ବମ ବର୍ଷା, ରାଜନାଥଙ୍କ ବୟାନ ପରେ ଏମିତି କହିଲେ ଫାରୁକ

ନୂଆଦିଲ୍ଲୀ,୬।୫: ଭାରତ ସହିତ କଶ୍ମୀର ଦଖଲ କରିଥିବା ପାକିସ୍ତାନର ଏକୀକରଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜମ୍ମୁ...

ବଲ ଭାବି ଉଠାଇ ନେଲେ ବୋମା, ବିସ୍ଫୋରଣରେ ଜଣେ ଶିଶୁ ମୃତ, ୩ ଆହତ

କୋଲକାତା,୬।୫: ସୋମବାର ପଶ୍ଚିମବଙ୍ଗର ହୁଗଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହୁଗୁଲିର ପାଣ୍ଡୁଆରେ ହୋଇଥିବା ବିସ୍ଫୋରଣରେ ଜଣେ ଶିଶୁଙ୍କର ମତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri