ରାଜ୍ୟରେ ଅବକ୍ଷୟମୁଖୀ ଚିନିକଳ ଶିଳ୍ପ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ରାଜ୍ୟରେ ଚିନି କଳ ବ୍ୟବସାୟ ଲାଭଜନକ ନୁହେଁ। ଉତ୍ପାଦନ ଖର୍ଚ୍ଚର ଅହେତୁକ ବୃଦ୍ଧି ଘଟିଛି। ହେଲେ ସମାନୁପାତିକ ମୂଲ୍ୟରେ ବିକ୍ରି କରାଯାଉନାହିଁ। କେତେକ କାରଖାନା ପାଇଁ ଉପଯୁକ୍ତ ପରିମାଣର କଞ୍ଚାମାଲ ଅଭାବ ମଧ୍ୟ ରହୁଛି। ରାଜ୍ୟର ବିଭିନ୍ନ ଚିନି କାରଖାନା ସମ୍ପର୍କରେ ବୁଧବାର ବିଧାନସଭାରେ ତଥ୍ୟ ରଖି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହା କହିଛନ୍ତି। ରାଜ୍ୟକୁ ବାର୍ଷିକ ୨.୨୧ ଲକ୍ଷ ମେଟ୍ରିକ ଟନ୍‌ ଚିନି ଆବଶ୍ୟକ ପଡିଥାଏ। ରାଜ୍ୟରେ ଥିବା ୮ଟି ଚିନି କଳ ମଧ୍ୟରୁ କେବଳ ୨ଟି କାର୍ଯ୍ୟକ୍ଷମ ରହିଛି। ଚିନିର କିଲୋ ପିଛା ବିକ୍ରି ମୂଲ୍ୟ ତାହାର ଉତ୍ପାଦନଠାରୁ ବହୁତ କମ। ତେଣୁ ରାଜ୍ୟ ଏଥିପାଇଁ ବହୁ ପରିମାଣର କ୍ଷତି ସହୁଛି।
ମନ୍ତ୍ରୀ ସ୍ବାଇଁ କହିଛନ୍ତି ଯେ, ଗୋଟିଏ କିଲୋ ଚିନି ଉତ୍ପାଦନ ପାଇଁ ୪୭ରୁ ୪୮ ଟଙ୍କା ଖର୍ଚ୍ଚ ହୋଇଥାଏ। ହେଲେ ଖୋଲା ବଜାରରେ ଚିନି କିଲୋ ପିଛା ୩୨ ଟଙ୍କାରେ ବିକ୍ରି କରାଯାଉଛି। ଏହା କେବଳ ରାଜ୍ୟ ନୁହେଁ, ସାରା ଦେଶର ସମସ୍ୟା। କାର୍ଯ୍ୟକ୍ଷମ ନ ହୋଇ ପଡି ରହିଥିବା ୬ଟି କଳର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି। ଚିନି କଳ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ ପାଇଁ ରାଜ୍ୟ ସରକାର ଏକ ଘରୋଇ ସଂସ୍ଥାକୁ ନିଯୁକ୍ତ କରିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଏହି କଥା କହିଛନ୍ତି। ରାଜ୍ୟରେ ଥିବା ୮ଟି ଚିନି କଳ ନାମ, ସ୍ଥାନ, ପ୍ରତିଷ୍ଠା ବର୍ଷ ଏବଂ ବର୍ତ୍ତମାନ ସ୍ଥିତି ସମ୍ବନ୍ଧୀୟ ତଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଛି। ମୋହନଙ୍କ ସମେତ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଜେଡି ବିଧାୟିକା ଲତିକା ପ୍ରଧାନ ଏବଂ ବିଧାୟକ ଶ୍ରୀକାନ୍ତ ସାହୁ ପ୍ରମୁଖ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ। ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡିଛି ଯେ ବଲାଙ୍ଗୀରର ବିଜୟାନନ୍ଦ ସମବାୟ ଚିନି ଶିଳ୍ପ ଲିଃ ଉପରେ ଥିବା ବ୍ୟାଙ୍କ ବକେୟା ଋଣ ପରିଶୋଧ ପାଇଁ ନିଲାମ ପ୍ରକ୍ରିୟା ଜାରି ରହିଛି। ୨୦୧୪-୧୫ ଆଖୁପେଡା ଋତୁଠାରୁ ଆଖୁପେଡା କାର୍ଯ୍ୟ ବନ୍ଦ ରହିଛି। କଞ୍ଚାମାଲ ଅଭାବ ଏବଂ କେତେକ ଯନ୍ତ୍ରପାତି ମରାମତି କାର୍ଯ୍ୟ ସରି ନ ଥିବାରୁ ୨୦୧୭-୧୮ ଏବଂ ୨୦୧୮-୧୯ ଆର୍ଥିକ ବର୍ଷରେ ଆଖୁପେଡା କାର୍ଯ୍ୟ ହୋଇନାହିଁ। କେବଳ ଗଞ୍ଜାମ ଜିଲା ଆସିକା ନୂଆଗଁ।ସ୍ଥିତ ଆସିକା ସମବାୟ ଚିନି ଶିଳ୍ପ ଲିଃ ଏବଂ ଢେଙ୍କାନାଳ ଜିଲା ହରିପୁର ଶକ୍ତି ସୁଗାର ଲିଃ(ଘରୋଇ) କାର୍ଯ୍ୟକାରୀ ହେଉଛି। ସେହିପରି ବରଗଡ ସମବାୟ ଚିନି ଶିଳ୍ପ ଲିଃ ୨୦୧୭-୧୮ରୁ ଆଖୁ ପେଡା କାର୍ଯ୍ୟ ବନ୍ଦ ରହିଛି। ଅନୁରୂପଭାବେ ବଲାଙ୍ଗୀର ଦେଉଗାଁ ବିଜୟାନନ୍ଦ ସମବାୟ ଚିନିକଳ ଲିଃ ଓ ନୟାଗଡ ସୁଗାର କମ୍ପ୍ଲେକ୍ସ ଲିଃ ୨୦୧୪-୧୫, ବଡମ୍ବାସ୍ଥିତ ଲକ୍ଷ୍ମୀପତି ବାଲାଜୀ ସୁଗାର ଓ ଡିଷ୍ଟିଲାରି ପ୍ରା.ଲିଃ(ଘରୋଇ) ୨୦୧୩-୧୪, କଳାହାଣ୍ଡି ଜିଲାର ୱେଷ୍ଟର୍ନ ଇଣ୍ଡିଆ ସୁଗାର ଆଣ୍ଡ କେମିକାଲ ଇଣ୍ଟଷ୍ଟ୍ରିଜ୍‌ ଲିଃ(ଘରୋଇ) ଓ ରାୟଗଡ଼ାର ମେସର୍ସ ଜୟପୁର ସୁଗାର କମ୍ପାନୀ ଲିଃ(ଘରୋଇ) ୧୯୯୬-୯୭ରୁ ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri